Sun Transit 2024: ମୀନରେ ଚଳନ କରିବେ ସୂର୍ଯ୍ୟଦେବ, ୪ ରାଶିଙ୍କୁ ମିଳିବ ଏହି ଲାଭ...
Advertisement

Sun Transit 2024: ମୀନରେ ଚଳନ କରିବେ ସୂର୍ଯ୍ୟଦେବ, ୪ ରାଶିଙ୍କୁ ମିଳିବ ଏହି ଲାଭ...

Sun Transit 2024: ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରନ୍ତି । ଗ୍ରହମାନଙ୍କର ଏହି ଚଳନରୁ କିଛି ରାଶି ଖୁବ୍ ଲାଭବାନ ହୋଇଥାନ୍ତି ।

Sun Transit 2024: ମୀନରେ ଚଳନ କରିବେ ସୂର୍ଯ୍ୟଦେବ, ୪ ରାଶିଙ୍କୁ ମିଳିବ ଏହି ଲାଭ...

Sun Transit 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରାଶି ନକ୍ଷତ୍ରଙ୍କ ଉପରେ ପ୍ରତ୍ୟେକ ଗ୍ରହଙ୍କ ଚଳନର ପ୍ରଭାବ ରହିଥାଏ । ଗ୍ରହମାନଙ୍କ ଏହି ଚଳନରୁ କିଛି ରାଶିକୁ ଶୁଭ ଫଳ ମିଳୁଥିବା ସମୟରେ କିଛି ରାଶିକୁ ଅଶୁଭ ଫଳ ମଧ୍ୟ ମିଳେ । ସୂର୍ଯ୍ୟ ଦେବ ବର୍ତ୍ତମାନ କୁମ୍ଭ ରାଶିରେ ଥିବା ସମୟରେ ୧୪ ମାର୍ଚ୍ଚରେ ମୀନ ରାଶିରେ ଚଳନ କରିବେ । ରାଶି ଚକ୍ରର ଶେଷ ରାଶି ହେଉଛି ମୀନ । ବୃହସ୍ପତି ସୂର୍ଯ୍ୟଦେବଙ୍କର ବନ୍ଧୁ ଭାବରେ ବିବେଚନା କରାଯାଇଥାଏ । ଏହି କାରଣରୁ, ଏହି ଚଳନ ଅନେକ ରାଶିଙ୍କ ପାଇଁ ସକରାତ୍ମକ ଫଳାଫଳ ଦେଖାଯାଏ । ଆସନ୍ତୁ ଜାଣିବା ମାର୍ଚ୍ଚ ୧୪ରେ ହେବାକୁ ଥିବା ସୂର୍ଯ୍ୟ ଚଳନରେ କେଉଁ ରାଶିକୁ ଅଧିକ ଲାଭ ମିଳିବ ।

ମେଷ: ସୂର୍ଯ୍ୟଙ୍କ ମୀନ ରାଶିରେ ଚଳନ ମେଷ ରାଶିର ଲୋକଙ୍କ ପାଇଁ ଶୁଭଫଳ ଆଣିଦେବ । ଯେକୌଣସି କାର୍ଯ୍ୟରେ ଆପଣ ମନଯୋଗ ଦେଇ ପରିଶ୍ରମ କରିଲେ ସଫଳତା ନିଶ୍ଚେ ପାଇବେ । ବିଶେଷ କରି କ୍ୟାରିଅର କ୍ଷେତ୍ରରେ ଥିବା ଇଚ୍ଛା ପୂରଣ ହେବ । ଅଧିକ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଟଙ୍କା ରୋଜଗାର କରିବାକ ବାଟ ଫିଟିବ । ସ୍ୱାସ୍ଥ୍ୟଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ପାଇଁ ଶୁଭଫଳ ରହିଛି । ଏଥିସହ ମାନସିକ ସ୍ତରରେ ମଧ୍ୟ ଶାନ୍ତି ଅନୁଭବ କରିବେ ।

ମିଥୁନ: ଏହି ସମୟ ଆପଣଙ୍କ ଜୀବନରେ ସ୍ୱତନ୍ତ୍ର ସଫଳତା ଆଣିଦେବ । ଅବିବାହିତ ତଥା ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କର ବିବାହ ଠିକ୍ ହେବାର ଯୋଗ ରହିଛି । ନିଜ ପିଲାଙ୍କ ସଫଳତା ଦେଖି ବାପା ମାଆ ବହୁତ ଖୁସି ଅନୁଭବ କରିବେ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଲାଭ ପାଇବା ସମ୍ଭାବନା ଅଛି । ବିଶେଷ କରି ମାର୍କେଟିଂ କ୍ଷେତ୍ରରେ ବହୁତ ଲାଭ ପାଇବେ । କଠିନ କାର୍ଯ୍ୟ କରିବା ସମୟରେ ବନ୍ଧୁଙ୍କ ସାହାଯ୍ୟ ମିଳିବ । ସ୍ୱାସ୍ଥ୍ୟ ପୂର୍ବପରି ରହିବ ।

ସିଂହ: ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କ ଅପେକ୍ଷାର ଅନ୍ତ ଘଟିବ । ବିଦେଶରେ ଚାକିରି ପାଇବାର ଅଧିକ ସମ୍ଭାବନା ରହିଛି । ସରକାରୀ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ପଦୋନ୍ନତୀର ଯୋଗ ରହିଛି । ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ । ନୂତନ ଯାନ କିମ୍ବା ଜମି କିଣିବାର ସମ୍ଭାବନା ରହିଛି । ପିତାମାତାଙ୍କଠାରୁ ସମର୍ଥନ ମିଳିବ ।

ବିଛା:  ସୂର୍ଯ୍ୟଙ୍କ ଚଳନରୁ ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବ । ଇଚ୍ଛା ଅନୁଯାୟୀ ସଫଳତା ପାଇବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ହଠାତ୍ ବଡ଼ ଧରଣର ଆର୍ଥିକ ଲାଭ ହେବାର ସୁଯୋଗ ରହିଛି । କ୍ୟାରିୟରରେ ଏକ ନୂଆ ଆରମ୍ଭ ହେବ । ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Budh-Shukra Rashi Parivartan: ବୁଧ ଏବଂ ଶୁକ୍ରଙ୍କ ଚଳନ, ୩ ରାଶିକୁ ଅର୍ଥ ପ୍ରାପ୍ତି

Also Read- Garlic Price: ଶସ୍ତା ହେଲା ରସୁଣ, ଏକାଥରେ କମିଲା ୧୫୦ ଟଙ୍କା...