Solar Eclipse 2023: ୧୪ ଅକ୍ଟୋବର ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭୁଲରେ କରନ୍ତୁନି ଏହା..
Advertisement

Solar Eclipse 2023: ୧୪ ଅକ୍ଟୋବର ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭୁଲରେ କରନ୍ତୁନି ଏହା..

Solar Eclipse 2023: ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଆସନ୍ତାକାଲି ଅର୍ଥାତ ଅକ୍ଟୋବର ୧୪ ରେ ହେବାକୁ ଯାଉଛି । ସୂର୍ଯ୍ୟ ପରାଗ ୧୨ ଘଣ୍ଟା ପୂର୍ବରୁ ସୂତାକ ଅବଧି ଆରମ୍ଭ ହୁଏ । ଜ୍ୟୋତିଷଙ୍କ ତଥ୍ୟ ଅନୁଯାୟୀ ଆମେ ଆପଣଙ୍କୁ କିଛି ତଥ୍ୟ ଦେବାକୁ ଯାଉଛି । ସେମଧ୍ୟରେ ରହିଛି ଆପଣ କଣ କରିବେ କଣ ନାହିଁ ?

Solar Eclipse 2023: ୧୪ ଅକ୍ଟୋବର ବର୍ଷର ଶେଷ ସୂର୍ଯ୍ୟ ପରାଗ, ଭୁଲରେ କରନ୍ତୁନି ଏହା..

Solar Eclipse 2023: ସୂର୍ଯ୍ୟ ପରାଗ ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା ଯାହା ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ହୋଇଥାଏ । ଏ ସମ୍ପର୍କରେ ଧାର୍ମିକ ଦୃଷ୍ଟିକୋଣରୁ ମଧ୍ୟ ମହତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ମତ ଅନୁଯାୟୀ, ସୂର୍ଯ୍ୟଙ୍କ ପରାଗ ଲୋକଙ୍କ ଜୀବନରେ ସିଧାସଳଖ ପ୍ରଭାବ ପକାଇଥାଏ । ୨୦୨୩ ବର୍ଷର ଦ୍ୱିତୀୟ ଏବଂ ଶେଷ ସୂର୍ଯ୍ୟ ପରାଗ ଆସନ୍ତାକାଲି ଅର୍ଥାତ୍ ୧୪ ଅକ୍ଟୋବରରେ ହେବାକୁ ଯାଉଛି । ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ହୋଇଥିଲା । ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସୂର୍ଯ୍ୟ ପରାଗରେ ବିଭିନ୍ନ ନିୟମ କରାଯିବା ନେଇ ଧାର୍ମିକ ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ସୂର୍ଯ୍ୟ ପରାଗ ବିଷୟରେ ଅନେକ କଥା କୁହାଯାଇଛି । ସୂର୍ଯ୍ୟ ଗ୍ରହଣର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ଆରମ୍ଭ ହୋଇଥାଏ । ଏହି ସମୟ ମଧ୍ୟରେ ଦେବତାଙ୍କ ପୂଜା ଠାରୁ ଆରମ୍ଭ କରି ରୋଷେଇ କରିବା ଓ ଖାଇବା ପିଇବା ପର୍ଯ୍ୟନ୍ତ ସବୁକିଛି ନିଷେଧ ହୋଇଥାଏ । କିନ୍ତୁ ଏହା ମଧ୍ୟ ଦେଖାଯାଏ ଯେ, ପ୍ରତ୍ୟକ ସ୍ଥାନରେ ନିୟମ ଭିନ୍ନ ଭିନ୍ନ ହୋଇଥାଏ । ପୃଥିବୀର କେଉଁ ସ୍ଥାନରେ ସୂର୍ଯ୍ୟପରାଗର ପ୍ରଭାବ (ଆଂଶିକ କିମ୍ୱା ସମ୍ପୂର୍ଣ୍ଣ) ରହୁଛି ସେହି ହିସାବରେ ଗମନା କରାଯାଇଥାଏ । ଯେଉଁ ଦେଶରେ ସୂର୍ଯ୍ୟପରାଗ ଦୃଶ୍ୟମାନ ହୁଏନାହିଁ ସେଠାରେ କିପରି ନିୟମ ପାଳନ କରାଯାଏ ସେ ବିଷୟରେ ଜୋତିର୍ବିଦଙ୍କ ପରାମର୍ଶ ଅନୁଯାୟୀ ଲୋକମାନେ ପାଳନ କରିଥାନ୍ତି ।

ଚଳିତ ବର୍ଷର ସୂର୍ଯ୍ୟ ପରାଗ ରାତି ୮.୩୦ରୁ ଆରମ୍ଭ ହୋଇ ରାତି ୨ଟା୪୫ରେ ଶେଷ ହେଉଛି । ଏହି ସୂର୍ଯ୍ୟପରାଗ ଚିତ୍ରା ନକ୍ଷତ୍ରରେ ପଡୁଛି । ତେବେ ଏହା ଭାରତକୁ ଏହା ଦୃଶ୍ୟମାନ ହେବନାହିଁ । ପଶ୍ଚିମ ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଟଲାଣ୍ଟିକା, ଆଣ୍ଟାର୍କଟିକାରେ ସୂର୍ଯ୍ୟ ଗ୍ରହଣ ଦୃଶ୍ୟମାନ ହେବ। ବିଶେଷ କଥା ଏହା ଯେ, ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ଭାରତକୁ ଦୃଶ୍ୟମାନ ହୋଇନଥିଲା । ଅକ୍ଟୋବର ୧୪ରେ ହେବାକୁ ଥିବା ସୂର୍ଯ୍ୟପରାଗରେ ମଧ୍ୟ ସମାନ ଘଟଣା ଘଟିବାକୁ ଯାଉଛି ।

ସତର୍କତା
ସାଧାରଣତଃ ସୂର୍ଯ୍ୟ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ ନିଷେଧ ହୋଇଥାଏ । ଏହି ସମୟରେ ପୂଜା, ଶୁଭ କାର୍ଯ୍ୟ ଏବଂ ଖାଦ୍ୟ ରାନ୍ଧିବା ନିଷେଧ ହୋଇଥାଏ । କିନ୍ତୁ ଯେହେତୁ ଏହା ଭାରତରେ ଦେଖାଯିବ ନାହିଁ  ତେଣୁ ଏହାକୁ ନେଇ କୌଣସି ନିୟମ କଡାକଡି ନାହିଁ ବୋଲି ଜ୍ୟୋତିଷମାନେ ମତ ଦିଅନ୍ତି । କିନ୍ତୁ ଆପଣ ଯଦି ସୂର୍ଯ୍ୟପରାଗ ଦେଖାଯାଉଥିବା ଦେଶରେ ରହୁଛନ୍ତି ତେବେ କିଛି ସତର୍କତା ମାନି ଚଳିପାରିବେ ।

ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟ ଗ୍ରହଣ ସମୟରେ ଖାଦ୍ୟ ଖାଇବା ନିଷେଧ । ପାକ ତ୍ୟାଗ ସମୟରେ ଶୁଭ କାମ କରିବା ନିଷେଧ । ସୂର୍ଯ୍ୟ ଗ୍ରହଣ କିମ୍ବା ଚନ୍ଦ୍ରଗ୍ରହଣ ସମୟରେ ଶୋଇବା ନିଷେଧ ବୋଲି ଧରାଯାଏ । ସୂତାକ ସମୟରେ ମଧ୍ୟ ଭଗବାନଙ୍କୁ ପୂଜା କରନ୍ତୁ ନାହିଁ । ଏହି ସମୟ ମଧ୍ୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ । ସୂତାକରେ ଛୁରୀ, କଞ୍ଚା, ଛୁଞ୍ଚି, ବ୍ଲେଡ୍ ଭଳି ଜିନିଷ ବ୍ୟବହାର କରାଯିବା ଉଚିତ୍ ନୁହେଁ ।

ସୂତାକ ସମୟଠାରୁ ସୂର୍ଯ୍ୟପରାଗ ଶେଷ ପର୍ଯ୍ୟନ୍ତ ଭଗବାନଙ୍କ ନାମ ଜପିବା ଉଚିତ । ଏହି ସମୟ ମଧ୍ୟରେ ଆପଣ ନିଜ ଗାୟତ୍ରୀ ମନ୍ତ୍ର ଜପ କରିପାରିବେ । ଗର୍ଭବତୀ ମହିଳାମାନେ ସୂତାକ ସମୟରେ ସେମାନଙ୍କ କୋଳରେ ଏକ ସହିତ ନଡ଼ିଆ ରଖିବା ଉଚିତ୍ । ସୂର୍ଯ୍ୟପରାଗ ସମାପ୍ତ ହେବା ପରେ ନଡ଼ିଆକୁ ପାଣିରେ ଭସାଇ ଦିଅନ୍ତୁ ।  ସୂତାକ ଅବଧିରେ ଆପଣ ପାଣି ପିଇପାରିବେ । ଯଦି ଆପଣ ଔଷଧ ସେବନ କରନ୍ତି ତେବେ ଆପଣ ଏହା ମଧ୍ୟ କରିପାରିବେ । ଆପଣ ସୂତାକ ଅବଧି ସମୟରେ ଆପଣଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିପାରିବେ 

Also Read- Navratri 2023: ନବରାତ୍ରୀରେ ପାନ ବଦଳାଇବ ଆପଣଙ୍କ ଭାଗ୍ୟ, କରନ୍ତୁ ଏହି ଉପାୟ

Also Read- Amazon satellite internet: ଇଣ୍ଟରନେଟ୍ ସେବା ଆରମ୍ଭ କରିବ ଆମାଜନ, ଏୟାରଟେଲକୁ ଦବ ଟକ୍କର !