Odisha: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ଆହୁରି ୩ ମାସ ମିଳିବ ମାଗଣା ଚାଉଳ
Advertisement

Odisha: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ଆହୁରି ୩ ମାସ ମିଳିବ ମାଗଣା ଚାଉଳ

Chief Ministers Dussehra Gift  ମାଗଣାରେ ଆହୁରି ତିନି ମାସ ପର୍ଯ୍ୟନ୍ତ ମିଳିବ ୫କେଜି ଲେଖାଏଁ ଚାଉଳ। ଏହାଦ୍ବାରା ଉପକୃତ ହେବେ ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ  । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ଚାଉଳ ବଣ୍ଟନ ହେବ ।

Odisha: ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ  ମୁଖ୍ୟମନ୍ତ୍ରୀଙ୍କ ଦଶହରା ଭେଟି, ଆହୁରି ୩ ମାସ ମିଳିବ ମାଗଣା ଚାଉଳ

Free Ration: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ(stakeholders of the state's food security)ଙ୍କ ପାଇଁ ଖୁସି ଖବର । ଆଉ ୩ ମାସ ରାଜ୍ୟ ସରକାର ମାଗଣାରେ ଯୋଗାଇବେ ମୁଣ୍ଡପିଛା ଅତିରିକ୍ତ ୫ କେଜି ଚାଉଳ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ନିର୍ଦ୍ଦେଶ ଦେଇଛନ୍ତି ।

ଏହାଦ୍ବାରା ରାଜ୍ୟର ୨ ଲକ୍ଷ ୯୨ ହଜାର ପରିବାରର ୯ ଲକ୍ଷ ୫ ହଜାର ହିତାଧିକାରୀ ଉପକୃତ ହେବେ । ତେବେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର  ତିନି ମାସ ପାଇଁ ରାଜ୍ୟ ହିତାଧିକାରୀମାନଙ୍କୁ NFSA ହିତାଧିକାରୀମାନ(NFSA beneficiaries)ଙ୍କ ପରି ମୁଣ୍ଡପିଛା ମାସକୁ ୫ କେଜି ଲେଖାଏଁ ଅତିରିକ୍ତ ଚାଉଳ ମାଗଣାରେ ମିଳିବ । ରାଜ୍ୟ ସରକାର ୧୩ ହଜାର ୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇଦେବାକୁ ଥିବାବେଳେ ଏଥିପାଇଁ ଖର୍ଚ୍ଚହେବ ୪୯ କୋଟି ଟଙ୍କା ।

ଦଶହରା ଅବସରରେ ରାଜ୍ୟର ଗରିବ ହିତାଧିକାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଆଉ ତିନିମାସ ପର୍ଯ୍ୟନ୍ତ ମାଗଣାରେ ଅତିରିକ୍ତ ୫ କେଜି ଲେଖାଏଁ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ହିତାଧିକାରୀଙ୍କ ପାଇଁ ପୂଜା ଭେଟି ସଦୃଶ ହୋଇଛି ।

ସେହିପରି ଗତ ଏପ୍ରିଲ ମାସରେ ରାଜ୍ୟ ସରକାର ହିତାଧିକାରୀ ମାନଙ୍କୁ ଆଉ ୬ ମାସର ଅତିରିକ୍ତ ମାଗଣା ଚାଉଳ ମିଳିବା ନେଇ ଘୋଷଣା କରିଥିଲେ । ଉକ୍ତ ଘୋଷଣାର ଲାଭ ସ୍ୱରୂପ ହିତାଧିକାରୀଙ୍କୁ ଗତ ଏପ୍ରିଲରୁ ସେପ୍ଟେମ୍ୱର ମାସ ପର୍ଯ୍ୟନ୍ତ ଏହାର ଫାଇଦା ମିଳିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ଉକ୍ତ ନିର୍ଦ୍ଦେଶ ପରେ ରାଜ୍ୟର ୮ ଲକ୍ଷ ୯୦ ହଜାର ହିତାଧିକାରୀ ଉପକୃତ ହୋଇଥିଲେ । ରାଜକୋଷରୁ ଏଥିପାଇଁ ମୋଟ୍ ୯୧.୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା  ।

ତେବେ କେନ୍ଦ୍ର ପକ୍ଷରୁ ମଧ୍ୟ ପୂର୍ବରୁ ପ୍ରଧାନମନ୍ତ୍ରୀ(Prime Minister's Poor Welfare Food Yojana) ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ଆଉ ୩ ମାସ ପାଇଁ ମାଗଣା ରାସନ ମିଳିବା ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ କ୍ୟାବିନେଟ୍‌(Cabinet) ମୋହର ମାରିଥିଲା । ଆସନ୍ତା  ଡିସେମ୍ୱର ଯାଏଁ ଯୋଜନାର ଅବଧିକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା(Ration Yojana) ବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୩ ମାସ ବୃଦ୍ଧି କରାଯାଇଛି ।

ମହାମାରୀ କୋରୋନା(Corona epidemic) ସମୟରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସରକାର ଏହି ଯୋଜନାରେ ୧୦୦୩ ଲକ୍ଷ ଟନ୍ ଖାଦ୍ୟ ସାମଗ୍ରୀ ବାଣ୍ଟିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ୩.୪ ଲକ୍ଷ କୋଟି ଟଙ୍କାର ଖର୍ଚ୍ଚ ହେବ । କୋରୋନା ବେଳେ ଦେଶରେ ଲକଡାଉନ ହୋଇଯିବାରୁ ୮୦ କୋଟି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇବା ପାଇଁ ମୋଦି ସରକାର ୨୦୨୦ ମାର୍ଚ୍ଚରୁ ଏହି ଯୋଜନା ଲାଗୁ କରିଛନ୍ତି ।