Vastu Tips: ଗୃହ ପ୍ରବେଶ କାଳରେ ସୁଖ ସମୃଦ୍ଧି ପାଇଁ ଏହା କରନ୍ତୁ…
Advertisement
Article Detail0/zeeodisha/odisha1915630

Vastu Tips: ଗୃହ ପ୍ରବେଶ କାଳରେ ସୁଖ ସମୃଦ୍ଧି ପାଇଁ ଏହା କରନ୍ତୁ…

Vastu Tips: ଗୃହପ୍ରବେଶ କାଳରେ କିଛି ବିଶେଷ ଜିନିଷ ପ୍ରତି ଧ୍ଯାନ ରଖିବା ବିଧେୟ । ଆସନ୍ତୁ ନଜର ପକାଇବା ସେସବୁ କ’ଣ । 

Vastu Tips: ଗୃହ ପ୍ରବେଶ କାଳରେ ସୁଖ ସମୃଦ୍ଧି ପାଇଁ ଏହା କରନ୍ତୁ…

Vastu Tips: ଆମେ ସମସ୍ତେ ନିଜର ଘର ଚାହୁଁ । କିନ୍ତୁ ଏମିତି ହୁଏ ଯେ ଆମେ ନୂଆ ଘରକୁ ପ୍ରବେଶ କରିବା ସହିତ ଅନେକ ସମସ୍ଯାର ସମ୍ମୁଖୀନ ହେଉ । ଏଭଳି ହେବା ପଛରେ କିଛି ବାସ୍ତୁ ସମସ୍ୟା ରହିଥାଏ । ତେଣୁ ସବୁବେଳେ ଗୃହପ୍ରବେଶ କାଳରେ କିଛି ବିଶେଷ ଜିନିଷ ପ୍ରତି ଧ୍ଯାନ ରଖିବା ବିଧେୟ । ଆସନ୍ତୁ ନଜର ପକାଇବା ସେସବୁ କ’ଣ । 

•  ଯଦି ନୂଆ ଘରକୁ ଯିବା ସହିତ ପରିବାରର କୌଣସି ସଦସ୍ୟ ବେମାର ରୁହନ୍ତି ତେବେ ଖାଦ୍ୟରେ ଗୁଡର ପ୍ରୟୋଗ କରନ୍ତୁ 

•  ନୂଆ ଘରକୁ ଆସିବା ସହିତ ଯଦି ସମସ୍ୟା ସୃଷ୍ଟି ହୁଏ ତେବେ ଘରେ ହଳଦିଆ ରଙ୍ଗର ପରଦା ପକାନ୍ତୁ । ହଳଦି ପାଣିକୁ ଘରେ ଛିଚନ୍ତୁ । ଏହାଦ୍ୱାରା ବୃହସ୍ପତି ସନ୍ତୁଷ୍ଟ ହେବେ ଘରକୁ ସୁଖଶାନ୍ତି ଫେରିବ । 

•  ନୂଆଘର ଯଦି ରୁନ୍ଧିବା ଭଳି ଲାଗେ ତେବେ ଧଳାରଙ୍ଗର ବସ୍ତୁ ଦାନ କରନ୍ତୁ । 

•  ଯଦି ଘର ମଧ୍ଯକୁ ସିଧାସଳଖ ସୂର୍ଯ୍ୟ କିରଣ ଆସୁନାହିଁ ତେବେ ଘରକୁ ରୋଗ,ଶୋକ ଆସିବ । ଏହାର ନିରାକରଣ ପାଇଁ ରାତିରେ ମସୁର ଡାଲିକୁ ଘର ଭିତରେ ଚାରିଆଡେ ପକାନ୍ତୁ ଓ ସକାଳେ ଏକତ୍ର କରି ଫୋପାଡି ଦିଅନ୍ତୁ । 

•  ନୂଆ ଘରକୁ ଆସିବା ସହିତ ଯଦି ପରିବାର ସଦସ୍ୟଙ୍କୁ ଶ୍ୱାସ ସମ୍ବନ୍ଧିତ ରୋଗ ହୁଏ ତେବେ ପ୍ରତ୍ୟକ ସୋମବାର ଠାକୁରଙ୍କ ପାଖରେ ଖିରି ଭୋଗ କରନ୍ତୁ । ଭୋଗ ଲାଗିଥିବା ଖିରିକୁ ନିଜେ ଖାଇବା ସହିତ ବନ୍ଧୁବାନ୍ଧବଙ୍କୁ ଖାଇବାକୁ ଦିଅନ୍ତୁ । 

•  ଯଦି ପିଲା ପାଠ ପଢୁନାହାନ୍ତି ଓ ଆପଣଙ୍କ କଥା ଶୁଣୁ ନାହାନ୍ତି ତେବେ ମୁଖ୍ୟଦ୍ୱାରରେ ତମ୍ବାର ସୂର୍ଯ୍ୟ ଲଗାନ୍ତୁ । ପୂଜା ଘରେ ମଧ୍ଯ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରନ୍ତୁ ।  

•  ଯଦି ନୁଆ ଘରକୁ ଆସିବା ସହିତ ନିଦ ଆସୁନାହିଁ ତେବେ  ୫ଟି ହଳଦିଖଣ୍ଡକୁ ଏକ ହଳଦିଆ କପଡାରେ ବାନ୍ଧି ନିଜ ତକିଆ ତଳେ ରଖନ୍ତୁ । ଏହା ସହିତ ବଗିଚାରେ ଧନିଆ ଗଛ ଲଗାନ୍ତୁ । 

•  ଯଦି ଘରେ ଲାଗିଥିବା ଗଛ ବାରମ୍ବାର ଶୁଖିଯାଉଛନ୍ତି ତେବେ ଫୁଲକୁଣ୍ଡ ତଳେ ଚାଉଳ, କର୍ପୁର ରଖନ୍ତୁ  । ଏହା ସହିତ ମାଟି ଉପରେ ମଧ୍ଯ କିଛି ଚାଉଳ ପକାନ୍ତୁ । 

•  ଯଦି ନୂଆ ଘରକୁ ଆସିବା ସହିତ ରୋଜଗାର କମିଯାଏ ତେବେ ଶୋରିଷ ତେଲ ଦାନ କରନ୍ତୁ । ଏହା ସହିତ ଶନିବାର ସଂଧ୍ୟାରେ ଅଶ୍ୱଥ ଗଛ ତଳେ ଶୋରିଷ ତେଲର ଦିପ ଜାଳନ୍ତୁ । ରୋଜଗାର ପୁର୍ବଭଳି ହେବ ।  

•  ଘରର ମୁଖ୍ୟ ଦ୍ୱାରରେ ସ୍ୱାସ୍ତିକ ଯନ୍ତ୍ର ଲଗାନ୍ତୁ । 

•  ମୁଖ୍ୟଦ୍ୱାର ଓ  ଘର ମଧ୍ଯରେ ଗଣେଶ ପ୍ରତିମା ପ୍ରତିଷ୍ଠା କରନ୍ତୁ । 

Also Read- Vastu Tips: ଘରର ମୁଖ୍ୟଦ୍ବାରରେ ସିଞ୍ଚନ୍ତୁ ଏହି ପାଣି, ଶୀଘ୍ର ଧନୀ ହେବେ

Also Read- Veg Soya Biryani: ଘରେ ପ୍ରସ୍ତୁତ କରନ୍ତୁ ଭେଜ୍ ସୋୟା ବିରିୟାନି, ସଭିଏଁ କହିବେ ସ୍ୱାଦିଷ୍ଟ