Chaitra Navratri 2024: ଆସୁଛନ୍ତି ମାଆ ଚଇତି ଦୁର୍ଗା, ଜାଣନ୍ତୁ ପୂଜାର ଶୁଭ ସମୟ
Advertisement
Article Detail0/zeeodisha/odisha2148698

Chaitra Navratri 2024: ଆସୁଛନ୍ତି ମାଆ ଚଇତି ଦୁର୍ଗା, ଜାଣନ୍ତୁ ପୂଜାର ଶୁଭ ସମୟ

Chaitra Navratri 2024: ହିନ୍ଦୁ ଧର୍ମରେ ଚୈତ୍ର ନବରାତ୍ରୀର ବିଶେଷ ମହତ୍ତ୍ୱ ରହିଛି । ଏହା ଚୈତ୍ର ଶୁକ୍ଲା ପ୍ରତିପଦା ଠାରୁ ଆରମ୍ଭ ହୋଇଥାଏ।  ଚଳିତ ବର୍ଷ ଚୈତ୍ର ନବରାତ୍ରୀ ୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି ।

Chaitra Navratri 2024: ଆସୁଛନ୍ତି ମାଆ ଚଇତି ଦୁର୍ଗା, ଜାଣନ୍ତୁ ପୂଜାର ଶୁଭ ସମୟ

Chaitra Navratri 2024: ହିନ୍ଦୁ ଧର୍ମରେ ନବରାତ୍ରୀର ୯ଟି ଦିନର ଅନେକ ମହତ୍ତ୍ୱ ରହିଛି । ଏହି ୯ ଦିନରେ ଦେବୀ ଦୁର୍ଗାଙ୍କର ୯ ଟି ରୂପକୁ ପୂଜା କରାଯାଇଥାଏ । ନବରାତ୍ରୀ ବର୍ଷକୁ ୪ ଥର ଆସୁଥିବା ସମୟରେ ୨ ଟି ଗୁପ୍ତ ନବରାତ୍ରୀ ଏବଂ ୨ ଟି ପ୍ରତୀକ ନବରାତ୍ରୀ ରହିଛି । ଚୈତ୍ର ମାସରେ ଆମେ ପାଳନ କରୁଥିବା ନବରାତ୍ରୀ ହେଉଛି ପ୍ରତୀକ ନବରାତ୍ରୀ । ଏହା ବ୍ୟତୀତ ଅଶ୍ୱିନ ମାସର ନବରାତ୍ରୀକୁ ମଧ୍ୟ ପ୍ରତୀକ ନବରାତ୍ରୀ ତଥା ଶାରଦୀୟ ନବରାତ୍ରୀ ବୋଲି କୁହାଯାଇଥାଏ । ହିନ୍ଦୁ ନବବର୍ଷ ଅନୁଯାୟୀ ନୂଆବର୍ଷର ପ୍ରଥମ ନବରାତ୍ରୀ ଭାବେ ଚୈତ୍ର ନବରାତ୍ରୀକୁ ବିବେଚନା କରାଯାଇଥାଏ । ଚୈତ୍ର ନବରାତ୍ରୀର ଶେଷ ଦିନଟିକୁ ରାମ ନବମୀ ହିସାବରେ ପାଳନ କରାଯାଇଥାଏ । ରାମ ନବମୀକୁ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ବାର୍ଷିକୀ ଭାବେ ମଧ୍ୟ ପାଳନ କରାଯାଇଥାଏ ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଚଳିତ ବର୍ଷ ତଥା ୨୦୨୪ ଚୈତ୍ର ମାସର ନବରାତ୍ରୀ ତଥା ପ୍ରତିପଦ ତିଥି ଏପ୍ରିଲ ୮ ତାରିଖ ରାତି ୧୧ଟା ୫୦ରୁ ଆରମ୍ଭ ହେଉଛି । ଏପ୍ରିଲ ୯ ରେ ରାତି ୮ଟା୩୦ରେ ପ୍ରତିପଦ ତିଥି ଶେଷ ହେବ । କହିବାକୁ ଗଲେ, ଚୈତ୍ର ନବରାତ୍ରୀ ୯ ଏପ୍ରିଲ ୨୦୨୪ରୁ ଆରମ୍ଭ ହୋଇ ୧୮ ଏପ୍ରିଲ ପର୍ଯ୍ୟନ୍ତ । ଏହି ପର୍ବର ବିଶେଷତ୍ୱ ଓଡ଼ିଶା ସମେତ ରାଜ୍ୟ ବାହାରେ ମଧ୍ୟ ରହିଛି । ଏହା ମରାଠୀ ଲୋକମାନଙ୍କର ଏକ ପ୍ରମୁଖ ପର୍ବ ଏବଂ ମହାରାଷ୍ଟ୍ରରେ ମଧ୍ୟ ଏହି ପର୍ବକୁ ବଡ଼ ଉତ୍ସବ ସହିତ ପାଳନ କରାଯାଏ ।

ଚଳିତଥର ଚୈତ୍ର ନବରାତ୍ରୀରେ ଘଟସ୍ଥାପନ ପାଇଁ ଶୁଭ ସମୟ ଏପ୍ରିଲ ୯ ତାରିଖ ସକାଳ ୬ଟା୧୧ରୁ ୧୦ଟା୨୩ ମଧ୍ୟରେ ରହିଛି । ଘାଟାଷ୍ଟପାନ ପାଇଁ ଅଭିଜିତ୍ ମୁହୁର୍ତ୍ତ ହେଉଛି ୯ ଏପ୍ରିଲ ରାତି ୧୨ଟା୩ରୁ ୧୨ଟା ୫୪ । ଚୈତ୍ର ନବରାତ୍ରୀ ସମୟରେ ୯ ଦିନ ଉପବାସ ରଖିବାର ପରମ୍ପରା ରହିଛି । ବିଶ୍ୱାସ ରହିଛି ଜୀବନରେ ଅପାର ସୁଖ ଏବଂ ସମୃଦ୍ଧତା ଆଣିଥାଏ ଏହି ପର୍ବ ।

ନବରାତ୍ରୀର ପ୍ରଥମ ଦିନ ତଥା ୯ ଏପ୍ରିଲ ମଙ୍ଗଳବାର ଦିନ ମାତା ଶୈଳପୁତ୍ରୀଙ୍କର ପୂଜା ରହିଛି ।  ଦ୍ୱିତୀୟ ଦିନ ୧୦ ତାରିଖ ତଥା ବୁଧବାର ଦିନ ମାତା ବ୍ରହ୍ମଚରିଣୀଙ୍କ ପୂଜା କରାଯିବ । ସେହିପରେ ତୃତୀୟ ଦିନ ୧୧ ଏପ୍ରିଲ ଗୁରୁବାରରେ ମାଆ ଚନ୍ଦ୍ରଘଣ୍ଟାଙ୍କ ପୂଜା ହେବ । ଚତୁର୍ଥ ଦିନ ୧୨ ଏପ୍ରିଲ ଶୁକ୍ରବାରରେ ମାତା କୁଷ୍ମାଣ୍ଡାଙ୍କ ପୂଜା କରାଯିବ । ପଞ୍ଚମ ଦିନ ୧୩ ଏପ୍ରିଲ ଶନିବାରରେ ସ୍କନ୍ଦମାତା ପୂଜା ଅନୁଷ୍ଠିତ ହେବ । ଷଷ୍ଠ ଦିନ ୧୪ ଏପ୍ରିଲ ରବିବାରରେ ମାଆ କାର୍ତାୟନୀ ପୂଜା । ସପ୍ତମ ଦିନ ୧୫ ଏପ୍ରିଲ ସୋମବାର ଦିନ ମାତା କାଳରାତ୍ରୀଙ୍କ ପୂଜା । ଅଷ୍ଟମ ଦିନ ୧୬ ଏପ୍ରିଲ ମଙ୍ଗଳବାର ଦିନ ମାଆ ମହାଗୌରୀଙ୍କ ପୂଜା ଏବଂ ଦୁର୍ଗା ମହା ଅଷ୍ଟମୀ ପୂଜା କରାଯିବ । ନବମ ଦିନ ୧୭ ଏପ୍ରିଲ ବୁଧବାରରେ ମାତା ସିଦ୍ଧିଦାତ୍ରୀଙ୍କ ପୂଜା ସହ ମହା ନବମୀ ପୂଜା ସହ ରାମ ନବମୀ ପୂଜା ପାଳନ କରାଯିବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Mangal Gochar 2024: ଶନିଙ୍କ ରାଶିରେ ମଙ୍ଗଳ ଚଳନ, ଏହି ରାଶି ରୁହନ୍ତୁ ସତର୍କ

Also Read- ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !