Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର
Advertisement
Article Detail0/zeeodisha/odisha2214067

Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର

Venus Transit: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୫ ଏପ୍ରିଲ ଦିନ ଶୁକ୍ର ମେଷ ରାଶିରେ ଚଳନ କରିବେ । ଏହା ପ୍ରଭାବରୁ ୪ ଟି ରାଶିର ବ୍ୟକ୍ତିବିଶେଷ ବହୁତ ଲାଭବାନ ହେବାକୁ ଯାଉଛନ୍ତି ।

Venus Transit: ଏହି 4 ଟି ରାଶି ପାଇଁ ବଡ଼ ଖୁସି ଖବର, ଖୋଲିବ ଭାଗ୍ୟର ଦ୍ୱାର

Venus Transit in Aries: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଗ୍ରହମାନଙ୍କର ରାଶି ପରିବର୍ତ୍ତନକୁ ଜ୍ୟୋତିଷଶାସ୍ତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଏହା ସମସ୍ତ ରାଶିର ବ୍ୟକ୍ତିବିଶେଷଙ୍କୁ ଉଭୟ ସକରାତ୍ମକ ଏବଂ ନକରାତ୍ମକ ଭାବେ ପ୍ରଭାବିତ କରିଥାଏ । ଆରାମ, ବିଳାସ ଏବଂ ଖ୍ୟାତି ପ୍ରଦାନକାରୀ ଗ୍ରହ ଶୁକ୍ର ଆଗକୁ ରାଶି ପରିବର୍ତ୍ତନ କରିବେ । ଜ୍ୟୋତିଷଙ୍କ ମତରେ ୨୫ ଏପ୍ରିଲରେ ଶୁକ୍ର ମେଷ ରାଶିରେ ପ୍ରବେଶ କରିବେ । ଏହାର ପ୍ରଭାବରେ ୪ଟି ରାଶିର ବ୍ୟକ୍ତି ବହୁତ ଲାଭବାନ ହେବାକୁ ଯାଉଛନ୍ତି । ଭାଗ୍ୟ ଏହି ରାଶି ଗୁଡିକ ପାଇଁ ସାଥ୍ ଦେବ । ଧନ ଲାଭ ସହିତ ପ୍ରତିଟି କ୍ଷେତ୍ରରେ ଉନ୍ନତି କରିବେ ୪ ରାଶିର ବ୍ୟକ୍ତିମାନେ । ତେବେ ସେ କେଉଁ ରାଶି ଆସନ୍ତୁ ଜାଣିବା ।

1. ମେଷ ରାଶି
ମେଷ ରାଶିର ବ୍ୟକ୍ତିବିଶେଷଙ୍କୁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ବହୁତ ଲାଭ ଦେବ । ଯଦି କୌଣସି କୋର୍ଟ କଚେରୀ ସମ୍ବନ୍ଧୀୟ ମାମଲା ଚାଲିଛି ତେବେ ତାହା ଶେଷ ହୋଇପାରେ । କର୍ମକ୍ଷେତ୍ରରେ ଆପଣ ଅଗ୍ରଗତି କରିବେ । ଆପଣଙ୍କୁ ଏକ ନୂତନ ସୁଯୋଗ ମିଳିପାରେ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବୃଦ୍ଧି ପାଇବ । ପାରିବାରିକ ସମ୍ପର୍କ ମଜବୁତ ହେବ ।

2. ସିଂହ ରାଶି
ଆପଣଙ୍କୁ କିଛି ଭଲ ଖବର ଶୁଣିବାକୁ ମିଳିପାରେ । ବ୍ୟବସାୟୀମାନେ ଉପକୃତ ହେବେ । ବିନିଯୋଗ ପାଇଁ ସମୟ ଅନୂକଳ ରହିଛି ତେଣୁ ଆଗକୁ ଭଲ ଫଳାଫଳ ମିଳିବ । ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ପାଇ ଖୁସି ହେବେ । ଆୟର ନୂତନ ଉତ୍ସ ସୃଷ୍ଟି ହେବ ଯାହା ଆପଣଙ୍କ ଆର୍ଥିକ ସ୍ଥିତିକୁ ବଦଳାଇ ଦେବ । ପରିବାର ସଦସ୍ୟଙ୍କଠାରୁ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ମିଳିବ । କୌଣସି ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ।

3. କନ୍ୟା ରାଶି
ଆପଣଙ୍କ ଜୀବନରେ ସକରାତ୍ମକତା ରହିବ । ପ୍ରେମ ଜୀବନ ଉନ୍ନତ ହେବା ସହିତ ଆପଣଙ୍କ ସାଥୀ ଆପଣଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବେ । କାର୍ଯ୍ୟରତ ଲୋକଙ୍କ ପାଇଁ ଭଲ ଦିନ ଆରମ୍ଭ ହୋଇପାରେ । ଆପଣଙ୍କ ବରିଷ୍ଠ ଅଧିକାରୀ ଆପଣଙ୍କ କାମକୁ ପ୍ରଶଂସା କରିବେ । ଆପଣଙ୍କ ପାଇଁ ପଦୋନ୍ନତିର ସମ୍ଭାବନା ରହିଛି । ଏଥିସହ ଭଲ ଦରମା ବୃଦ୍ଧି ହୋଇପାରେ । ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିଛି ତେଣୁ ବ୍ୟବସାୟରେ ଲାଭ ହେବ ।

4. ବିଛା ରାଶି
ଆପଣଙ୍କ ଜୀବନରେ ହସ ଖୁସି ବୃଦ୍ଧି ପାଇବ । ରୋଜଗାରର ନୂଆ ବାଟ ମିଳିବ । ଅବିବାହିତଙ୍କ ପାଇଁ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ପ୍ରେମ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ପଢିବାର ଇଚ୍ଛା ପୂରଣ ହେବ । କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ଅକସ୍ମାତ ଧନ ପ୍ରାପ୍ତି ହୋଇପାରେ ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )

Also Read- BJD Star Campaigners: ପ୍ରକାଶ ପାଇଲା ଷ୍ଟାର୍ ପ୍ରଚାରକ ତାଲିକା, ୪୦ ଜଣଙ୍କ ନାମ ଘୋଷଣା

Also Read- Cuttack Chandi: ମାଆ କଟକ ଚଣ୍ଡୀଙ୍କ ଆଶୀର୍ବାଦ ନେଲେ ବର୍ଷା ପ୍ରିୟଦର୍ଶିନୀ