Karma Puja : ଦଶହରାରେ ହୁଏ କର୍ମା ପୂଜା , ଜାଣନ୍ତୁ କେଉଁ ସମ୍ପ୍ରଦାୟର ଲୋକେ କରନ୍ତି ଏ ପୂଜା
Advertisement

Karma Puja : ଦଶହରାରେ ହୁଏ କର୍ମା ପୂଜା , ଜାଣନ୍ତୁ କେଉଁ ସମ୍ପ୍ରଦାୟର ଲୋକେ କରନ୍ତି ଏ ପୂଜା

ବାଲେଶ୍ବର : ଆଦିବାସୀ କହିଲେ ସରଳ ସାଧାରଣ ଜନଜାତିଙ୍କୁ ବୁଝାଏ । ସେମାନଙ୍କ ଚଳଣି ଖୁବ୍ ସରଳ । ପ୍ରତ୍ୟେକ ପୂଜା ପାର୍ବଣରେ ନୂଆ ଲୁଗା ସହିତ ନାଚଗୀତ କରି ଜୀବନକୁ ଉପଭୋଗ କରିବା ଏମାନଙ୍କଠାରେ ଦେଖାଯାଏ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ବଣା ଗାଁରେ ଆଦିବାସୀ ଲୋକମାନେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଉଥିବାର ଦେଖିବାକୁ ମିଳିଛି । 

Karma Puja : ଦଶହରାରେ ହୁଏ କର୍ମା ପୂଜା , ଜାଣନ୍ତୁ କେଉଁ ସମ୍ପ୍ରଦାୟର ଲୋକେ କରନ୍ତି ଏ ପୂଜା

ବାଲେଶ୍ବର : ଆଦିବାସୀ କହିଲେ ସରଳ ସାଧାରଣ ଜନଜାତିଙ୍କୁ ବୁଝାଏ । ସେମାନଙ୍କ ଚଳଣି ଖୁବ୍ ସରଳ । ପ୍ରତ୍ୟେକ ପୂଜା ପାର୍ବଣରେ ନୂଆ ଲୁଗା ସହିତ ନାଚଗୀତ କରି ଜୀବନକୁ ଉପଭୋଗ କରିବା ଏମାନଙ୍କଠାରେ ଦେଖାଯାଏ । ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ୍ ବଣା ଗାଁରେ ଆଦିବାସୀ ଲୋକମାନେ ଦଶହରା ପର୍ବ ଏକ ନିଆରା ଢ଼ଙ୍ଗରେ ମନାଉଥିବାର ଦେଖିବାକୁ ମିଳିଛି । ଦଶହରା ଅବସରରେ ଆଦିବାସୀମାନେ ରଙ୍ଗବେରଙ୍ଗରେ ସର୍ଜିତ ହୋଇ ଏକ ନୃତ୍ୟ ପରିବେଷଣ କରିଥାନ୍ତି । ଏହି ଆଦିବାସୀ ସମ୍ପ୍ରଦାୟର ଲୋକମାନେ କର୍ମା ପୂଜା କରିଥାନ୍ତି । ଯାହାକି ଶିବପାର୍ବତୀର ପୂଜା ବୋଲି କୁହାଯାଏ । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଏଠାକାର ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଏହାକୁ ଏକ ବଡ ପର୍ବ ବୋଲି ମାନିଥାନ୍ତି ।

୧୦୦ ବର୍ଷରୁ ଉର୍ଦ୍ଧ ହେବ ଆଦିବାସୀ ଲୋକମାନେ ଦଶହରା ଦିନ ମାନସିକ ପୁରଣ ଓ ଗାଁର ମଙ୍ଗଳ ପାଇଁ ଏହି କର୍ମା ପୂଜା କରିଥାନ୍ତି । କର୍ମା ମାନେ ଶିବ ଓ ଧର୍ମା ମାନେ ପାର୍ବତୀ ଏହି ଦୁଇ ଜଣଙ୍କର ପୂଜାର୍ଚ୍ଚନା କରି ସବୁ ବୟସର ଲୋକମାନେ ମିଳିମିଶି ନାଚିଥାଆନ୍ତି । ଶିବରାତ୍ରୀ ଭଳି ଏହି କର୍ମା ପୂଜାରେ ଉପବାସ ରହି ପୂଜାର୍ଚ୍ଚନା କରନ୍ତି । ରାତି ସାରା ନୃତ୍ୟ ପରିବେଷଣ ହୋଇଥାଏ । ବାଲିରେ ମୁଗ ପକାଇଆନ୍ତି, ଗଜାହେବା ପରେ କଇ ଗଛର ଡାଳକୁ ପୋତି ପୂଜା କରିଆନ୍ତି । ବଣା ଗାଁରେ ଏହି ସମ୍ପ୍ରଦାୟର ଲୋକମାନଙ୍କ କହିବା ଅନୁଯାଇ, ବନ୍ଧୁବାନ୍ଧବ ଏକତ୍ରିତ ହୋଇ ଏହି ପର୍ବ ପାଳନ କରିଥାଆନ୍ତି । ଖାଦ୍ୟ ପାଇଁ ବିଶେଷ କରି ହାଣ୍ଡିଆ ସହିତ ଖଟା, କଞ୍ଚାଲଙ୍କା, ରସୁଣ ଓ ଖଣା ଖାଇଥାନ୍ତି। ଏହି ଖାଦ୍ୟ ଖାଇ ଖୁସିରେ ରାତିସାରା ନାଚଗୀତରେ ମସଗୁଲ ରହିଥାଆନ୍ତି । 

ଆଦିବାସୀ ସମ୍ପ୍ରଦାୟର ମୁଣ୍ଡା ଜାତିର ଲୋକମାନେ ଅପେକ୍ଷାରେ ଥାନ୍ତି କେବେ ଆସିବ ଦଶହରା ଓ କର୍ମାପୂଜାର ଆନନ୍ଦ ଉଠାଇବେ । ଦଶହରା ପର ଦିନ ପୂଜା ହୋଇଥିବା କର୍ମା ଠାକୁରଙ୍କୁ ସକାଳେ ବିଷର୍ଜନ କରାଯାଏ । ବିଷର୍ଜନ ବେଳେ ସେହିଭଳି ନାଚଗୀତର ସମସ୍ତ ମଜା ନେଇଥାଆନ୍ତି । ଏହି ଅଞ୍ଚଳର ଆଦିବାସୀମାନେ ଏହି ପର୍ବକୁ ବର୍ଷକ ଭିତରେ ସବୁଠାରୁ ବଡ଼ ପର୍ବ ବୋଲି ମାନନ୍ତି । ବିଶେଷ କରି ଯୁବପିଢ଼ି ଏହି ପର୍ବରେ ସାମିଲ ହୋଇ ନାଚଗୀତରେ ଭରପୁର ମନରଞ୍ଜନ କରିଥାଆନ୍ତି । ବୟସ୍କ ବୃଦ୍ଧବୃଦ୍ଧାମାନେ ହାତଧରାଧରି ହୋଇ ଢ଼ୋଲ ଓ ମାଧଳ ଶବ୍ଦର ତାଳେ ତାଳେ ନାଚିଥାନ୍ତି । ୩ ଦିନ ଧରି କର୍ମା ପୂଜା ସରିବା ପରେ ଏହି ଗାଁରେ ଏହି ପରି ଏକ ନିଆରା ନାଚ ଦେଖିବା ପାଇଁ ଆଖପାଖ ଗ୍ରାମରୁ ଶତାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହି ନାଚ ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ରାତିସାରା ହୋଇଥାଏ । ଦୁର୍ଗାପୂଜାର ଏହି ପୁରାତନ ଐତିହାସକ କର୍ମପୂଜା ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଭକ୍ତି ଓ ଶ୍ରଧା ଆଣିଦେଇଥାଏ ।