Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା
Advertisement

Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା

Shukra Gochar 2024: ମାର୍ଚ୍ଚ ୩୧ରେ, ଶୁକ୍ର କୁମ୍ଭରୁ ମୀନ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ମାର୍ଚ୍ଚର ଶେଷ ଦିନରେ ଶୁକ୍ରଙ୍କ ଚଳନର ବିଶେଷ ପ୍ରଭାବ ପଡିବାକୁ ଯାଉଛି । ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହାର ପ୍ରଭାବ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି । ଆସନ୍ତୁ ଜାଣିବା ଶୁକ୍ରଙ୍କ ଚଳନରୁ କେଉଁ ରାଶିକୁ ଲାଭ ମିଳିବାକୁ ଯାଉଛି ।

Shukra Gochar 2024: ୩୧ ମାର୍ଚ୍ଚରେ ମୀନ ରାଶିରେ ଶୁକ୍ର ଚଳନ, ୩ ରାଶିକୁ ବଡ଼ ଫାଇଦା

Venus Transit in Pisces: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗତିପଥ ପରିବର୍ତ୍ତନ କରିଥାନ୍ତି । ପ୍ରତ୍ୟେକ ଗ୍ରହ ଗତିବିଧି ପରିବର୍ତ୍ତନର ପ୍ରଭାବ ପ୍ରାୟ ପ୍ରତ୍ୟକ ରାଶି ଉପରେ ପଡିଥାଏ । ବର୍ତ୍ତମାନ, ଶନି, ଶୁକ୍ର ଏବଂ ମଙ୍ଗଳ କୁମ୍ଭ ରାଶିରେ ବିଦ୍ୟମାନ କରିଛନ୍ତି । ମାର୍ଚ୍ଚ ୩୧ରେ, ଶୁକ୍ର କୁମ୍ଭରୁ ମୀନ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି । ମାର୍ଚ୍ଚର ଶେଷ ଦିନରେ ଶୁକ୍ରଙ୍କ ଚଳନର ବିଶେଷ ପ୍ରଭାବ ପଡିବାକୁ ଯାଉଛି । ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହାର ପ୍ରଭାବ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଉଛି । ଆସନ୍ତୁ ଜାଣିବା ଶୁକ୍ରଙ୍କ ଚଳନରୁ କେଉଁ ରାଶିକୁ ଲାଭ ମିଳିବାକୁ ଯାଉଛି ।

ମେଷ ରାଶି
ଶୁକ୍ରଙ୍କ ଚଳନର ପ୍ରଭାବ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଭାଗ୍ୟ ଆପଣଙ୍କର ସାଥ ଦେବା ସହ ସମସ୍ତ ବାଧା ଦୂର ହେବ । କ୍ୟାରିୟରରେ ଅପୂର୍ବ ସଫଳତା ହାସଲ କରିବେ । କର୍ମକ୍ଷେତ୍ରରେ ନୂତନ ସୁଯୋଗ ଉପଲବ୍ଧ ହୋଇପାରେ । ବିଦେଶରେ ନିଯୁକ୍ତି ସୁଯୋଗ ରହିଛି । ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ଯଦି ଆପଣ ଦୀର୍ଘ ସମୟ ଧରି କୌଣସି ରୋଗରେ ପୀଡିତ ତେବେ ଏହା ଦୂର ହେବାର ସମୟ ଆସିଛି । ଆପଣ ମାନସିକ ଶାନ୍ତି ପାଇବେ ।

ବୃଷ ରାଶି
ଶୁକ୍ରଙ୍କ ପ୍ରଭାବ କାରଣରୁ ଆପଣଙ୍କୁ ଶୁଭଫଳ ମିଳିବ । ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବେ । ଆୟର ନୂତନ ଉତ୍ସ ସୃଷ୍ଟି ହୋଇପାରିବ । ଚାକିରିରେ ପଦୋନ୍ନତିର ସୁଯୋଗ ରହିଛି । ନୂଆ ଦାୟିତ୍ୱ ଆପଣଙ୍କୁ ମିଳିବ । ଦୂରଯାତ୍ରା ତଥା ଭ୍ରମଣ କରିପାରନ୍ତି । ପାରିବାରିକ ସମ୍ପର୍କ ମଜବୁତ ହେବ । ବିବାହିତ ଲୋକଙ୍କ ଜୀବନରେ ଆସୁଥିବା ସମସ୍ତ ଅସୁବିଧା ସମାଧାନ ହୋଇଯିବ । ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ଏହି ସମୟ ଅତ୍ୟନ୍ତ ଶୁଭ ।

ଧନୁ ରାଶି
ଶୁକ୍ର ପ୍ରଭାବରୁ ଆପଣଙ୍କୁ ଭଲ ଖବର ମିଳିବ । ଚାକିରି କରୁଥିବା ଲୋକମାନେ ପ୍ରଶଂସା ପାଇବେ । ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ପ୍ରକାଶ କରିବେ । ପଦୋନ୍ନତିର ସୁଯୋଗ ରହିଛି । ପୂର୍ବରୁ ଥିବା ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ପୂର୍ବରୁ ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଆର୍ଥିକ ଲାଭ ମିଳିବ । ବ୍ୟବସାୟୀମାନେ ଅତ୍ୟନ୍ତ ଲାଭବାନ ହୋଇପାରନ୍ତି । ନୂତନ ଯାନ କିମ୍ବା ସମ୍ପତ୍ତି କିଣିବାର ସମ୍ଭାବନା ରହିଛି । ବୈବାହିକ ଜୀବନରେ ଉନ୍ନତି ହେବା ସହ ସାଥୀଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)

Also Read- Surya Gochar 2024: ଆଜି ରାତିରୁ ବଦଳିଯିବ ଭାଗ୍ୟ, ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ ଓ ସମ୍ମାନ

Also Read- Weather Update: ୨ ଦିନ କୁଆପଥର ମାଡ ସହ ପ୍ରବଳ ବର୍ଷା ସମ୍ଭାବନା !