Balochistan Liberation Army:ପାକ୍ ସେନା ଓ ଆଇଏସଆଇ ଆଡ୍ଡା ଉପରେ ବଲୁଚ୍ ଲିବରେସନ୍ ଆର୍ମିର ଜୋରଦାର ଆକ୍ରମଣ
Advertisement
Article Detail0/zeeodisha/odisha2166568

Balochistan Liberation Army:ପାକ୍ ସେନା ଓ ଆଇଏସଆଇ ଆଡ୍ଡା ଉପରେ ବଲୁଚ୍ ଲିବରେସନ୍ ଆର୍ମିର ଜୋରଦାର ଆକ୍ରମଣ

ବେଲୁଚିସ୍ତାନ ଲିବରେସନ ଆର୍ମି ବୁଧବାର ଦିନ ଗ୍ୱାଦରରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଆକ୍ରମଣ ପରେ ଏହି ବିଦ୍ରୋହୀ ଗୋଷ୍ଠୀ ଏହାର ଉତ୍ତରଦାୟିତ୍ୱ ନେଇଛି। ଗ୍ୱାଦର ବନ୍ଦରରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି।

SOCIAL MEDIA

Balochistan Liberation Army: ବେଲୁଚିସ୍ତାନ ଲିବରେସନ ଆର୍ମି ବୁଧବାର ଦିନ ଗ୍ୱାଦରରେ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଡ୍ଡା ଉପରେ ବଡ଼ ଧରଣର ଆକ୍ରମଣ କରିଛି। ଆକ୍ରମଣ ପରେ ଏହି ବିଦ୍ରୋହୀ ଗୋଷ୍ଠୀ ଏହାର ଉତ୍ତରଦାୟିତ୍ୱ ନେଇଛି। ଗ୍ୱାଦର ବନ୍ଦରରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବିଏଲ୍ଏର ମାଜିଦ ବ୍ରିଗେଡ୍ ଗ୍ୱାଦରର ମେରିନ୍ ଡ୍ରାଇଭ୍ ନିକଟରେ ଏହି ଆକ୍ରମଣ କରିଥିଲା।

ବିଏଲଏ ତରଫରୁ ଏହାର ମୁଖପାତ୍ର ଜିୟନ୍ଦ ବଲୋଚ ଏହି ଆକ୍ରମଣର ଉତ୍ତରଦାୟିତ୍ୱ ନେଇ କହିଛନ୍ତି ଯେ ପାକ୍  ସେନାର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଏବଂ ଏମଆଇର କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଉଛି । ଅପରାହ୍ନ ସାଢ଼େ ୩ଟାରୁ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ବି ଜାରି ରହିଛି। ବିଏଲ୍ଏ ଏହି ଆକ୍ରମଣ ପାଇଁ ଦାୟିତ୍ୱ ନେଉଛି ଏବଂ ଅଧିକ ସୂଚନା ଗଣମାଧ୍ୟମକୁ ପ୍ରକାଶ କରାଯିବ। ସୀମାରେ କୌଣସି ପ୍ରକାରର ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ପ୍ରତିଶ୍ରୁତି ଦେବାର ଗୋଟିଏ ଦିନ ପରେ ଏହି ଆକ୍ରମଣ ହୋଇଛି।

ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶ ଅଞ୍ଚଳରେ ବୁଧବାର ଅପରାହ୍ନରେ  ସଶସ୍ତ୍ର ବାଲୋଚ୍ ଲିବରେସନ୍ ଆର୍ମି କ୍ୟାଡର ଜବରଦସ୍ତ ଗ୍ୱାଦର ବନ୍ଦର କର୍ତ୍ତୃପକ୍ଷ ପରିସରରେ ପଶି ଗୁଳି ଚଳାଇଥିଲେ। ମକ୍ରାନ କମିଶନର ସୟଦ ଅହମ୍ମଦ ଉମରାନୀ ଡନ୍ ନ୍ୟୁଜକୁ କହିଛନ୍ତି ଯେ ଘଟଣାସ୍ଥଳରେ ବିପୁଳ ପୁଲିସ ଓ ସୁରକ୍ଷା ବାହିନୀ ପହଞ୍ଚିଥିବା ବେଳେ ଗୁଳିବିନିମୟ ଜାରି ରହିଛି।

ପାକିସ୍ତାନର ଏକ୍ସପ୍ରେସ୍ ଟ୍ରିବ୍ୟୁନ୍ ଖବରକାଗଜ ସୂତ୍ରରୁ ପ୍ରକାଶ ଯେ ସୁରକ୍ଷା ବାହିନୀ ଗ୍ୱାଦର ବନ୍ଦର କର୍ତ୍ତୃପକ୍ଷ (ଜିପିଏ) ପରିସରରେ ହୋଇଥିବା ଆକ୍ରମଣକୁ ବିଫଳ କରିବା ସହ ୮ ଜଣ ଆକ୍ରମଣକାରୀଙ୍କୁ ନିପାତ କରିଛନ୍ତି। ବନ୍ଦର ପରିସରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣକାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି।