Balasore News: ଗୋଟିଏ ପ୍ରକଳ୍ପକୁ ଦୁଇ ଥର ଶିଳାନ୍ୟାସ, ପ୍ରଥମେ ବିଜେପି ପରେ କଲା ବିଜେଡି
Advertisement
Article Detail0/zeeodisha/odisha1438916

Balasore News: ଗୋଟିଏ ପ୍ରକଳ୍ପକୁ ଦୁଇ ଥର ଶିଳାନ୍ୟାସ, ପ୍ରଥମେ ବିଜେପି ପରେ କଲା ବିଜେଡି

Balasore News: ପ୍ରକଳ୍ପ ଗୋଟେ ଶିଳାନ୍ୟାସ ଦୁଇ ଦୁଇ ଥର । ଦିନ୧୧ଟା ବେଳେ ବିଜେପି ଦଳ ଶିଳାନ୍ୟାସ କରିଥିବା ବେଳେ ସନ୍ଧ୍ୟା ୩ ଟା ବେଳେ ବିଜେଡି । କଥାଟି ଶୁଣିବାକୁ ଅଡୁଆ ଲାଗୁଥାଇ ପାରେ, କିନ୍ତୁ ଏହା ସତ୍ୟ  । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତରେ । 

Balasore News: ଗୋଟିଏ ପ୍ରକଳ୍ପକୁ ଦୁଇ ଥର ଶିଳାନ୍ୟାସ, ପ୍ରଥମେ ବିଜେପି ପରେ କଲା ବିଜେଡି

Balasore News: ପ୍ରକଳ୍ପ ଗୋଟେ ଶିଳାନ୍ୟାସ ଦୁଇ ଦୁଇ ଥର । ଦିନ୧୧ଟା ବେଳେ ବିଜେପି ଦଳ ଶିଳାନ୍ୟାସ କରିଥିବା ବେଳେ ସନ୍ଧ୍ୟା ୩ ଟା ବେଳେ ବିଜେଡି । କଥାଟି ଶୁଣିବାକୁ ଅଡୁଆ ଲାଗୁଥାଇ ପାରେ, କିନ୍ତୁ ଏହା ସତ୍ୟ  । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତରେ । ଯେଉଁଠାରେ ପାନୀୟ ଜଳ ପ୍ରକଳ୍ପ ବସୁଧା ଏବଂ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାକୁ ବିଜେପି ସମର୍ଥିତ ସରପଞ୍ଚ ସଞ୍ଜନା ଜେନା ଏବଂ ସମିତି ସଭ୍ୟ ଗାୟତ୍ରୀ ଜେନା ଉଦଘାଟନ କରିବାର ଚାରି ଘଣ୍ଟା ପରେ ପୁଣି ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ସେହି ପ୍ରକଳ୍ପକୁ ଉଦଘାଟନ କରିବାକୁ ନେଇ ସୋର ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚାର ବିଷୟ ପାଲଟିଛି l

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ତାଳକୁରୁଣିଆ ପଞ୍ଚାୟତରେ ପାନୀୟ ଜଳ ବସୁଧା ଯୋଜନାରେ ୧ କୋଟି ୪୮ ଲକ୍ଷର ପ୍ରକଳ୍ପ ସହିତ ୨୮୧.୩୭ ଲକ୍ଷ ଟଙ୍କାର ଏକ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର କାର୍ଯ୍ୟ ଆରମ୍ଭ ପାଇଁ ଉଦଘାଟନ କରିବାକୁ ସ୍ଥିର ହୋଇଥିଲା। ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଙ୍କୁ ନ ଜଣାଇ ବିଜେଡି ବିଧାୟକ ଦଳୀୟ ଭିତିରେ ଦିନ ତିନିଟା ବେଳେ ଉଦଘାଟନ କରିବାକୁ ଥିବା ବେଳେ ବିଜେପି ସମର୍ଥିତ ସ୍ଥାନୀୟ ସରପଞ୍ଚ ସଞ୍ଜନା , ସମିତିସଭ୍ୟ ଗାୟତ୍ରୀ , ୱାର୍ଡ ମେମ୍ବର ଓ ଗ୍ରାମବାସୀ ଙ୍କୁ ନେଇ ଚାରିଘଣ୍ଟା ଆଗରୁ ୧୧ଟା ବେଳେ ଏହି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ପରେ ୩ଟା ବେଳେ ବିଧାୟକ ପର୍ଶୁରାମ ଧଡ଼ା ତାଙ୍କ ବିଜେଡି ସମର୍ଥକଙ୍କ ସହିତ ଏହି ପ୍ରକଳ୍ପ ଗୁଡିକୁ ଉଦଘାଟନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ,ସମିତି ସଭ୍ୟଙ୍କ କହିବା ଅନୁଯାୟୀ, ଏହି ପଞ୍ଚାୟତରେ ଜଳ ସମସ୍ୟା ବହୁ ଉତ୍କଟ ଥିବା ବେଳେ ନିର୍ବାଚନ ପୂର୍ବରୁ ଏହି ସମସ୍ୟା ସମାଧାନ କରିବା ପାଇଁ ପ୍ରତିଶୁତି ଦେଇଥିଲେ । ଏବେ ସମାଧାନ ହୋଇଯାଇଥିବାରୁ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ତଥା ବିଜେଡି ସମର୍ଥିତ ବିଧାୟକ ପର୍ଶୁରାମ ଧଡ଼ା ଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ କହିଥିବା ବେଳେ କିଛି ସହଯୋଗ କରିନଥିଲେ I

୨୦ ବର୍ଷ ହେବ ଏହି ପଞ୍ଚାୟତ ହୋଇଥିବା ବେଳେ ଜଳ ସଙ୍କଟର ସମାଧାନ ହୋଇ ପାରୁନଥିବା ବେଳେ ପୂର୍ବରୁ ବହୁ ସମାଜସେବୀ ସଂଗଠନ ଟେଙ୍କର ଦ୍ୱାରା ଜଳ ସମସ୍ୟା ଦୂର କରିଆସୁଥିଲେ ଏବେ ପ୍ରତ୍ୟେକ ପଞ୍ଚାୟତରେ ବସୁଧା ପ୍ରକଳ୍ପରେ ପାଣି ଟାଙ୍କି ହେବାକୁ ଥିବା ବେଳେ ଏହି ଯୋଜନାର ଶ୍ରେୟ ବିଜେପି ଲୋକ ପ୍ରତିନିଧି ନେବାକୁ ଚାହୁଁଛନ୍ତି । ଅନ୍ୟପଟେ ପଞ୍ଚାୟତର ଜନପ୍ରତିନିଧିକୁ କିଛି ଅଵଗତ ନ କରାଇ ବିଧାୟକ ଉଦଘାଟନ କରିଥିବାର ଅଭିଯୋଗ କରିବା ସହ ପଞ୍ଚାୟତ ପ୍ରତିନିଧି ଙ୍କୁ ସହଯୋଗ କରୁନଥିବାରୁ ବାଧ୍ୟ ହୋଇ ନିଜେ ଉଦଘାଟନ କରିଥିବା କହିଛନ୍ତି ସରପଞ୍ଚ ଓ କିଛି ଅଞ୍ଚଳବାସୀ ।

ପଞ୍ଚାୟତ ରାସ୍ତା ଦୁଇ ପାର୍ଶ୍ଵ ରେ ଉଭୟ ବିଜେପି ଓ ବିଜେଡି ପତାକା ଦେଖା ଯାଉଥିବା ବେଳେ ଗ୍ରାମବାସୀ ଦୁଇ ଭାଗ ରେ ହୋଇ ଦୁଇଥର ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ । ଅନ୍ୟପଟେ ବିଜେଡି ର ପୁର୍ବତନ ସରପଞ୍ଚ ବିଜୟ ସାହୁଙ୍କ କହିବା ଅନୁଯାୟୀ ଏହି ପ୍ରକଳ୍ପ ରାଜ୍ୟ ସରକାର ଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ର ବସୁଧା ଯୋଜନା ଅନୁଯାୟୀ ବିଧାୟକଙ୍କ ସହିତ ଯନ୍ତ୍ରୀ ଉଦଘାଟନ କରିବା ପାଇଁ ବହୁ ପୂର୍ବରୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । କିନ୍ତୁ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ବିଧାୟକଙ୍କୁ ଅଵଗତ ନକରାଇ ନିଜେ ଉଦଘାଟନ କରିଛନ୍ତି ।ଏହିଭଳି ଦୁଇ ଦଳ ର ଜନପ୍ରତିନିଧି ଙ୍କ ମଧ୍ୟରେ ରାଜନୀତି ଉଦ୍ଦେଶ୍ୟ ରଖି ଦୁଇ ଦୁଇ ଥର ଜନକଲ୍ୟାଣକାରୀ ଯୋଜନାକୁ ଉଦଘାଟନ କରି ନିଜର ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି । ଏହି ପ୍ରକଳ୍ପ ଯୋଜନା କେତେ ସଫଳ ହେବ ସନ୍ଦେହ ଘେରାରେ ଅଛନ୍ତି ପଞ୍ଚାୟତବାସୀ ।