Bharatratna charan singh:ଚରଣ ସିଂଙ୍କ ଗୋଟିଏ ନିଷ୍ପତି ରାତାରାତି ଚାଷୀଙ୍କୁ କରିଦେଇଥିଲା ମାଲିକ
Advertisement

Bharatratna charan singh:ଚରଣ ସିଂଙ୍କ ଗୋଟିଏ ନିଷ୍ପତି ରାତାରାତି ଚାଷୀଙ୍କୁ କରିଦେଇଥିଲା ମାଲିକ

ଚୌଧୁରୀ ଚରଣ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ତାଙ୍କର ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଶ ସହ ସେୟାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ  ଚରଣ ସିଂଙ୍କୁ ବିନା କାରଣରେ କୃଷକଙ୍କ ନେତା କୁହାଯାଏ ନାହିଁ। ତାଙ୍କ

SOCIAL MEDIA

Bharatratna charan singh:

ଚୌଧୁରୀ ଚରଣ ସିଂଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଭାରତ ସରକାର ଘୋଷଣା କରିଛନ୍ତି। ତାଙ୍କର ଅବଦାନକୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସୂଚନା ଦେଶ ସହ ସେୟାର କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ  ଚରଣ ସିଂଙ୍କୁ ବିନା କାରଣରେ କୃଷକଙ୍କ ନେତା କୁହାଯାଏ ନାହିଁ। ତାଙ୍କର ଅବଦାନ ଇତିହାସରେ ଲିପିବଦ୍ଧ ହୋଇଛି । ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେଲେ। ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଧାନସଭାରୁ ଦେଶର ସଂସଦ,ସବୁଠାରେ ସେ କରିଥିଲେ ଜନତାର ପ୍ରତିନିଧିତ୍ୱ । ମେରଟ-ବାଗପାଟ ତାଙ୍କ ଘର ଥିଲା କିନ୍ତୁ ତାଙ୍କୁ କେବଳ ଜଣେ କୃଷକ ନେତା ଭାବରେ ସ୍ମରଣ କରାଯାଇଥାଏ । ଭାରତ ସରକାର ତାଙ୍କ ଜନ୍ମଦିନ 23 ଡିସେମ୍ବରକୁ କୃଷକ ଦିବସ ଭାବରେ ପାଳନ କରୁଛନ୍ତି ।

ତାଙ୍କୁ କାହିଁକି କୃଷକଙ୍କ ତାରଣହାର କୁହାଯାଉଥିଲା?

  ତାଙ୍କର ରାଜନୀତି ଓ ଜନନେତା ଭାବେ ତାଙ୍କ  ଅଧିକାଂଶ ନିଷ୍ପତ୍ତିର କେନ୍ଦ୍ରରେ କୃଷକ  ଥିଲେ। ସେ ଜାଣିଥିଲେ ଯେ ଭାରତରେ କୃଷକଙ୍କ ଅଗ୍ରଗତି ବିନା ଦେଶର ପ୍ରକୃତ ପ୍ରଗତି ସମ୍ଭବ ନୁହେଁ। ଯେତେବେଳେ ଦେଶ ସ୍ୱାଧୀନତା ପାଇଁ ସଂଘର୍ଷ କରୁଥିଲା। ସେତେବେଳେ ବ୍ରିଟିଶମାନଙ୍କ ସାହାଯ୍ୟରେ ଜମିଦାର କୃଷକଙ୍କ ଉପରେ ଅତ୍ୟାଚାର ମଧ୍ୟ ଜାରି  ରଖିଥିଲେ। ଚୌଧୁରୀ ଚରଣ ସିଂ 1907 ମସିହାରେ ଜନ୍ମ ହୋଇଥିଲେ । ତାଙ୍କର ଜନ୍ମ ପାରଧିନ ଭାରତରେ ହୋଇଥିଲା । ସେହି ସମୟରେ ବ୍ରିଟିଶମାନେ ଜମି ମାଲିକ, ରାଜା ଏବଂ ତାଲୁକଦାରଙ୍କ ଜରିଆର କୃଷକଙ୍କଠାରୁ ଟିକସ ସଂଗ୍ରହ କରୁଥିଲେ ଏବଂ ଖୋଲାଖୋଲି ଭାବରେ ଅତ୍ୟାଚାରୀ ଜମିଦାରଙ୍କ  ପୃଷ୍ଠପୋଷକତା କରୁଥିଲେ।

ଏଭଳି ପରିସ୍ଥିତିରେ ସମସ୍ତଙ୍କ ଧ୍ୟାନ ପ୍ରଥମେ ବ୍ରିଟିଶମାନଙ୍କୁ ଦେଶରୁ ବିତାଡିତ କରିବା ଉପରେ ଥିଲା। ଏଭଳି ପରିସ୍ଥିତିରେ ଚରଣ ସିଂ  ଗାନ୍ଧିଜୀଙ୍କ ଦ୍ୱାରା ବହୁତ ପ୍ରଭାବିତ ହୋଇଥିଲେ । ଅଇନ ଅମାନ୍ୟ ଆନ୍ଦୋଳନ ଠାରୁ ଦାଣ୍ଡି ମାର୍ଚ୍ଚ ପର୍ଯ୍ୟନ୍ତ ସବୁକିଛିରେ ସେ ଭାଗ ନେଇଥିଲେ । ଗାଜିଆବାଦରେ ଆଇନ ଅଭ୍ୟାସ କରୁଥିବା ବେଳେ ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ  ହିଣ୍ଡନ ନଦୀ କୂଳରେ ଲୁଣ ତିଆରି କରି ଜେଲ ଯାଇଥଇଲେ ।

ଗାଁ ତାଙ୍କ ମନରେ ଥିଲା ଏବଂ ଚାଷୀଙ୍କ ଜୀବନ ତାଙ୍କ ଜୀବନ ଥିଲା । ସେ ଯେକୌଣସି ପଦବୀରେ ଥିଲେ ବି, କୃଷକମାନଙ୍କ ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ଥିଲା। ସେ କୃଷକଙ୍କ ସ୍ୱାର୍ଥରେ ଅନେକ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କ ଦ୍ୱାର ନିଆଯାଇଥିବା ଗୋଟିଏ ନିଷ୍ପତ୍ତି ଏକ ମାଇଲଖୁଣ୍ଟ ହୋଇ ରହିଯାଇଛି । ଏହି ନିଷ୍ପତ୍ତି ତାଙ୍କୁ କୃଷକଙ୍କ ତାରଣହାର କରିଦେଇଥିଲା ।

କୃଷକମାନେ ରାତାରାତି ଜମିର ମାଲିକ ହେଲେ

ବ୍ରିଟିଶମାନେ ଦେଶ ଛାଡିଥିଲେ। ପଣ୍ଡିତ ଜବାହରଲାଲ ନେହେରୁ ଦେଶର ପ୍ରଧାନମନ୍ତ୍ରୀ ଏବଂ ପଣ୍ଡିତ ଗୋବିନ୍ଦ ବଲାଭ ପନ୍ତ ଉତ୍ତରପ୍ରଦେଶର ସିଏମ ଥିଲେ। କୃଷକମାନଙ୍କ ପ୍ରତି ତାଙ୍କର କାର୍ଯ୍ୟ ଦେଖି ପଣ୍ଡିତ ପନ୍ଥ ତାଙ୍କୁ ଅନେକ ଦାୟିତ୍ୱ। ଦେଇଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଥିଲା ଜମିଦାରୀ  ବ୍ୟବସ୍ଥା ଉଛେଦ । ଯାହାକୁ ଚରଣ ସିଂହ ଭଲ ଭାବରେ କରିଥିଲେ ।ଜୁଲାଇ 1, 1952 ରେ ଉତ୍ତରପ୍ରଦେଶ ଜମିଦାରୀ  ବ୍ୟବସ୍ଥାକୁ ରଦ୍ଦ କରିଥିଲା । । 1954 ମସିହାରେ ଜମି ସଂରକ୍ଷଣ ଆଇନ ପ୍ରଣୟନ କରାଯାଇଥିଲା। ଏହି ଗୋଟିଏ ନିଷ୍ପତି କାରଣରୁ ଲକ୍ଷ ଲକ୍ଷ କୃଷକ ରାତାରାତି ଜମି ମାଲିକ ହୋଇଥିଲେ। ସେମାନେ ଯେଉଁ ଜମିରେ ଫସଲ କରୁଥିଲେ ତାହା ତାଙ୍କର ହୋଇଥିଲା ।

ସାମୁହିକ ଇସ୍ତଫା ଗ୍ରହଣ କରି ଚମକାଇ ଦେଇଥିଲେ

1952 ମସିହାରେ ଜମିଦାରୀ ପ୍ରଥା ବିଲୋପ ଆଇନ ପ୍ରଣୟନ ହେବା ପରେ ଉତ୍ତରପ୍ରଦେଶର 27 ହଜାର ପାଟୱାରୀ ଆନ୍ଦୋଳନ ଆରମ୍ଭ କରିଥିଲେ। ଚାପ ସୃଷ୍ଟି କରିବାକୁ, ପାଟୱାରି ସାମୁହିକ ଇସ୍ତଫା ଦେଇଥିଲେ । ସେମାନେ ଭାବିଥିଲେ ଯେ ସରକାର ଭୟଭୀତ ହେବେ କିନ୍ତୁ ତାହା ହୋଇ ନଥିଲା। ବଂର ଚରଣ ସିଂ ସମସ୍ତଙ୍କ ଇସ୍ତଫା ଗ୍ରହଣ କରିଥିଲେ ଏବଂ ନୂତନ ପାଟୱାରୀ ନିଯୁକ୍ତ ହୋଇଥିଲେ । ଏମତିକି ସେ ଏହି ପଦରେ  18 ପ୍ରତିଶତ ହରିଜନଙ୍କୁ ମଧ୍ୟ ମନୋନୀତ କରିଥିଲେ।

ସେ ପରିବାରବାଦ ଏବଂ ଦୁର୍ନୀତିର ଦୃଢ  ବିରୋଧୀ ଥିଲେ। ସେ ଏପରି ଜଣେ ପ୍ରଧାନମନ୍ତ୍ରୀ ଥିଲେ ଯିଏ ସଂସଦର