ଘରକୁ ସମୃଦ୍ଧି ଆଣେ ଜୋଡ଼ି ମାଛର ପ୍ରତୀକ
Advertisement
Article Detail0/zeeodisha/odisha1906166

ଘରକୁ ସମୃଦ୍ଧି ଆଣେ ଜୋଡ଼ି ମାଛର ପ୍ରତୀକ

ଘରକୁ ସମୃଦ୍ଧି ଆଣେ ଜୋଡ଼ି ମାଛର ପ୍ରତୀକ ଫେଙ୍ଗ ସୁଇ ଅନୁସାରେ ଘରେ ଆକ୍ୱରିୟମରେ ମାଛ ରଖିବା ଶୁଭ ହୋଇଥାଏ । ତେବେ ସ୍ଥାନ ଅଭାବରୁ ହେଉ କିମ୍ବା ଅନ୍ୟ କାରଣରୁ ହେଉ ଅନେକ ସମୟରେ ଘରେ ଆକ୍ୱାରିୟମ ରଖିବା ସମ୍ଭବ ହୋଇନଥାଏ । ଏଭଳି ପରିସ୍ଥିତିରେ କାନ୍ଥରେ ଜୋଡି ମାଛର ପ୍ରତୀକ ରଖିବା ମଧ୍ଯ ସମାନ ଶୁଭ ଫଳ ପ୍ରଦାନ କରିଥାଏ । ଧାତୁରେ ତିଆରି ମାଛ ସହିତ ଧାତୁର କଇ

SOCIAL MEDIA

ଘରକୁ ସମୃଦ୍ଧି ଆଣେ ଜୋଡ଼ି ମାଛର ପ୍ରତୀକ

ଫେଙ୍ଗ ସୁଇ ଅନୁସାରେ ଘରେ ଆକ୍ୱରିୟମରେ ମାଛ ରଖିବା ଶୁଭ ହୋଇଥାଏ । ତେବେ ସ୍ଥାନ ଅଭାବରୁ ହେଉ କିମ୍ବା ଅନ୍ୟ କାରଣରୁ ହେଉ ଅନେକ ସମୟରେ ଘରେ ଆକ୍ୱାରିୟମ ରଖିବା ସମ୍ଭବ ହୋଇନଥାଏ । ଏଭଳି ପରିସ୍ଥିତିରେ କାନ୍ଥରେ ଜୋଡି ମାଛର ପ୍ରତୀକ ରଖିବା ମଧ୍ଯ ସମାନ ଶୁଭ ଫଳ ପ୍ରଦାନ କରିଥାଏ ।

ଧାତୁରେ ତିଆରି ମାଛ ସହିତ ଧାତୁର କଇଁଛ ରଖିବାକୁ ଶୁଭ ଭାବେ ବିବେଚନା କରାଯାଇଥାଏ । ଏଭଳି କରିବା ଦ୍ୱାରା ଘର ସହିତ ସମ୍ପୃକ୍ତ ସମସ୍ତ ସମସ୍ଯାର ସମାଧାନ ହୋଇଥାଏ ।

ଫେଙ୍ଗସୁଇ ଅନୁସାରେ ଜୋଡ଼ି ମାଛର ପ୍ରତୀକ ଚିହ୍ନକୁ ଘରେ ଲଟକାଇବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରକୁ ଆସିବାକୁ ଥିବା ବିପଦ ଟଳି ଯାଇଥାଏ । ଏହାସହିତ ଘରକୁ ନିରନ୍ତର ଧନସମ୍ପତି ଆସିଥାଏ । ଯେଉଁ ଘରେ ପରିବାର ସଦସ୍ୟଙ୍କ ମଧ୍ଯରେ ପ୍ରାୟତଃ ଝଗଡ଼ା ହୋଇଥାଏ ସେହି ଘରର ଐଶାଣ୍ଯ କୋଣ ବା ପୂର୍ବ-ଉତ୍ତର ଦୀଗରେ ସୁନେଲି ମାଛ ଜୋଡ଼ିଙ୍କ ପ୍ରତୀକ ଚିହ୍ନକୁ ଗୁରୁବାର ଦିନ ଟାଙ୍ଗିବା ଦ୍ୱାରା ସଦଭାବ ଆସିଥାଏ ।

ମାଛକୁ ଅପାର ସମ୍ପତିର ପ୍ରତୀକ ଭାବେ ଶତାବ୍ଦୀ ଶତାବ୍ଦୀ ଧରି ଗ୍ରହଣ କରାଯାଇଛି । ସମ୍ପତି ବୃଦ୍ଧି ସହିତ ଜୋଡା ମାଛଙ୍କ ପ୍ରତୀକ ଚିହ୍ନ ଘରମଧ୍ଯରେ ନକରାତ୍ମକ ଶକ୍ତିକୁ ସକରାତ୍ମକ ଶକ୍ତିରେ ପରିବର୍ତ୍ତନ କରିଥାଏ । ଫଳରେ ବ୍ୟକ୍ତିଙ୍କ ନିର୍ଣ୍ଣୟ ନେବା ଶକ୍ତି ଓ ମାନସିକ ଶକ୍ତି ବଢିଥାଏ ।

ବାସ୍ତୁ ଶାସ୍ତ୍ର ଅନୁସାରେ ଜୋଡ଼ି ମାଛଙ୍କ ପ୍ରତୀକ ଚିହ୍ନକୁ ସଠିକ ଦୀଗରେ ଟାଙ୍ଗିବା ଦ୍ୱାରା ଅତିଶୀଘ୍ର ସକରାତ୍ମକ ପରିଣାମ ମିଳିଥାଏ । ପୂର୍ବ କିମ୍ବା ଉତ୍ତର ଅଥବା ପୂର୍ବ ଓ ଉତ୍ତର ଦୀଗର ମଧ୍ଯ ଭାଗ,ଐଶଣ୍ୟ କୋଣରେ ଏହାକୁ ଟାଙ୍ଗିବା ଦ୍ୱାରା ପରିବାର ସଦସ୍ୟଙ୍କ ଭାଗ୍ୟୋଦୟ ହୋଇଥାଏ । ଦୋକାନରେ ଟାଙ୍ଗିବା ଦ୍ୱାରା ବ୍ୟବସାୟ ବଢିଥାଏ ।

ଧନ ସମ୍ପତି ଜଳ ଭଳି ଚଳାୟମାନ  । ଶାସ୍ତ୍ରରେ ଲକ୍ଷ୍ମୀଙ୍କୁ ଚଂଚଳା କୁହାଯାଇଛି । ଲକ୍ଷ୍ମୀ ଗୋଟିଏ ସ୍ଥାନରେ ସର୍ବଦା ରୁହନ୍ତି ନାହିଁ । ମାଛର ସମ୍ପର୍କ ଜଳ ସହିତ ଥିବାରୁ ଓ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ସ୍ୱରୁପ ହୋଇଥିବାରୁ ଏହା ଧନସମ୍ପତିକୁ ଶୀଘ୍ର ଆକର୍ଷିତ କରିଥାଏ । କାରଣ ମତ୍ସ୍ୟ ଭଗବାନ ବିଷ୍ଣୁଙ୍କ ଅବତାର ହୋଇଥିବାରୁ ଲକ୍ଷ୍ମୀ ମଧ୍ଯ ସେଠାରେ ବାସ କରନ୍ତି ।