ଭୋଗରାଇ ବ୍ଲକରେ ୧୦ହଜାରରୁ ଅଧିକ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସେହିପରି ବାଲିଆପାଳ ବ୍ଲକର ୮ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଣି ବିଭିନ୍ନ ଆଶ୍ରୟସ୍ଥଳରେ ସମସ୍ତଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଉଛି ।
Trending Photos
ଦିଲ୍ଲୀପ କୁମାର ଦାସ, ଜଳେଶ୍ୱର: 'ଅମ୍ଫାନ' ପ୍ରଭାବ । ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଏବେ ପବନର ଗତି ବଢ଼ୁଛି । ସୀମାନ୍ତ ବାଲେଶ୍ଵର ଜିଲ୍ଲାର ସମୁଦ୍ର ଉପକୂଳ ଅଞ୍ଚଳରୁ ୩୫ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଅଣାଯାଇଛି । ବିଶେଷକରି ଅଧିକ ପ୍ରଭାବିତ ହେବାର ସମ୍ଭାବନା ଥିବା ଉପରେ ଗୁରୁତ୍ୱାକୋପ କରିଛି ପ୍ରଶାସନ ।
ଭୋଗରାଇ ବ୍ଲକରେ ୧୦ହଜାରରୁ ଅଧିକ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅଣାଯାଇଛି । ସେହିପରି ବାଲିଆପାଳ ବ୍ଲକର ୮ହଜାର ଲୋକଙ୍କୁ ତଳିଆ ଅଞ୍ଚଳରୁ ଆଣି ବିଭିନ୍ନ ଆଶ୍ରୟସ୍ଥଳରେ ସମସ୍ତଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରାଯାଉଛି । ସେହିପରି କୋରୋନା ଯୋଗୁ ସାମାଜିକ ଦୂରତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି ।
ଭୋଗରାଇ ବ୍ଲକର ସାହାବଜୀପୁର, ଉଦୟପୁର, ତାଳଶାରୀ, ରଣସିଂପୁର , ବିଚିତ୍ରପୁର, ଏନ ଏମ ପଡିଆ , କିର୍ତ୍ତନିଆ, କୁମ୍ଭୀରଗଡି ଗାଁ ଓ ବାଲିଆ ପାଳ ବ୍ଲକର ବଡାଶ, ଚୌମୂଖ, କଙ୍କଡାପାଳ, ଡଗର।, ବେତଗଡିଆ, ଅଁଳା ଡିହା ଆଦି ଗାଁ ବାତ୍ୟା ଦ୍ଵାରା ବିଶେଷ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାଲିଆପାଳ ଓ ଭୋଗରାଇରେ ବାଲେଶ୍ଵର ଉପଜିଲ୍ଲାପାଳ ନିଲୁ ମହାପାତ୍ର ନିଜେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଭୋଗରାଇ ବିଧାୟକ ଅନନ୍ତ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି । ସମସ୍ତ ପଞ୍ଚାୟତର ସରପଞ୍ଚ, ସ୍ଥାନୀୟ ଅଧିକାରୀ, ପୋଲିସ, NDRF, ODRF ଓ ଅଗ୍ନିଶମ କର୍ମଚାରୀ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।