Relationship Tips:ସମ୍ପର୍କର ପ୍ରଥମ ମାସରେ ଆପଣ ଏହି ଭୁଲ କରିଛନ୍ତି କି ?
Advertisement

Relationship Tips:ସମ୍ପର୍କର ପ୍ରଥମ ମାସରେ ଆପଣ ଏହି ଭୁଲ କରିଛନ୍ତି କି ?

ଯେକୌଣସି ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏକାଧାରରେ ସୁଖଦ ଓ କଷ୍ଟସାଧ୍ୟ ଅନୁଭବ ହୋଇପାରେ ।  ବାସ୍ତବରେ, ପ୍ରାୟ ପ୍ରତ୍ୟେକ ଦମ୍ପତି ନିଜ ସମ୍ପର୍କର ଆରମ୍ଭରେ ଏମିତି କିଛି ଭୁଲ କରନ୍ତି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ । 

SOCIAL MEDIA

Relationship Tips: ଯେକୌଣସି ବ୍ୟକ୍ତିଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ଏକାଧାରରେ ସୁଖଦ ଓ କଷ୍ଟସାଧ୍ୟ ଅନୁଭବ ହୋଇପାରେ ।  ବାସ୍ତବରେ, ପ୍ରାୟ ପ୍ରତ୍ୟେକ ଦମ୍ପତି ନିଜ ସମ୍ପର୍କର ଆରମ୍ଭରେ ଏମିତି କିଛି ଭୁଲ କରନ୍ତି ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ ।  ଯଦି ଆପଣ ଏହି ଭୁଲଗୁଡିକ ବିଷୟରେ ଆଗରୁ ଜାଣିଯିବେ ତେବେ ଆପଣ ନିଜ ଜୀବନକୁ ସୁଖଦ କରି ପାରିବେ । ଆସନ୍ତୁ ଜାଣିବା ସେହି ଭୁଲଗୁଡ଼ିକ ବିଷୟରେ ଯାହା ପ୍ରାୟ ପ୍ରତ୍ୟେକ ସମ୍ପର୍କ ଆରମ୍ଭର ସବୁ ଦମ୍ପତି ଅତି କମରେ ଥରେ କରିଥାନ୍ତି । ଆଉ ଯାହା ଆପଣ କେବେ ମଧ୍ୟ କରିବା ଉଚିତ ନୁହେଁ ।

ସମ୍ପର୍କର ପ୍ରାରମ୍ଭିକ ଦିନରେ ଏହି ଭୁଲ କରନ୍ତୁ ନାହିଁ

୧. ତୁରନ୍ତ ପ୍ରତିଜ୍ଞା କରନ୍ତୁ ନାହିଁ

କିଛି ଲୋକ ଗୋଟିଏ ସମ୍ପର୍କ ମଧ୍ୟକୁ ଆସିବ ସହିତ ପ୍ରତିଶ୍ରୁତି ଦେଇଦିଅନ୍ତି ।  ଏକାଠି ଜିଇଁବାର ଓ  ବଞ୍ଚିବାର ଶପଥ ନେବାକୁ ସେମାନେ ସମୟ ନିଅନ୍ତି ନାହିଁ । ଏହା କିନ୍ତୁ ଏକ ମସ୍ତବଡ଼ ଭୁଲ ।  ସମ୍ପର୍କର ପ୍ରାରମ୍ଭିକ ପର୍ଯ୍ୟାୟରେ କେବେ ମଧ୍ୟ ପ୍ରତିଶ୍ରୁତି ଦେବାର ଭୁଲ କରନ୍ତୁ ନାହିଁ ।ଆପଣ  ପ୍ରଥମେ ପରସ୍ପରକୁ ଭଲ ଭାବରେ ଜାଣିବାକୁ ଚେଷ୍ଟା କରନ୍ତୁ ।  ଯେକୌଣସି ସମ୍ପର୍କର ପ୍ରଥମ ମାସ ଯେତିକି ସୁନ୍ଦର ସେତିକି ସମ୍ବେଦନଶୀଳ ମଧ୍ୟ ।  ତେଣୁ ଏହି ସମୟରେ ବହୁତ ବୁଦ୍ଧିମାନ ଭାବରେ କାର୍ଯ୍ୟ କରିବା ଉଚିତ । ଏହି ସମୟରେ ମନକୁ ନିଜ ଉପରେ ହାବି ହେବାକୁ ଦିଅନ୍ତୁ ନାହିଁ ।

୨. କଥାବାର୍ତ୍ତା ବନ୍ଦ କରନ୍ତୁ ନାହିଁ

କିଛି ଲୋକ ଏକ ସମ୍ପର୍କରେ ରହିବାକୁ ଚାହାଁନ୍ତି କିନ୍ତୁ ସେମାନେ ନିଜ ସାଥୀଙ୍କ ସହ ଅଧିକ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ନାହିଁ । ଏହି ଦୁରେଇ ରହିବାର ସ୍ୱଭାବ କାରଣରୁ ସେମାନେ ପ୍ରାୟତଃ ନିଜ ସାଥୀଙ୍କୁ  ଅଣଦେଖା କରନ୍ତି । ଏହି କାରଣରୁ ସମ୍ପର୍କ ଅଧିକ ଦିନ ତିଷ୍ଠି ରୁହେ ନାହିଁ ।  ତେଣୁ ଏହା ଜରୁରୀ ଯେ ଆପଣ ନିଜ ସାଥୀକୁ ସମ୍ପର୍କରେ ସମୟ ଦିଅନ୍ତୁ ଏବଂ ତାଙ୍କ ସହିତ ନିଜ ଭାବନାକୁ ଖୋଲାଖୋଲି ଭାବରେ ସେୟାର କରନ୍ତୁ ।

୩. ଖରାପ ଅଭ୍ୟାସକୁ ଅଣଦେଖା କରିବା

ନିଜ ସାଥୀଙ୍କର କୌଣସି ଭୁଲ ଅଭ୍ୟାସ କିମ୍ବା କାର୍ଯ୍ୟକୁ ଅଣଦେଖା କରି ଆପଣ  ସମ୍ପର୍କକୁ କିଛି ସମୟ ପାଇଁ ସୁଖଦ କରି ପାରିବେ କିନ୍ତୁ ମନେରଖନ୍ତୁ ଏହାଦ୍ୱାରା ସମ୍ପର୍କ ଶୀଘ୍ର ଦୁର୍ବଳ ହୋଇଯିବ । ସମ୍ପର୍କର ଆରମ୍ଭରେ, ଯଦି ଆପଣ ନିଜ ପାର୍ଟନରଙ୍କ କୌଣସି ବ୍ୟବହାର କିମ୍ବା ଅଭ୍ୟାସକୁ ପସନ୍ଦ କରୁନାହାନ୍ତି ତେବେ ସେବାବଦରେ ତୁରନ୍ତ ଓ ସିଧାସଳଖ କଥା ହୁଅନ୍ତୁ । ହୁଏତ ଆପଣଙ୍କ ପାର୍ଟନର ନିଜ ଅଭ୍ୟାସ ବଦଳାଇବେ । ଯଦି ସେ ସେପରି କରୁନାହାନ୍ତି ତେବେ ତୁରନ୍ତ ସେହି ସମ୍ପର୍କରୁ ଓହରି ଯିବା ଆପଣଙ୍କ ମାନସିକ ଶାନ୍ତି ଓ ଭବିଷ୍ୟତ ପାଇଁ ଶୁଭ ହେବ ।

୪. ନିଜର ଯତ୍ନ ନିଅନ୍ତୁ

ଯଦି ଆପଣ କୌଣସି ରିଲେସନସିପରେ ଅଛନ୍ତି ତେବେ ନିଜ ଉପରେ ଧ୍ୟାନ ମଧ୍ୟ ଦିଅନ୍ତୁ । କାରଣ ଅନେକ ସମୟରେ ଦେଖିବାକୁ ମିଳେ ଯେ, ରିଲେସନସିପକୁ ଗଲା ପରେ କିଛି ବ୍ୟକ୍ତି ନିଜ ଉପରେ ଧ୍ୟାନ ଦିଅନ୍ତି ନାହିଁ । ଯଦି ଆପଣ ଏମିତି କରନ୍ତି ତେବେ ଏହା ଆପଣଙ୍କର ସବୁଠାରୁ ବଡ଼ ଭୁଲ ହେବ । କାରଣ ଯଦି ଆପଣ ନିଜେ ଖୁସି ନୁହଁନ୍ତି କିମ୍ବା ମାନସିକ ସ୍ତରରେ ଫିଟ୍ ନୁହଁନ୍ତି, ତେବେ ଆପଣ କିପରି ଅନ୍ୟକୁ ଖୁସି ରଖିବାରେ ସକ୍ଷମ ହେବେ? ତେଣୁ, ସମ୍ପର୍କ ସ୍ଥାପନ କରିବା ପରେ ମଧ୍ୟ,ନିଜର ଯତ୍ନ ନେବା ଭୁଲନ୍ତୁ ନାହିଁ ।

୫. ପୂର୍ବତନଙ୍କ ସହିତ ତୁଳନା କରନ୍ତୁ ନାହିଁ

ପ୍ରତ୍ୟେକ ସମ୍ପର୍କ ନିଜ ଭିତରେ ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଅତୁଳନୀୟ, ତେଣୁ ଆପଣ ନିଜ ସମ୍ପର୍କ କିମ୍ବା ସାଥୀକୁ ନିଜର ପୂର୍ବତନ ପ୍ରେମିକ,ପ୍ରେମିକାଙ୍କ  ସହିତ ତୁଳନା କରିବାରେ ଭୁଲ୍ କରନ୍ତୁ ନାହିଁ । ଏହି ଅଭ୍ୟାସ ଆପଣଙ୍କ ସମ୍ପର୍କକୁ ଖରାପ କରିପାରେ ।