'ଅକ୍ଷୟ ପରିଜା ମାଷ୍ଟର ମାଇଣ୍ଡ'
Advertisement
Article Detail0/zeeodisha/odisha1659222

'ଅକ୍ଷୟ ପରିଜା ମାଷ୍ଟର ମାଇଣ୍ଡ'

ଅକ୍ଷୟ ପରିଜା ମୁଖ୍ୟ ଆସାମୀ। ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଅକ୍ଷୟ ପରିଜା। ତାଙ୍କ ସହିତ ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି। ଏଥିରେ ଅନେକ ହାଇ ପ୍ରୋଫାଇଲ ଲୋକଙ୍କର ମଧ୍ୟ ସମ୍ପୃକ୍ତି ରହିଛି। 

'ଅକ୍ଷୟ ପରିଜା ମାଷ୍ଟର ମାଇଣ୍ଡ'

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ହାଇ ପ୍ରୋଫାଇଲ ଯୌନ କେଳେଙ୍କାରୀ ମାମଲାରେ ଆଜି ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଆଜି ମୁଁହ ଖୋଲିଛନ୍ତି। ମୁଁହ ଖୋଲିବା ପରେ ସିନେ ଜଗତରେ ବିସ୍ଫୋରଣ ସୃଷ୍ଟି କରିଛନ୍ତି। ଆଜି କ୍ୟାପିଟାଲ ହସପିଟାଲ ନିଆ ଯାଉଥିବା ବେଳେ ଗଣମାଧ୍ୟମ ଆଗରେ ଜଗବନ୍ଧୁ ନିଜର ମତାମତ ରଖିଥିଲେ। ନିଜର ମତ ରଖି ଅକ୍ଷୟ ପରିଜା ଏ ସମସ୍ତ ଘଟଣାର ମାଷ୍ଟରମାଇଣ୍ଡ ବୋଲି କହିଥିଲେ। ଏହା ସହିତ ସେମାନଙ୍କୁ ଘୃଣାର ପାତ୍ର କରି ଛାଡ଼ିଦେଇଛନ୍ତି ବୋଲି ଜଗବନ୍ଧୁ କହିଥିଲେ। 

ସେ ଗଣମାଧ୍ୟମ ଆଗରେ ଆହୁରି ମଧ୍ୟ କହିଥିଲେ କି ଅକ୍ଷୟ ପରିଜା ମୁଖ୍ୟ ଆସାମୀ। ସମସ୍ତ ଘଟଣାର ମାଷ୍ଟର ମାଇଣ୍ଡ ହେଉଛି ଅକ୍ଷୟ ପରିଜା। ତାଙ୍କ ସହିତ ଏହି ଘଟଣାରେ ଆହୁରି ଅନେକ ଲୋକଙ୍କ ସମ୍ପୃକ୍ତି ରହିଛି। ଏଥିରେ ଅନେକ ହାଇ ପ୍ରୋଫାଇଲ ଲୋକଙ୍କର ମଧ୍ୟ ସମ୍ପୃକ୍ତି ରହିଛି। ସୂଚନାଯୋଗ୍ୟ ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଜଗବନ୍ଧୁଙ୍କୁ କ୍ୟାପିଟାଲ ହସପିଟାଲ ଅଣାଯାଇଥିଲା। 

ଖବର ଅପଡେଟ ହେଉଛି