Venus transit: ୭ ଜୁଲାଇ ପର୍ଯ୍ୟନ୍ତ ଏହି ସବୁ ରାଶିଙ୍କ ଉପରେ ରହିବ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ, ଖୁବ୍ କମାଇବେ ଧନ!
Advertisement
Article Detail0/zeeodisha/odisha2301233

Venus transit: ୭ ଜୁଲାଇ ପର୍ଯ୍ୟନ୍ତ ଏହି ସବୁ ରାଶିଙ୍କ ଉପରେ ରହିବ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ, ଖୁବ୍ କମାଇବେ ଧନ!

Sukra Gochar Rashifal: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତିବିଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଗ୍ରହମାନଙ୍କର ଗତିବିଧି ସମସ୍ତ ରାଶିର ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। ଶୁକ୍ର ଏହି ରାଶିନରେ ୭ ଜୁଲାଇ ପର୍ଯ୍ୟନ୍ତ ରହିବେ। ଜାଣନ୍ତୁ ମିଥୁନରେ ଶୁକ୍ରଙ୍କ ଆବସ୍ଥାନ ଯୋଗୁଁ କେଉଁ ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।

 

Venus transit Horoscope

Venus transit Horoscope: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗତିବିଧି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଗ୍ରହମାନଙ୍କର ଗତିବିଧି ସମସ୍ତ ରାଶି ଉପରେ ଶୁଭ ଓ ଅଶୁଭ ପ୍ରଭାବ ପକାଇଥାଏ। ୧୨ ଜୁନରେ ଶୁକ୍ର ମିଥୁନ ରାଶିରେ ପ୍ରବେଶ କରିଥିଲେ। ଶୁକ୍ର ଏହି ରାଶିରେ ୭ ଜୁଲାଇ ପର୍ଯ୍ୟନ୍ତ ରହିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଗ୍ରହ ବସ୍ତୁ ସୁଖ, ବୈବାହିକ ସୁଖ, ଭୋଗ ବିଳାସ, କ୍ଷ୍ୟାତି, କଳା, ପ୍ରତିଭା, ସୌନ୍ଦର୍ଯ୍ୟ, ରୋମାନ୍ସ, ଲୋଭ ଓ ଫ୍ୟାଶନ୍-ଡିଜାଇନ୍ ପାଇଁ କାରକ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ମିଥୁନରେ ଥିବାରୁ କିଛି ରାଶିର ଲୋକ ଭାଗ୍ୟବାନ ହେଉଛନ୍ତି। ତେବେ ଆସନ୍ତୁ ଜଣାଉଛୁ ମିଥୁନରେ ଶୁକ୍ରଙ୍କ ଆବସ୍ଥାନ ଯୋଗୁଁ କେଉଁ ରାଶି ମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଯାଉଛି ।

ମେଷ ରାଶି: 
ମେଷ ରାଶିର ଲୋକମାନେ ମା' ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ପାଇବେ। ଆର୍ଥିକ ସ୍ଥିତୁ ସୁଦୃଢ଼ ହେବ। ଖର୍ଚ୍ଚରେ ହ୍ରାସ ଘଟିବ। କାରବାର ପାଇଁ ସମୟ ଅତ୍ୟନ୍ତ ଶୁଭ ହେବ। ନିବେଶରୁ ଲାଭ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ। ଚାକିରି ଏବଂ ବ୍ୟବସାୟ ପାଇଁ ଏହି ସମୟକୁ ଖରାପ ବୋଲି କୁହାଯାଇ ନ ପାରେ।

ମିଥୁନ ରାଶି:
ଏହି ସମୟ ମିଥୁନ ରାଶି ମାନଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି। ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ। ଏକ ନୂତନ ଘର କିଣି ପାରନ୍ତି। କାରବାର ପାଇଁ ଏହି ସମୟ ଶୁଭ ଅଟେ। ଆର୍ଥିକ ପରିସ୍ଥିତି ବହୁତ ଭଲ ହେବ। ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଖରାପ ହୋଇଥିବା ସମସ୍ତ କାମର ସମାଧାନ ହେବ।

ସିଂହ ରାଶି:
ସିଂହ ରାଶି ପାଇଁ ଆର୍ଥିକ ଦୃଷ୍ଟିରୁ ଏହି ସମୟ ବହୁତ ଶୁଭ ହେବାକୁ ଯାଉଛି। ଏକ ନୂତନ ଘର କିମ୍ବା ଯାନ କିଣି ପାରନ୍ତି। ବ୍ୟବସାୟ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ। ଆର୍ଥିକ ଲାଭ ହେବ। ମା' ଲକ୍ଷ୍ମୀଙ୍କଠାରୁ ଆପଣ ବିଶେଷ ଆଶୀର୍ବାଦ ପାଇବେ। କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି।

କନ୍ୟା ରାଶି:
କନ୍ୟା ରାଶିର ଆର୍ଥିକ ଦିଗ ଦୃଢ଼ ହେବ। ନିବେଶରୁ ଲାଭ ମିଳିବ। ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦରେ ଆର୍ଥିକ ଲାଭ ହେବ, ଯାହା ଆର୍ଥିକ ଦିଗକୁ ଦୃଢ଼ କରିବ। ଏହି ସମୟ ବ୍ୟବସାୟୀକ କାମ ପାଇଁ ଏତେ ଖରାପ ନୁହେଁ। ଏହି ସମୟକୁ ଶୁଭ ବୋଲି କୁହାଯାଇପାରେ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)