Dhamnagar Bypoll: ଭୋଟ ପୂର୍ବରୁ ପୁଲିଂ ଅଫିସରଙ୍କ ଗଲା ଜୀବନ , ଜାଣନ୍ତୁ ମିଳିବ କେତେ କ୍ଷତିପୂରଣ ?
Advertisement
Article Detail0/zeeodisha/odisha1423302

Dhamnagar Bypoll: ଭୋଟ ପୂର୍ବରୁ ପୁଲିଂ ଅଫିସରଙ୍କ ଗଲା ଜୀବନ , ଜାଣନ୍ତୁ ମିଳିବ କେତେ କ୍ଷତିପୂରଣ ?

Dhamnagar Bypoll: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି । ଦିନ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଛି । ହେଲେ ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିଂ ଅଫିସର ଜଣକ ହେଉଛନ୍ତି ନଟବର ମୁଣ୍ଡା।

ସୌଜନ୍ୟ : ସୋସିଆଲ ମିଡିଆ

Dhamnagar Bypoll: ଧାମନଗର ଉପନିର୍ବାଚନ ପାଇଁ ମତଦାନ ଜାରି ରହିଛି ।  ଦିନ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଛି । ହେଲେ ଏହାରି ଭିତରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଜଣେ ପୋଲିଂ ଅଧିକାରୀଙ୍କ ମୃତ୍ୟୁ ଘଟିଛି । ମୃତ ପୋଲିଂ ଅଫିସର ଜଣକ ହେଉଛନ୍ତି ନଟବର ମୁଣ୍ଡା। ନିୟମ ମୁତାବକ, ମୃତ ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଘୋଷଣା କରିଛନ୍ତି। ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ । 

 

ଆମେ ଆପଣଙ୍କୁ ଏଠାରେ କହି ରଖୁଛୁ,  ତେବେ ଉପନିର୍ବାଚନ ଦାୟିତ୍ୱରେ ଥିଲେ ନଟବର ମୁଣ୍ଡା । ସୂଚନା ଅନୁସାରେ, ହଠାତ ଗତକାଲି ଅସୁସ୍ଥ ହୋଇ ପଡିଥିଲେ ନଟବର । ଅବସ୍ଥା ସଙ୍କଟାପନ୍ନ ହେବାରୁ  ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ଆଜି ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି। ଧାମନଗର ଉପନିର୍ବାଚନ ପାଇଁ ୧୩୯ ନମ୍ବର ବୁଥରେ ନଟବର ମୁଣ୍ଡାଙ୍କ ଡିଟ୍ୟୁ ପଡ଼ିଥିଲା । ନଟବର ଓଲଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। 

ଧାମନଗର ବ୍ୟାଟେଲ ପାଇଁ ଚାଲିଛି ପୋଲିଂ । ନୂଆ ବିଧାୟକଙ୍କୁ ନିର୍ବାଚିତ କରୁଛନ୍ତି ଧାମନଗରବାସୀ । ଦିନ ୧୧ଟା ସୁଦ୍ଧା ୨୨.୩୬% ମତଦାନ ହୋଇଛି । ଆଜି ସକାଳୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଧାମନଗର ବିଧାନସଭା ଉପନିର୍ବାଚନ ଲାଗି ‌ଭୋଟ ଗ୍ରହଣ। ଆଜି ସକାଳ ୭ରୁ ମତଦାନ ଆରମ୍ଭ ହୋଇଛି। ଭୋଟ ଦେବା ପାଇଁ ସକାଳୁ ସକାଳୁ ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ରରେ ଭୋଟରଙ୍କ ଭିଡ ଦେଖିବାକୁ ମିଳିଛି। ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଭୋଟରଙ୍କ ପାଇଁ ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀର ମୋଟ୍‌ ୨ ଲକ୍ଷ ୩୮ହଜାର ୩୫୦ ଭୋଟର ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି। ତିହିଡିର ୭୦ ବୁଥରେ ୬୮ ହଜାର ୫୦୬ ଜଣ ଭୋଟର ଭୋଟ ଦେବେ। ସେହିପରି ଧାମନଗର ବ୍ଲକର ୧୮୨ଟି ବୁଥରେ ମୋଟ ୧ ଲକ୍ଷ ୭୯ ହଜାର ୮୩୮ ଜଣ ଭୋଟର ଭୋଟ ଦେବେ। ଆଜି ମୋଟ ୧ ଲକ୍ଷ ୨୩ ହଜାର ୧୩ ଜଣ ପୁରୁଷ ଭୋଟର ଭୋଟ ଦେବାକୁ ଥିବା ବେଳେ ୧ ଲକ୍ଷ ୧୫ ହଜାର ୩୧୪ ଜଣ ଭୋଟର ମତଦାନ କରୁଛନ୍ତି। ଭୋଟଗ୍ରହଣ କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୯୯୭ ଜଣ ପୁଲିସ କର୍ମଚାରୀଙ୍କୁ ବିଭିନ୍ନ ମତଦାନ କେନ୍ଦ୍ରରେ ନିୟୋଜିତ କରାଯାଇଛି। ଏହି ନିର୍ବାଚନ ମଣ୍ଡଳୀରେ ୧୨୬ଟି ୱେବ୍ କଷ୍ଟ ବୁଥ କରାଯାଇଥିବା ବେଳେ ୧୫ଟି ଆଦର୍ଶ ବୁଥ୍‌ ଓ ମହିଳାଙ୍କ ନିମନ୍ତେ ୫ଟି ପିଙ୍କ୍‌ ବୁଥ୍‌ର ବ୍ୟବସ୍ଥା କରାଯାଇଛି। ଚିହ୍ନଟ ହୋଇଥିବା ୧୧୦ଟି ଉତ୍ତେଜନାପ୍ରବଣ ବୁଥ୍‌ ଓ ୫୦ଟି ଅତି ଉତ୍ତେଜନାପ୍ରବଣ ବୁଥ୍‌ରେ ସଶସ୍ତ୍ର ବଳଙ୍କୁ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।