Bhadrak News: ଦଳିତ କନ୍ୟାକୁ ବ୍ରାହ୍ମଣ ବର, ଅଦାଲତାଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ନିସ୍କ୍ରିୟ
Advertisement
Article Detail0/zeeodisha/odisha1441001

Bhadrak News: ଦଳିତ କନ୍ୟାକୁ ବ୍ରାହ୍ମଣ ବର, ଅଦାଲତାଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ନିସ୍କ୍ରିୟ

Bhadrak News: କଥାରେ ଅଛି ପ୍ରେମରେ ଜାତିବର୍ଣ୍ଣ କିଛି ନ ଥାଏ । ପ୍ରେମ ଶାଶ୍ବତ, ଚିରନ୍ତନ ଓ ସତ୍ୟ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ଭୁଲ ପ୍ରମାଣିତ ହୋଇଛି। ଜାତିଆଣ ପାଇଁ ପ୍ରେମ ସମ୍ପର୍କରେ ଆସିଛି ଫାଟ । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ପଡିଛି ଭଟ୍ଟା । ୪ ବର୍ଷ ପ୍ରେମ କଲେ ଆଉ ବିବାହ କରିବା ପାଇଁ ନିଷ୍ପତି ନେଲେ, ୨ ବର୍ଷ ବିବାହ ପରେ ଜାତିଆଣ ପାଇଁ ସମ୍ପର୍କରେ ଏବେ ପଡିଛି ପୁର୍ଣ୍ଣଛେଦ ।

Bhadrak News: ଦଳିତ କନ୍ୟାକୁ ବ୍ରାହ୍ମଣ ବର, ଅଦାଲତାଙ୍କ ନିର୍ଦ୍ଦେଶ ପରେ ବି ପୋଲିସ ନିସ୍କ୍ରିୟ

Bhadrak News: କଥାରେ ଅଛି ପ୍ରେମରେ ଜାତିବର୍ଣ୍ଣ କିଛି ନ ଥାଏ । ପ୍ରେମ ଶାଶ୍ବତ, ଚିରନ୍ତନ ଓ ସତ୍ୟ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହା ଭୁଲ ପ୍ରମାଣିତ ହୋଇଛି। ଜାତିଆଣ ପାଇଁ ପ୍ରେମ ସମ୍ପର୍କରେ ଆସିଛି ଫାଟ । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ପଡିଛି ଭଟ୍ଟା ।  ୪ ବର୍ଷ ପ୍ରେମ କଲେ ଆଉ ବିବାହ କରିବା ପାଇଁ ନିଷ୍ପତି ନେଲେ, ୨ ବର୍ଷ ବିବାହ ପରେ ଜାତିଆଣ ପାଇଁ  ସମ୍ପର୍କରେ ଏବେ ପଡିଛି ପୁର୍ଣ୍ଣଛେଦ । ସ୍ତ୍ରୀ ର ମାନ୍ୟତା ପାଇବା ପାଇଁ ଦାଣ୍ତ ଦୁଆରକୁ ଆସିଛି ପ୍ରେମିକା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁରେ । 

ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥ, ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ମଧ୍ୟରେ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସ୍ମୃତି ଦଳିତ ବର୍ଗର ଓ ପ୍ରଭାସ ବ୍ରାହ୍ମଣ ଜାତିରେ ହୋଇଥିବା ବିବାହ ପାଇଁ ଦେଖାଦେଇଥିଲା ବିବାଦ।  କିନ୍ତୁ ଦୁହେଁ ବିବାହ ପାଇଁ ନିଷ୍ପତି ନେଇଥିଲେ । ପରେ ୨୦୨୦ରେ ଉଭୟ ଘରୁ ଫେରାର ହୋଇ ଭୁବନେଶ୍ବର ଚାଲି ଯାଇଥିଲେ। ପରେ ସେଠାରୁ ଭଦ୍ରକ ଫେରି ଏକ ମନ୍ଦିରରେ ବିବାହ କରିଥିଲେ ଉଭୟେ । ଏକ ମନ୍ଦିରରେ ବିବାହ ପରେ ସେମାନେ ହାଇଦ୍ରାବାଦ ପଳାଇ ଯାଇଥିଲ । ସେଠାରୁ ୨୦୨୧ ମସିହା ଡିସେମ୍ବରରେ ସ୍ମୃତିଙ୍କ ଘରକୁ ଫେରିଥିଲେ ଉଭୟ । ଝିଅ ଜ୍ବଇଁଙ୍କୁ କିଛି ଦିନ ରଖିଥିଲେ ଧନେଶ୍ବର । ପରେ ପ୍ରଭାସ ସ୍ମୃତିଙ୍କୁ ତାଙ୍କ ବାପ ଘରେ ଛାଡି ନିଜ ଘର ଲୋକଙ୍କୁ ବୁଝାଇବାକୁ ବାହାନା କରି ଚାଲି ଆସିଥିଲେ। ପରେ ପ୍ରଭାସ ନିଜ ଗାଁକୁ ଆସି ସେଠାରୁ ଦିଲ୍ଲୀ ପଳାଇ ଯାଇଥିଲେ । ପରେ ସ୍ମୃତି ପ୍ରଭାସଙ୍କ ଘରକୁ ଯାଇଥିଲେ।

ହେଲେ ପ୍ରଭାସଙ୍କ ପରିବାର ଲୋକେ ଅଜାତି କହି ତାଙ୍କୁ ଘରକୁ ପୂରେଇ ଦେଇ ନଥିଲେ। ଯାହାକୁ ନେଇ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲା ସ୍ମୃତି । ମାତ୍ର ପୋଲିସ ଆଜିକାଲି କହି ଅଭିଯୋଗ ରଖି ନ ଥିଲା କି କୌଣସି ମାମଲା ବି ରୁଜୁ କରି ନ ଥିଲା । ନିରୁପାୟ ହୋଇ ଅଦାଲତରେ ଆଶ୍ରୟ ନେଇଥିଲା ସ୍ମୃତି । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ ଗତ ତା ୧୪.୦୭.୨୨ ରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ ଏ-ଯାବତ  ପୋଲିସ କୌଣସି ପଦକ୍ଷେପ ଗ୍ରହଣ କରି ଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । 

ଇତିମଧ୍ୟରେ ପ୍ରଭାସ ଅନ୍ୟତ୍ର ବିବାହ କରିବାକୁ ଯାଉଥିବା ଏବଂ ତାଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରୁଥିବା ସ୍ମୃତି ଜାଣିବାକୁ ପାଇଛି । ଯାହାକୁ ନେଇ ରବିବାର (ନଭେମ୍ବର ୧୩) ରୁ ନିଜ ପରିବାର ସଦସ୍ୟଙ୍କ ସହିତ ସ୍ମୃତି ନିଜ ସ୍ୱାମୀଙ୍କ ଦୂଆରେ ଧାରଣାରେ ବସିଛନ୍ତି। ସଂଧ୍ୟାରେ ତିହିଡି ପୋଲିସ ଓ ମହିଳା କମିଶନରଙ୍କୁ ଅବଗତ କରିବା ସହିତ ସ୍ତ୍ରୀର ମାନ୍ୟତା ନମିଳିବା ପର୍ଯ୍ୟନ୍ତ ସୋମବାର ଠାରୁ ଧାରଣା ଜାରି ରଖିଥିବା ଜଣାଯାଇଛି।