Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ
Advertisement

Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ

Venus Transit in Aries 2024:  ଏପ୍ରିଲରେ ମଙ୍ଗଳ ଗ୍ରହର ସଙ୍କେତରେ ଶୁକ୍ରଙ୍କ ରାଶିର ପରିବର୍ତ୍ତନ ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ବିପୁଳ ଅର୍ଥ ଏବଂ ଚାକିରିର ପଦୋନ୍ନତି ଦେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କିଏ?

Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ

Venus Transit in Aries 2024: ଶୁକ୍ର ଏପରି ଏକ ଗ୍ରହ ଯିଏ କି ସୁଖ, ସମୃଦ୍ଧତା ଏବଂ ବିବାହ ସହ ସାମଞ୍ଜସ୍ୟ ରଖନ୍ତି । ପୁଣିଥରେ ଶୁକ୍ର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏପ୍ରିଲରେ ମଙ୍ଗଳ ଗ୍ରହର ସଙ୍କେତରେ ଶୁକ୍ରଙ୍କ ରାଶିର ପରିବର୍ତ୍ତନ ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ବିପୁଳ ଅର୍ଥ ଏବଂ ଚାକିରିର ପଦୋନ୍ନତି ଦେବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ କିଏ?

ପଞ୍ଚାଙ୍ଗ ଅନୁଯାୟୀ ମଙ୍ଗଳ ଗ୍ରହର ରାଶି ମେଷରେ ଶୁକ୍ରଙ୍କ ଚଳନ ୨୪ ଏପ୍ରିଲ ୨୦୨୪ ରେ ହେବାକୁ ଯାଉଛି ।  ଦିନ ୧୧ଟା ୫୮ ମିନିଟ୍ ଶୁକ୍ରର ଚଳନ କରିବେ । ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କୁ ଏହା ଅଧିକ ପ୍ରଭାବିତ କରିବାକୁ ଯାଉଛି ।

ମିଥୁନ ରାଶି
୨୪ ଏପ୍ରିଲରେ ମେଷ ରାଶିରେ ଶୁକ୍ରଙ୍କ ଚଳନ ପ୍ରଭାବରୁ ଆପଣଙ୍କୁ ଲାଭଜନକ ଫଳ ମିଳିବ । ଏହା ଆପଣଙ୍କ ଜୀବନରେ ଅନେକ ପ୍ରଗତି ଆଣିଦେବ । ଆପଣ ସୁଖ ଏବଂ ସମୃଦ୍ଧି ପାଇବେ । ଭାଗ୍ୟ ଆପଣଙ୍କ ସାଥ ଦେବ । ଶୁକ୍ରବାର ଦିନ ଗାୟତ୍ରୀ ମନ୍ତ୍ର ଜପ କରିଲେ ଆପଣଙ୍କୁ ଅଧିକ ଶୁଭଫଳ ମିଳିବ ।

କର୍କଟ ରାଶି
ଶୁକ୍ରଙ୍କ ରାଶିର ପରିବର୍ତ୍ତନ କର୍କଟ ରାଶିର ଜୀବନରେ ପ୍ରଗତିର ଦ୍ୱାର ଖୋଲିବ । ବିଶେଷ କରି ବୃତ୍ତିଗତ ଜୀବନରେ ଆପଣ ଅଗ୍ରଗତି କରିବେ । ପଦୋନ୍ନତି ସହିତ ଦରମା ବୃଦ୍ଧିର ସମ୍ଭାବନା ରହିଛି । ନୂତନ କାର୍ଯ୍ୟ ଦାୟିତ୍ୱ ଆପଣଙ୍କୁ ମିଳିପାରେ । ପିତାଙ୍କଠାରୁ ଆପଣଙ୍କୁ ସମର୍ଥନ ମିଳିବ । ପରିଶ୍ରମ ଠାରୁ ଅଧିକ ଫଳ ମିଳିବ । ଭଲ ଅତର ଏବଂ ସୁଗନ୍ଧ ବ୍ୟବହାର କରନ୍ତୁ ।

ମକର ରାଶି
ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କ ରାଶି ପରିବର୍ତ୍ତନ ସ୍ୱାଭାବିକ ହେବ।  ଆପଣ ଏହି ସମୟରେ ଏକ ନୂତନ ସମ୍ପତ୍ତି କିମ୍ବା ଯାନ କ୍ରୟ କରିପାରିବେ । ଆପଣ ଘରର ମହିଳାଙ୍କ ନିକଟରୁ ସମର୍ଥନ ପାଇବେ । 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ