ନିଜ ଖାଲରେ ପଡ଼ିଲା ଛତିଶଗଡ଼, ବନ୍ୟାରୁ ରକ୍ଷା ପାଇଁ ଓଡ଼ିଶାକୁ ଗୁହାରୀ
Advertisement
Article Detail0/zeeodisha/odisha1303605

ନିଜ ଖାଲରେ ପଡ଼ିଲା ଛତିଶଗଡ଼, ବନ୍ୟାରୁ ରକ୍ଷା ପାଇଁ ଓଡ଼ିଶାକୁ ଗୁହାରୀ

ଛତିଶଗଡ଼ରେ (Chhattisgarh) ଲଗାଣ ବର୍ଷା ଫଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ଛତିଶଗଡ଼ରେ (Chhattisgarh) ପାଖାପାଖି ୩୦ଟି ଗାଁ ଜଳମଗ୍ନ ହୋଇ ପଡ଼ିଛି। ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ୪ରୁ ଊର୍ଦ୍ଧ୍ୱ ଜାତୀୟ ରାଜପଥ ତଥା ବ୍ରିଜରେ ଆଣ୍ଠୁଏ ପାଣି। ଓଡ଼ିଶାର (Odisha) ମଧ୍ୟ କିଛି ଅଂଶରେ ଜଳମଗ୍ନ ହେବାରେ ଲାଗିଛି। ଓଡ଼ିଶାର ତଳ

ନିଜ ଖାଲରେ ପଡ଼ିଲା ଛତିଶଗଡ଼, ବନ୍ୟାରୁ ରକ୍ଷା ପାଇଁ ଓଡ଼ିଶାକୁ ଗୁହାରୀ

ବରଗଡ଼: ଛତିଶଗଡ଼ରେ (Chhattisgarh) ଲଗାଣ ବର୍ଷା ଫଳରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେବାରେ ଲାଗିଛି। ଛତିଶଗଡ଼ରେ (Chhattisgarh) ପାଖାପାଖି ୩୦ଟି ଗାଁ ଜଳମଗ୍ନ ହୋଇ ପଡ଼ିଛି। ରାଜରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି। ୪ରୁ ଊର୍ଦ୍ଧ୍ୱ ଜାତୀୟ ରାଜପଥ ତଥା ବ୍ରିଜରେ ଆଣ୍ଠୁଏ ପାଣି। ଓଡ଼ିଶାର (Odisha) ମଧ୍ୟ କିଛି ଅଂଶରେ ଜଳମଗ୍ନ ହେବାରେ ଲାଗିଛି। ଓଡ଼ିଶାର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି। ତେଣେ ଛତିଶଗଡ଼ (Chhattisgarh) ସରକାର କହୁଛନ୍ତି ଯେତେ ସମ୍ଭବ ହୀରାକୁଦରୁ (Hirakud) ପାଣି ଛାଡ଼ ଏବଂ ଛତିଶଗଡ଼କୁ ବନ୍ୟାରୁ ରକ୍ଷା କର। ଏଣେ ଓଡିଶାର ମନ୍ତ୍ରୀ କହୁଛନ୍ତି ଛତିଶଗଡ଼ର କିଛି କାର୍ଯ୍ୟ ପାଇଁ ଓଡିଶା ଭୋଗୁଛି ବନ୍ୟା ସଙ୍କଟ। 
 
ସେପଟେ ହୀରାକୁଦର (Hirakud) ଗେଟ ଖୋଲିବା ଫଳରେ ଫୁଲୁଛି ମହାନଦୀ l ନଦୀ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡି ଆସୁଛି ବନ୍ୟା ଜଳ l ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକର ୪ଟି ଗାଁରେ ଏବେ ଦେଖାଦେଇଛି ବନ୍ୟା ପରିସ୍ଥିତି। ଲଖନପୁର ବ୍ଲକର ସୁଖାସୋଢା, ସେମଲିଆ, ଚିଖିଲି, ମୁହୁଦୀ ଗାଁର ଶହଶହ ଏକର ଚାଷ ଜମି ବୁଡି ଯିବାସହ ଗାଁର ଅତି ନିକଟକୁ ଆସି ଗଲାଣି ବନ୍ୟା ଜଳ। ଫଳରେ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ତେବେ ଏହି ବନ୍ୟା ପରିସ୍ଥିତି ବର୍ଷା ଋତୁରେ ସାଧାରଣ ଘଟଣା। ଏପରି ଚାଷ ନଷ୍ଟ ହୁଏ, ଘର ଭାଙ୍ଗି ଯାଏ ଏବଂ ଲୋକେ ସମସ୍ୟା ର ସମ୍ମୁଖୀନ ହୁଅନ୍ତି ଏବଂ ପରବର୍ତୀ ସମୟରେ ଜିଲ୍ଲା ପ୍ରଶାସନ ଆସି ଏପରି ଆଗକୁ ନ ହେବାର ପ୍ରତିଶ୍ରୁତି ଦିଅନ୍ତି ଏବଂ ଆର ବର୍ଷ କୁ ଭୁଲି ଯାଆନ୍ତି ବୋଲି କହିଛନ୍ତି ଏହି ଅଞ୍ଚଳର ଲୋକେ। ଛତିଶଗଡ଼ର ଉପର ମୁଣ୍ଡରେ ବର୍ଷା ହେଲେ କଲମା ବ୍ୟାରେଜର ସବୁ ଗେଟ ଖୋଳି ଦିଏ ଏବଂ ସୃଷ୍ଟି ହୁଏ ଓଡ଼ିଶାରେ ବନ୍ୟା। ଗ୍ରୀଷ୍ମରେ ଜଳାଭାବ ଏବଂ ବର୍ଷାରେ ବନ୍ୟା ଭୟ ଘାରି ରହିଛି ଏହି ଗାଁର ଲୋକଙ୍କୁ। ରାଜ୍ୟ ସରକାରଙ୍କୁ ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ଏହି ବନ୍ୟା ପୀଡ଼ିତ ବାସୀ। 

ଛତିଶଗଡ଼ରେ ଏବେ ବନ୍ୟା ସ୍ଥିତି ବିପଦ ଜନକ।ତାହା ସାଙ୍ଗକୁ ଲଗାଣ ବର୍ଷା। କଲମାର ୬୬ରୁ ୬୬ଟି ଯାକ ଗେଟ ଖୋଲାଥିବାରୁ ଓଡିଶା ଉପରେ ବଡ଼ ବିପଦ ଘନେଇଛି। ଅନ୍ୟ ପଟେ ଛତିଶଗଡ଼ର ଉପର ପଟେ ଲଗାଣ ବର୍ଷା ଯୋଗୁଁ ନଦୀସ୍ତର ବଢିବାକୁ ଲାଗୁଚି। ତେଣୁ ଛତିଶଗଡ଼ ସରକାର ଚାହେଁ କିଭଳି ହୀରାକୁଦ ନଦୀବନ୍ଧର ଗେଟ ସର୍ବାଧିକ ଖୋଲାଯାଉ ଯାହା ଫଳରେ ମହାନଦୀ ପାଣି ଛତିଶଗଡ଼ ରୁ ବାହାରି ଓଡିଶା କୁ ପଶିଯାଉ ଏବଂ ବନ୍ୟା ପରିସ୍ଥିତି ଛତିଶଗଡ଼ ରୁ ଟଳି ଓଡିଶା କୁ ଆସିଯାଉ। ତେଣୁ ହୀରାକୁଦ ବନ୍ଧ ର ଗେଟ ଖୋଲିବାକୁ ଛତିଶଗଡ଼ ସରକାର ହୀରାକୁଦ ବନ୍ଧର କର୍ତ୍ତୃପକ୍ଷ ଙ୍କୁ କହୁଥିବା ଖୋଦ ଛତିଶଗଡ଼ ମନ୍ତ୍ରୀ କହିଛନ୍ତି। 

ବନ୍ୟା ଯୋଗୁଁ କୌଣସି ଅଘଟଣ ନ ଘଟିବା ପାଇଁ ଏହି ଗ୍ରାମ ଗୁଡିକରେ ଅସ୍ଥାୟୀ କ୍ୟାମ୍ପ କରିଛି ପ୍ରଶାସନ l ସୁଖାସୋଢା ଗ୍ରାମର ୭ ପରିବାରର ୩୦ ଜଣ, ସେମଲିଆର ୯ ପରିବାରର ୩୫ ଜଣ, ଶରଧାର ୧୦ ପରିବାରର ୪୦ ଜଣ ଏବଂ ଚିଖିଳିର ୫ଟି ପରିବାରର ୧୫ ଜଣ ଏପରି ମୋଟ ୧୨୦ ଜଣଙ୍କୁ ଅସ୍ଥାୟୀ କେମ୍ପରେ ରଖାଯାଇଛି। ସମସ୍ତ ବନ୍ୟା ପ୍ରଭାବିତଙ୍କ ପାଇଁ ଖାଦ୍ୟ ପାନୀୟର ବ୍ୟବସ୍ଥା କରିଛି ପ୍ରଶାସନ। ବନ୍ୟାକୁ ନେଇ ଭୟଭୀତ ନ ହେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ କୁହାଯାଉଛି। ଏପଟେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ପଡୋଶୀ ରାଜ୍ୟର କିଛି କାର୍ଯ୍ୟ ପାଇଁ ପାଇଁ  ବିଭିନ୍ନ ସ୍ଥାନରେ ବନ୍ୟାର ସମ୍ମୁଖୀନ ହଉଛୁ, ଜଳସେଚନ ମନ୍ତ୍ରୀଙ୍କ ସାଙ୍ଗରେ ଏନେଇ କଥା ହେବି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ବନ୍ୟା ସମସ୍ୟାର ସମଧାନ ଦିଗରେ ଦୃଷ୍ଟି ଆକର୍ଷଣ କରିବି ବୋଲି ସେ କହିଥିଲେ।

ଅଧିକ ପଢନ୍ତୁ: ୧୨ ଜିଲ୍ଲା ପାଇଁ ରେଡ୍ ଓ ୧୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଅଧିକ ପଢନ୍ତୁ: ୨୦୨୪ରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନରେନ୍ଦ୍ର ମୋଦି