Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ
Advertisement

Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ

Shani Nakshatra Parivartan 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହୋଲି ପରେ ଶନି ଦେବ ପୁର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ନକ୍ଷତ୍ରଟି ବୃହସ୍ପତିଙ୍କ ଦ୍ୱାରା ପରିଚାଳିତ । ବୃହସ୍ପତିଙ୍କ ନକ୍ଷତ୍ରରେ ଶନି ଦେବଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ତେବେ କେଉଁ ରାଶି ଗୁଡିକ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।​

Shani Nakshatra Parivartan 2024: ହୋଲି ପରେ ୫ଟି ରାଶି ବ୍ୟକ୍ତିଙ୍କ ଜୀବନରେ ଭରିଯିବ ରଙ୍ଗ

Shani Purva Bhadrapada Nakshatra 2024: ଶନିଦେବଙ୍କୁ ନ୍ୟାୟର ଦେବତା ଭାବେ ବିବେଚନା କରାଯାଇଥାଏ । ଶନିଙ୍କ ରାଶି ପରିବର୍ତ୍ତନ ସମସ୍ତ ରାଶିର ଲୋକଙ୍କୁ ପ୍ରଭାବିତ କରିଥାଏ । ଲୋକମାନେ ପ୍ରାୟତଃ ଶନି ଦେବଙ୍କ ନାମ ଶୁଣି ଭୟଭୀତ ହୋଇଥାନ୍ତି । ଶନିଦେବ ଯେକୌଣସି ବ୍ୟକ୍ତିଙ୍କୁ ଧନୀରୁ ଗରିବ ଏବଂ ଗରିବରୁ ଧନୀ କରାଇ ପାରନ୍ତି ବୋଲି ବିଶ୍ୱାସ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହୋଲି ପରେ ଶନି ଦେବ ପୁର୍ବାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଏହି ନକ୍ଷତ୍ରଟି ବୃହସ୍ପତିଙ୍କ ଦ୍ୱାରା ପରିଚାଳିତ । ବୃହସ୍ପତିଙ୍କ ନକ୍ଷତ୍ରରେ ଶନି ଦେବଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହି ନକ୍ଷତ୍ର ପରିବର୍ତ୍ତନ କାରଣରୁ ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଶୁଭଫଳ ପ୍ରାପ୍ତି ହେବ । ତେବେ କେଉଁ ରାଶି ଗୁଡିକ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

1. ମେଷ
ଶନି ନକ୍ଷତ୍ର ପରିବର୍ତ୍ତନ କାରଣରୁ ମେଷ ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଚାକିରି କରୁଥିବା ବ୍ୟକ୍ତିମାନେ ଖୁବ ଅଗ୍ରଗତି କରିବେ । ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଶୁଭ ବୋଲି ବିବେଚନା କରାଯାଇଥାଏ । କିଛି ନୂଆ ଡିଲ୍ ଚୂଡାନ୍ତ ହୋଇପାରେ । ବିନିଯୋଗ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ । ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ ।

2.ମିଥୁନ
ବୃହସ୍ପତିଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ କାରଣରୁ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । କାର୍ଯ୍ୟ କ୍ଷେତ୍ରରେ ସମସ୍ତ ବାଧା ଦୂର ହେବା ସହ ନୂତନ ଆୟର ଉତ୍ସ ସୃଷ୍ଟି ହୋଇପାରିବ । କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ଅଧିକ ସମ୍ଭାବନା ରହିଛି । ଚାକିରି ସନ୍ଧାନରେ ଥିବା ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ । ବ୍ୟବସାୟୀମାନେ ବହୁତ ଲାଭ କରିପାରିବେ ।

3. ସିଂହ
ଶନି ନକ୍ଷତ୍ରର ପରିବର୍ତ୍ତନ ସିଂହ ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ମିଳିବ । ହୋଲି ପରେ ଆପଣଙ୍କ ପାଇଁ ସୁବର୍ଣ୍ଣ ସମୟ ଆରମ୍ଭ ହେବ । ଆର୍ଥିକ ଲାଭର ଦୃଢ ସମ୍ଭାବନା ରହିଛି । ଚାକିରୀ କରୁଥିବା ଲୋକଙ୍କ ସମସ୍ତ ସମସ୍ୟାର ସମାଧାନ ହେବ । ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ଅଧିକ ବିସ୍ତାର କରିବାରେ ସକ୍ଷମ ହେବେ । ନୂତନ ଯାନ କିମ୍ବା ସମ୍ପତ୍ତି ହାସଲ କରିବାର ସମ୍ଭାବନା ରହିଛି ।

4. କନ୍ୟା
ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁସି ଖବର ଆଣିବ । ହୋଲି ପରେ ଆପଣଙ୍କ ଭାଗ୍ୟ ଫିଟିବା ସହ ପ୍ରଗତିର ରାସ୍ତା ଖୋଲିବ । ଭଲ ଖବର ଆପଣଙ୍କ ମନକୁ ଖୁସି କରିବ । ଭାଗ୍ୟ ସମ୍ପୁର୍ଣ୍ଣ ଆପଣଙ୍କ ପକ୍ଷରେ ରହିବ । କାର୍ଯ୍ୟରେ ଆସୁଥିବା ସମସ୍ତ ପ୍ରତିବନ୍ଧକ ଦୂରେଇଯିବ ।

5. ମକର
ଆପଣଙ୍କ ପାରିବାରିକ ସମ୍ପର୍କ ଦୃଢ ହେବ । ପରିବାର ସହିତ କୌଣସି ସ୍ଥାନକୁ ଭ୍ରମଣରେ ଯାଇପାରନ୍ତି । ବୈବାହିକ ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ । ସାଥୀଙ୍କଠାରୁ ସମର୍ଥନ ମିଳିବ । ଚାକିରି କ୍ଷେତ୍ରରେ ସମୟ ଅନୁକୂଳ ରହିଛି । ଏଥିସହ ସ୍ଥାନାନ୍ତରିତ ହେବାର ସମ୍ଭାବନା ଅଛି । ଚାକିରି ଖୋଜୁଥିବା ଲୋକଙ୍କୁ ନିଜ ପସନ୍ଦର ଚାକିରି ମିଳିପାରେ । ମନ ଖୁସି ରହିବା ସହ ଶାନ୍ତି ଅନୁଭବ କରିବେ ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

Also Read- Shukra Gochar: ଏପ୍ରିଲରେ ଶୁକ୍ର ଚଳନ ପ୍ରଭାବରୁ ୩ ରାଶିକୁ ଧନପ୍ରାପ୍ତି ଯୋଗ

Also Read- Mangal Gochar: ମଙ୍ଗଳ କରିବେ ରାଶି ପରିବର୍ତ୍ତନ, ୩ଟି ରାଶିର ଫିଟିବ ଭାଗ୍ୟ