Bhadrak pension Scam: ଭତ୍ତା ହେରଫେର ମାମଲା ୪ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ବିଡିଓ
Advertisement
Article Detail0/zeeodisha/odisha1335052

Bhadrak pension Scam: ଭତ୍ତା ହେରଫେର ମାମଲା ୪ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ବିଡିଓ

କେତେ ଟଙ୍କା ବାଣ୍ଟିଛନ୍ତି କେତେ ସେମାନେ ଫେରାଇବେ ଆକ୍ୟୁଟାନ୍ସ ମିଳୁନଥିବାରୁ ମୋଟ ଅର୍ଥରାଶିକୁ ଦୁର୍ନୀତି ହିସାବରେ ନିଆଯାଇ ଏତଲା କରାଯାଇଛି। ତୁରନ୍ତ ଏହା ଉପରେ ଆକ୍ସନ ନେବାପାଇଁ ପୋଲିସ୍ କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ବିଡ଼ିଓ କହିଛନ୍ତି।

Bhadrak pension Scam: ଭତ୍ତା ହେରଫେର ମାମଲା ୪ ପିଇଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ବିଡିଓ

Bhadrak pension Scam:  ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ଯୋଜନାର ନାଁ ହରିଲୁଟ୍ । ଜଣେ ପଞ୍ଚାୟତ ଅଧିକାରୀଙ୍କ ସମେତ ଚାରିଜଣ ଜିଆରଏସ୍ ଙ୍କ ନାଁରେ ବିଡ଼ିଓ ବାଂଶଡା ଥାନାରେ ଏତଲା ଦେଇଛନ୍ତି। ବିଡ଼ିଓଙ୍କ ଅଭିଯୋଗ ଅନୁଯାୟୀ ବ୍ଲକର ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପେନସନ ଯୋଜନାରେ ବ୍ଲକରୁ ଜିଆରଏସ୍ ଓ ପିଇଓ ମାନେ ନଗଦ ଟଙ୍କା ନେଇ ପଞ୍ଚାୟତରେ ବଣ୍ଟନ କରିଥାନ୍ତି। ହେଲେ ବଜରାପୁର ଓ ଗୋପୀନାଥପୁର ପଞ୍ଚାୟତର ପିଇଓ ଧୀରେନ୍ଦ୍ର କୁମାର ନାୟକ, ଦୋସିଙ୍ଗା ପଞ୍ଚାୟତର ପିଇଓ ପୁନେନ୍ଦୁ କୁମାର ପାତ୍ର, ଜାଗୁଳା ଓ ଧାମରା ପଞ୍ଚାୟତର ଜିଆରଏସ୍ କ୍ଷୀରୋଦ କୁମାର ନାୟକ, ଘଟପୁର ପଞ୍ଚାୟତର ଜିଆରଏସ୍ କମଳାକାନ୍ତ ଜେନା ଓ ବଜରାପୁର ଓ ଗୋପୀନାଥପୁର ପଞ୍ଚାୟତର ପୂର୍ବତନ ଜିଆରଏସ୍ ପୁରୁଷୋତ୍ତମ ବାରିକ ୨୦୨୧ ମସିହା ସେପ୍ଟେମ୍ବର ଠାରୁ ୨୦୨୨ ମସିହା ଜୁଲାଇ ପର୍ଯ୍ୟନ୍ତ ନେଇଥିବା ଏକ କୋଟି ଛପନ ଲକ୍ଷ ଟଙ୍କାର ହିସାବ ଦେଉନାହାନ୍ତି। 

ଟଙ୍କା ଫେରାଉନାହାଁନ୍ତି କି କେତେ ଲୋକଙ୍କୁ ଭତା ଟଙ୍କା ପ୍ରଦାନ କଲେ ସେନେଇ ଆକ୍ୟୁଟାନ୍ସ ମଧ୍ୟ ଫେରାଉନାହଁନ୍ତି। ତେବେ ଧୀରେନ୍ଦ୍ର ନାୟକଙ୍କର ଅଣତିରିଶିଲକ୍ଷ ଉଣେଇଶି ହଜାର ନଅଶହ, ପୁନେନ୍ଦୁ କୁମାର ପାତ୍ର ତେପନଲକ୍ଷ ଦୁଇହଜାର ସାତଶହ, କ୍ଷୀରୋଦ କୁମାର ନାୟକ ଅଣତିରିଶିଲକ୍ଷ ଉଣେଇଶି ହଜାର ନଅଶହ,କମଳାକାନ୍ତ ଜେନା ଅଠରଲକ୍ଷ ଉଣେଇଶିହଜାର ଶହେ, ପୁରୁଷୋତ୍ତମ ବାରିକ ଛବିଶଲକ୍ଷ ଅଡ଼ତିରିଶିହଜାର ଛଅଶହ ଟଙ୍କା ଏମିତି ମୋଟ ଏକ କୋଟି ଛପନ ଲକ୍ଷ ଟଙ୍କାର ହିସାବ ଦେଉନଥିବାରୁ ଏନେଇ ବିଡ଼ିଓ ବାରମ୍ବାର ଫୋନ୍ , ଚିଠି ଓ ହ୍ଵାଟ୍ସଆପରେ ରିମାଇଣ୍ଡ କରୁଥିଲେ ମଧ୍ୟ ଟଙ୍କାର କୌଣସି ହିସାବ ମିଳୁନଥିବାରୁ ବିଡ଼ିଓ ଏହି ପାଞ୍ଚଜଣଙ୍କ ନାଁରେ ବାଂଶଡ଼ା ଥାନାରେ ଏତଲା ଦେଇଛନ୍ତି। 

ତେବେ କେତେ ଟଙ୍କା ବାଣ୍ଟିଛନ୍ତି କେତେ ସେମାନେ ଫେରାଇବେ ଆକ୍ୟୁଟାନ୍ସ ମିଳୁନଥିବାରୁ ମୋଟ ଅର୍ଥରାଶିକୁ ଦୁର୍ନୀତି ହିସାବରେ ନିଆଯାଇ ଏତଲା କରାଯାଇଛି। ତୁରନ୍ତ ଏହା ଉପରେ ଆକ୍ସନ ନେବାପାଇଁ ପୋଲିସ୍ କୁ ଲିଖିତ ଭାବେ ଜଣାଇଛନ୍ତି ବୋଲି ବିଡ଼ିଓ କହିଛନ୍ତି। ସମ୍ପୃକ୍ତ ଥିବା ପିଇଓ ଧୀରେନ୍ଦ୍ର ନାୟକ କହିଛନ୍ତି ଯାହା ଅଛି ଅସୁବିଧା ଯୋଗୁଁ ଫେରାଇନଥିଲି ଖୁବଶୀଘ୍ର ଫେରାଇଦେବି। ଜିଆରଏସ୍ ପୁନେନ୍ଦୁ ପାତ୍ର କହିଛନ୍ତି ମୋ ବିରୁଦ୍ଧରେ ସେମିତି କିଛି ଏତଲା ବିଡ଼ିଓ କରିନଥିବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ଘଟଣା। ଜିଆରଏସ୍ କ୍ଷୀରୋଦ ନାୟକ କହିଛନ୍ତି ଏତେଟଙ୍କା ନୁହେଁ ୨୦, ୩୦ ହଜାର ଟଙ୍କା ହେବ ଫେରାଇବାକୁ ବୋଲି ସେ ସଫେଇ ଦେଇଛନ୍ତି। 

ତେବେ ଏନେଇ ଏସଡିପିଓ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ଅଭିଯୋଗ ପରେ ବ୍ଲକ୍ କାର୍ଯ୍ୟାଳୟକୁ ଏ ସମ୍ବନ୍ଧରେ କିଛି କାଗଜ ପତ୍ର ମଗାଯାଇଛି। ହସ୍ତଗତ ହେଲେ ତୁରନ୍ତ ଏହାଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଘଟପୁର ପଞ୍ଚାୟତରେ ପାଖାପାଖି ୨୦୦ ଭତ୍ତା ହିତାଧିକାରୀଙ୍କୁ ପଞ୍ଚାୟତରେ ଥିବା ଜିଆରଏସ୍ କମଳାକାନ୍ତ ଜେନା କାହାର ଦୁଇମାସ ତ କାହାର ୮ ମାସ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କ ୫ଶହ ଓ ୭ଶହ ଟଙ୍କା ଭତା ନଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରିଥିବା ଯୋଗୁଁ ହିତାଧିକାରୀ ମାନେ ବ୍ଲକ୍ କାର୍ଯ୍ୟାଳୟ ଘେରାଉ କରିଥିଲେ। ଏହାକୁ ନେଇ ଗଣମାଧ୍ୟମରେ ଖବର ପ୍ରଶାରଣ ପରେ ସବୁ ଘଟଣାକୁ ଦେଖି ବିଡ଼ିଓ ତତ୍ପରତା ପ୍ରକାଶ କରିଛନ୍ତି।