Sheetala Ashtami: ସୂର୍ଯ୍ୟଙ୍କ ବାରରେ କାହିଁକି କରାଯାଏ ମାତା ଶୀତଳାଙ୍କ ପୂଜା? ମାତା ଶୀତଳାଙ୍କ ସହ ସୂର୍ଯ୍ୟଙ୍କର କଣ ରହିଛି ସମ୍ପର୍କ ଓ ଏହି ବ୍ରତର କ'ଣ ରହିଛି ମାହାତ୍ମ୍ୟ?
Advertisement
Article Detail0/zeeodisha/odisha1732825

Sheetala Ashtami: ସୂର୍ଯ୍ୟଙ୍କ ବାରରେ କାହିଁକି କରାଯାଏ ମାତା ଶୀତଳାଙ୍କ ପୂଜା? ମାତା ଶୀତଳାଙ୍କ ସହ ସୂର୍ଯ୍ୟଙ୍କର କଣ ରହିଛି ସମ୍ପର୍କ ଓ ଏହି ବ୍ରତର କ'ଣ ରହିଛି ମାହାତ୍ମ୍ୟ?

ରବିବାର (sunday) ଭଗବାନ ସୂର୍ଯ୍ୟଙ୍କ ବାର । କିନ୍ତୁ ଏଥର ରବିବାର ଅର୍ଥାତ୍  ଜୁନ୍ ୨୦୨୩ ରେ ଶୀତଳା ଅଷ୍ଟମୀ ଉପବାସ ପାଳନ କରାଯାଇଛି । ତେଣୁ ଏହି ଦିନ ପ୍ରଭୁ ସୂର୍ଯ୍ୟ ଦେବଙ୍କ ମାତା ଶୀତଳାଙ୍କୁ ମଧ୍ୟ ପୂଜା କରାଯିବ। ଆଷାଢ଼ ମାସରେ ପଡୁଥିବା ଶୀତଳା ଅଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି । ବିଶ୍ବାସ ଅନୁଯାୟୀ ଏହି ଦିନ ମା ଶୀତଳାଙ୍କୁ ଉପା

Sheetala Ashtami: ସୂର୍ଯ୍ୟଙ୍କ ବାରରେ କାହିଁକି କରାଯାଏ ମାତା ଶୀତଳାଙ୍କ ପୂଜା? ମାତା ଶୀତଳାଙ୍କ ସହ ସୂର୍ଯ୍ୟଙ୍କର କଣ ରହିଛି ସମ୍ପର୍କ ଓ ଏହି ବ୍ରତର କ'ଣ ରହିଛି ମାହାତ୍ମ୍ୟ?

Sheetala Ashtami: ରବିବାର (sunday) ଭଗବାନ ସୂର୍ଯ୍ୟଙ୍କ ବାର । କିନ୍ତୁ ଏଥର ରବିବାର ଅର୍ଥାତ୍  ଜୁନ୍ ୨୦୨୩ ରେ ଶୀତଳା ଅଷ୍ଟମୀ ଉପବାସ ପାଳନ କରାଯାଇଛି । ତେଣୁ ଏହି ଦିନ ପ୍ରଭୁ ସୂର୍ଯ୍ୟ ଦେବଙ୍କ ମାତା ଶୀତଳାଙ୍କୁ ମଧ୍ୟ ପୂଜା କରାଯିବ। ଆଷାଢ଼ ମାସରେ ପଡୁଥିବା ଶୀତଳା ଅଷ୍ଟମୀର ବିଶେଷ ମହତ୍ତ୍ୱ ରହିଛି । ବିଶ୍ବାସ ଅନୁଯାୟୀ ଏହି ଦିନ ମା ଶୀତଳାଙ୍କୁ ଉପାସନା କରି ଉପବାସ ରଖିଲେ ସମସ୍ତ ଇଚ୍ଛା ଶୀଘ୍ର ପୂରଣ ହୁଏ । ଏହା ସହିତ, ଶୀତଳା ଅଷ୍ଟାମୀ ଦିନ କିଛି ବିଶେଷ ପୂଜର୍ଚ୍ଚନା କରି, ଜୀବନରେ ଆସୁଥିବା ଧନ, ପ୍ରଗତି ଏବଂ ସ୍ୱାସ୍ଥ୍ୟ ଇତ୍ୟାଦି ସମ୍ବନ୍ଧୀୟ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହି ପ୍ରତିକାର ନିଶ୍ଚିତ କରନ୍ତୁ 

୧. ଯଦି ଆପଣ ଚାକିରିକୁ ନେଇ ଚିନ୍ତିତ ରହୁଛନ୍ତି, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ରବିବାର ଦିନ ସ୍ନାନ ପରେ ଶୀତଳା ଚାଳିଶା ପଢ଼ିବା ଉଚିତ୍ ଓ ପଢି ସାରିବା ପରେ ଦେବୀ ମାତାଙ୍କୁ ଫୁଲ (flower) ଅର୍ପଣ କରନ୍ତୁ।

୨.ଯଦି ଆପଣ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଓ ଦୀର୍ଘ ଜୀବନର ଆଶୀର୍ବାଦ (blessings) ପାଇବାକୁ ଚାହୁଁଛନ୍ତି, ତେବେ ଆପଣ ରବିବାର ଦିନ ମାତା ଶୀତଳାଙ୍କର ଏହି ମନ୍ତ୍ର ଜପ କରିବା ଉଚିତ୍ 

ମନ୍ତ୍ର ହେଉଛି - ' ମୃଣାଳ ତନ୍ତୁ ସଦୃଷୀମ ନାଭି ହୃନ୍ମଧ୍ୟ ସଂସ୍ଥିତାମ୍। ଯାଦେବି ତସ୍ୟ ମୃତ୍ୟୁର୍ନ ଜାୟତେ।

୩. ଯଦି ଆପଣ ନିଜ ପରିବାରର ସୁଖ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣ ରବିବାର ଦିନ ଶିତଳାଷ୍ଟକ ସ୍ତୋତ୍ରରେ ଦିଆଯାଇଥିବା ଦେବୀଙ୍କର ଏହି ମନ୍ତ୍ର ଜପ କରିବା ଉଚିତ୍ । ମନ୍ତ୍ର ହେଉଛି- 'ଶୀତଳେ ତ୍ବଂ ଜଗମ୍ମାତା ଶୀତଳେ ତ୍ବଂ ଜଗତ୍ପିତା' । ଶୀତଳେ ତ୍ବଂ ଜଗଦ୍ଧାତ୍ରୀ ଶୀତଳାୟୈ ନମୋ ନମଃ ।

୪. ଯଦି ଆପଣ ଦିନରାତି ଚତୁର୍ଦ୍ଦିଗ ଅଗ୍ରଗତି ଦେଖିବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଆପଣ ଶୀତଳା ମାତାଙ୍କୁ ଘିଅ ଦୀପ ଅର୍ପଣ କରନ୍ତୁ ଓ ଥରେ ତାଙ୍କ ଆରତୀ ପାଠ କରନ୍ତୁ ।

୫. ଯଦି ଆପଣ ପରିବାରର ସୁଖ ଓ ସମୃଦ୍ଧତା ବଢାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଗାଧୋଇବା ପରେ ଶୀତଳା ମା'ଙ୍କୁ ଧ୍ୟାନ କରିବା ସମୟରେ ଘରେ ଏକ ଆସନ ପକାଇ ବସନ୍ତୁ ଓ ଦେବୀ ମାଙ୍କର ଏହି ନଅଟି ଅକ୍ଷର ମନ୍ତ୍ର ପଢନ୍ତୁ । ମନ୍ତ୍ର ୧୦୮ ଥର ଜପ କରିବା ଉଚିତ୍ । 
ମନ୍ତ୍ର ହେଉଛି- 'ଓମ୍ ହ୍ରୀଂ ଶ୍ରୀଂ ଶିତଳାୟୈ ନମଃ।

୬. ଯଦି ଆପଣ ଆପଣଙ୍କର ବ୍ୟବସାୟକୁ ଅଜଣା ବିପଦରୁ ରକ୍ଷା କରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ଆପଣ ରବିବାର ଦିନ ଗାଧୋଇବା ପରେ ନିମ୍ବ ଗଛ ନିକଟକୁ ଯିବେ । ଏହା ପରେ ଗଛକୁ ରୋଲି-ଚାଉଳ ଦେଇ ପୂଜା କରିବେ।

୭. ଯଦି ଆପଣଙ୍କର ଜୀବନସାଥୀ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ସେହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ରବିବାର ଦିନ ପଶ୍ଚିମ ଦିଗରେ ଆପଣଙ୍କ ଘର ବାହାରେ ଏକ ନିମ୍ବ ଗଛ ଲଗାନ୍ତୁ ଓ ଏହାର ନିୟମିତ ଯତ୍ନ ନିଅନ୍ତୁ ।

୮. ଯଦି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଲାଭ ଏବଂ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ସ୍ନାନ ପରେ, କ୍ଷୀର-ଚାଉଳ ଖିରି ତିଆରି କରି ମାତା ଦେବୀଙ୍କୁ ଅର୍ପଣ କରନ୍ତୁ 
। ମାତା ଦେବୀଙ୍କୁ ଭୋଗ ଅର୍ପଣ କରିବା ପରେ, ଅବଶିଷ୍ଟ ଖିରିକୁ ପିଲାମାନଙ୍କ ମଧ୍ୟରେ ପ୍ରସାଦ ଭାବରେ ବଣ୍ଟନ କରନ୍ତୁ ଓ ନିଜେ ପ୍ରସାଦ ଖାଆନ୍ତୁ ।

୯. ଯଦି ଆପଣ ଦେବୀ ଭଗବତୀଙ୍କ କୃପାକୁ ଆପଣଙ୍କ ଉପରେ ରଖିବାକୁ ଓ ତାଙ୍କ ଅନୁଗ୍ରହରେ ଜୀବନରେ ସଫଳତା ପାଇବାକୁ ଚାହାଁନ୍ତି, ତେବେ ରବିବାର ଦିନ ଆପଣ ଦେବୀ ଶୀତଳାଙ୍କୁ ପୂଜା କରନ୍ତୁ ଓ ତାଙ୍କର ମନ୍ତ୍ର ଜପ କରନ୍ତୁ । ମନ୍ତ୍ର ହେଉଛି - 'ଭାନ୍ଦେହମ୍ ଶୀତଳାଂ ଦେବୀ ରାସଭସ୍ଥାଂ ଦିଗମ୍ବରମ୍ ‌। ମାର୍ଜନୀ  କଲଶୋପେତାଂ ସୁର୍ପ ଅଳଙ୍କୃତ ମସ୍ତକାମ୍‌।

୧୦. ଯଦି ଆପଣଙ୍କ ଜୀବନରେ ମଧୁରତା ସ୍ଥାନରେ ସମସ୍ୟା ବସା ବାନ୍ଧି ନେଇଛି ନେଇଛି, ତେବେ ସେହି ସମସ୍ୟାକୁ ଦୂର କରିବା ଓ ଜୀବନରେ ମଧୁରତା ପୁନଶ୍ଚ ଆଣିବା ପାଇଁ, ରବିବାର ଦିନ ଆପଣ ୨୧ ଟି ନିମ୍ବ ପତ୍ର ନେଇ ଏକ ମାଳ ତିଆରି କରିନ୍ତୁ । ବର୍ତ୍ତମାନ ଏହି ମାଳକୁ ଦେବୀ ମାତାଙ୍କୁ ଅର୍ପଣ କରନ୍ତୁ ।

୧୧. ଯଦି ଆପଣଙ୍କର ଅଜାଣତରେ ହୋଇଥିବା କିଛି ଭୁଲ ପାଇଁ  ଆପଣ ଚିନ୍ତିତ ଅଛନ୍ତି, ତେବେ ଏସବୁକୁ ଏଡାଇବା ପାଇଁ, ଆପଣ ରବିବାର ଦିନ ଶିତଳାଷ୍ଟୋକ ସ୍ତୋତ୍ରରେ ଦିଆଯାଇଥିବା ମାତା ଶୀତଳାଙ୍କ ଏହି ମନ୍ତ୍ର ଜପ କରନ୍ତୁ ।

ମନ୍ତ୍ର ହେଉଛି - 'ନ ମନ୍ତ୍ରୋ ନୌଷଧଂ ତସ୍ୟ ପାପରୋଗସ୍ୟ ବିଧତେ। ତ୍ୱାମେକାଂ ଶୀତଳେ ଧାତ୍ରୀଂ ନାନ୍ୟାଂ ପଶ୍ୟାମୀ ଦେବତାମ।

Also read-  ହାଇ ସ୍ପିଡ୍ ଇଣ୍ଟରନେଟ୍ ସହିତ ମାଗଣା ନେଟଫ୍ଲିକ୍ସ