Ram Mandir:ଅଯୋଧ୍ୟାରେ ତାଲା ଖୋଲିବାର ଅସଲ କାହାଣୀ,୪୦ ମିନିଟରେ ଖୋଲିଥିଲା ତାଲା
Advertisement
Article Detail0/zeeodisha/odisha2069547

Ram Mandir:ଅଯୋଧ୍ୟାରେ ତାଲା ଖୋଲିବାର ଅସଲ କାହାଣୀ,୪୦ ମିନିଟରେ ଖୋଲିଥିଲା ତାଲା

ଭାରତର କୌଣସି ଅଦାଲତଙ୍କ ଆଦେଶ ମାତ୍ର ୪୦ ମିନିଟ୍ ମଧ୍ୟରେ ପାଳିତ ହୋଇଥିବାର କଥା ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଗୋଟିଏ ଘଟଣା କଥା କହିବୁ ଯାହା ଆଗକୁ ଚାଲି କାହାଣୀରେ ପରିଣତ ହୋଇଥିଲା । ଘଟଣା ଥିଲା ୧୯୮୬ ଫେବ୍ରୁଆରୀ ମାସର । ସ୍ଥାନ ଥିଲା ଅଯୋଧ୍ଯା । ଫୈଜାବାଦର ଜିଲ୍ଲା ଜଜ୍ ବିବାଦୀୟ.

SOCIAL MEDIA

Ram Mandir:

ଭାରତର କୌଣସି ଅଦାଲତଙ୍କ ଆଦେଶ ମାତ୍ର ୪୦ ମିନିଟ୍ ମଧ୍ୟରେ ପାଳିତ ହୋଇଥିବାର କଥା ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହିଭଳି ଗୋଟିଏ ଘଟଣା କଥା କହିବୁ ଯାହା ଆଗକୁ ଚାଲି କାହାଣୀରେ ପରିଣତ ହୋଇଥିଲା । ଘଟଣା ଥିଲା ୧୯୮୬ ଫେବ୍ରୁଆରୀ ମାସର । ସ୍ଥାନ ଥିଲା ଅଯୋଧ୍ଯା । ଫୈଜାବାଦର ଜିଲ୍ଲା ଜଜ୍ ବିବାଦୀୟ. ବାବ୍ରି ମସଜିଦର ତାଲା ଖୋଲିବାକୁ ଅପରାହ୍ନ ୪ଟା ୪୦ ମିନିଟରେ ଦେଇଥିଲେ । ବିଚାରପତି ଆଦେଶ ଦେବାର ମାତ୍ର ୪୦ ମିନିଟ ପରେ ଅର୍ଥାତ ୫.୨୦ ମିନିଟରେ ତାଙ୍କ ଆଦେଶ ପାଳିତ ହୋଇଥିଲା । ବିବାଦୀୟ ଢାଞ୍ଚାର ତାଲା ଖୋଲି ଯାଇଥିଲା ଓ ଭାରତୀୟ ରାଜନୀତିରେ ବିରାଟ ପରିବର୍ତ୍ତନ ପାଇଁ ପଥ ପରିସ୍କାର ହୋଇଥିଲା । ଅଦାଲତ ଆଦେଶ ୪୦ ମିନିଟରେ ପାଳିତ ହେବା ଯେତିକି ଆଶ୍ଚର୍ଯ୍ୟଜନକ ଥିଲା ତା’ଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଥିଲା ଗୋଟିଏ ଚ୍ୟାନେଲର ଯୁଗରେ ଦୁରଦର୍ଶନର ଟିମ୍ ତାଲା ଖୋଲାଯିବାର ପୁରା ପ୍ରକ୍ରିୟାକୁ କଭର କରିବା ପାଇଁ ସେହି ସ୍ଥାନରେ ଉପସ୍ଥିତ ଥିଲା ।

ଦିଲ୍ଲୀ ଚାହୁଁଥିଲା ତାଲା ଖୋଲୁ !

ହେମନ୍ତ ଶର୍ମାଙ୍କ ଦ୍ୱାରା ଲିଖିତ ‘ୟୁଦ୍ଧ ମୈ ଅୟୋଧ୍ୟା’ ପୁସ୍ତକ ଅନୁସାରେ ଅଯୋଧ୍ଯାରେ କେବଳେ ପଟକଥାର ଚରିତ୍ର ସବୁ ଥିଲେ । କାହାଣୀକାର ଦିଲ୍ଲୀରେ ବସି କାହାଣୀ ଲେଖୁଥିଲେ । ଉତ୍ତରପ୍ରଦେଶରେ ଏବାବଦରେ କେବଳ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହଙ୍କୁ ଛାଡି ଆଉ କାହାପାଖରେ ସୂଚନା ନଥିଲା । ଯେଉଁମାନେ ଭାରତୀୟ ରାଜନୀତିର ଇତିହାସକୁ ନେଇ ଟିକିଏ ଦୁର୍ବଳ ସେମାନଙ୍କ ପାଇଁ ଜଣାଇ ଦେଉଛୁ ଯେ, ସେହି ସମୟରେ ଦିଲ୍ଲୀରେ କଂଗ୍ରେସ ସରକାର ଥିଲା । ଶାହାବାନୁ ଭରଣପୋଷଣ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ବଦଳାଇ କଂଗ୍ରେସ ସରକାର ବିରୋଧୀ ଦଳଙ୍କ ଟାର୍ଗେଟରେ ଥିଲେ । ସରକାର ମୁସଲିମ ତୁଷ୍ଟିକରଣ ନୀତି ଆପଣାଇଛନ୍ତି ବୋଲି ବିରୋଧୀ ଦଳ ବିଶେଷକରି ବିଜେପି,ଯାହାକି ଜନସଂଘର ଉତ୍ତରାଧିକାରୀ ଥିଲା,ଅଭିଯୋଗ ଆଣୁଥିଲା । ବିଜେପି ଏହି ଆଳରେ ହିନ୍ଦୁ ଭୋଟକୁ ଏକାଠି କରିବାକୁ ଚାହୁଁଥିଲା । ରାଜୀବ ଗାନ୍ଧୀ ବିଜେପିର ହାର୍ଡ୍ ହିନ୍ଦୁତ୍ୱ ମୁକାବିଲାରେ ସଫ୍ଟ ହିନ୍ଦୁତ୍ୱକୁ ଆପଣାଇ ଥିଲେ । ତେଣୁ ସେ ଚାହୁଁଥିଲେ ବିବାଦୀୟ ଢାଂଚାର ତାଲା ଖୋଲୁ ।ଏନେଇ ମୁଖ୍ୟମନ୍ତ୍ରୀ ବୀର ବାହାଦୁର ସିଂହକୁ ଜଣାଇ ଦିଆଯାଇଥିଲା ।  ତାଙ୍କୁ କୁହାଯାଇଥିଲା ଯେ, ରାଜ୍ୟ ସରକାର ନିଜ ଆଡୁ ଅଦାଲତରେ କୌଣସି ସତ୍ୟପାଠ ଦାଖଲ କରିବେ ନାହିଁ । ଫୈଜାବାଦ ଜିଲ୍ଲାପାଳ ଓ ପୋଲିସ ସୁପରିଟେଣ୍ଡେଣ୍ଟ୍ ଅଦାଲତରେ ଉପସ୍ଥିତ ରହି ତାଲା ଖୋଲିବାରେ ଆପତି ନାହିଁ ବୋଲି ଜଣାନ୍ତୁ । ବୀର ବାହାଦୁର ସିଂହଙ୍କ ଅନୁସାରେ ଫୈଜାବାଦର କମିଶନରଙ୍କୁ ଏନେଇ ଦିଲ୍ଲୀରୁ ସିଧା ଆଦେଶ ଆସୁଥିଲା । ଆଉ ଯେତେବେଳେ କେନ୍ଦ୍ର ସରକାର ଚାହୁଁଥିଲେ ତାଲା ଖୋଲୁ ସେତେବେଳେ ରାଜ୍ୟ ସରକାର ଅଦାଲତରେ କୌଣସି ସତ୍ୟାପଠ ଦାଖଲ କରିନଥିଲେ । ଜିଲ୍ଲାପାଳ ଓ ଏସପି ମଧ୍ଯ ଅଦାଲତରେ ସରକାରଙ୍କ କହିବା ଅନୁସାରେ ତାଲା ଖୋଲିବାରେ ଆପତି ନାହିଁ ବୋଲି ଜଣାଇଥିଲେ ।

ଅଦାଲତ ଛାତରେ ଦିନସାର ବସିଥିଲା ହନୁ ମାଙ୍କଡ !

ଫେବ୍ରୁଆରୀ ୧,୧୯୮୬ରେ ଫୈଜାବାଦ ଜିଲ୍ଲା ବିଚାରପତି କୃଷ୍ଣମୋହନ ପାଣ୍ଡେ ତାଲା ଖୋଲିବାକୁ ଆଦେଶ ଦେଇଥିଲେ । ପରେ ସେ ନିଜ ଆତ୍ମଜୀବନୀରେ ସେଦିନର ଘଟଣା ବାବଦରେ ବର୍ଣ୍ଣନା କରିଛନ୍ତି । ସେ ଲେଖିଛନ୍ତି  ଯେ,ଯେଉଁଦିନ ମୁଁ ତାଲା ଖୋଲିବା ପାଇଁ ଆଦେଶ ଲେଖୁଥିଲି ସେଦିନ ମୋ ଅଦାଲତର ଛାତ ଉପରେ ଦିନ ତମାମ ଗୋଟିଏ କଳା ମାଙ୍କଡ଼ ବସି ରହିଥିଲା । ସେ ଛାତ ଉପରେ ଲାଗିଥିବା ଫ୍ଲାଗପୋଷ୍ଟକୁ ଧରି ବସି ରହିଥିଲା । ଅଦାଲତ ପରିସରରେ ଥିବା ଲୋକ ମାଙ୍କଡକୁ ଫଳ ଓ ବାଦମ ଯାଚିଥିଲେ କିନ୍ତୁ ମାଙ୍କଡ କିଛି ନଖାଇ ସେମିତି ବସି ରହିଥିଲା । ସେ ଆହୁରି ମଧ୍ଯ ଲେଖିଛନ୍ତି ଯେ, ଫୈସଲା ଶୁଣାଇବା ପରେ ଜିଲ୍ଲାପାଳ ଓ ଏସଏସପି ମୋତେ ଘରକୁ ଛାଡିବାକୁ ଆସିଥିଲେ । ସେହି ସମୟରେ ସେହି ମାଙ୍କଡକୁ ମୁଁ ମୋ ଘର ବାରଣ୍ଡାରେ ବସିଥିବା ଦେଖିଥିଲି । ମୁଁ ତାକୁ ଦେଖି ଚକିତ ହୋଇଥିଲି । ମୁଁ ତାକୁ ପ୍ରଣାମ କରିଥିଲି  । ମୋତେ ଲାଗିଥିଲା ଯେ, ଏହା ପଛରେ କୌଣସି ଦୈବୀଶକ୍ତି ରହିଛି ।

ଅବଶ୍ୟ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ତାଙ୍କ ରାୟରେ ଫୈଜାବାଦ ଜିଲ୍ଲା ଜଜଙ୍କ ଆଦେଶ ଭୁଲ ଥିଲା ବୋଲି କହିଥିଲେ । ଆଉ ଏହା ମଧ୍ୟ କହିଥିଲେ ଯେ, ସେହି ଆଦେଶ ପାଇଁ ବାବ୍ରି ମସଜିଦ ବଳି ପଡିଥିଲା । ତେବେ ପରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଦେଇଥିଲେ । ଆଉ ଏବେ ଅଯୋଧ୍ୟାକୁ ରାମ ଫେରୁଛନ୍ତି ।