Saturn transit 2024: ୧୩୯ ଦିନ ପରେ ରାଶି ବଦଳାଇବେ ଶନି, ରାଜା ପରି ଜୀବନ ବିତାଇବେ ଏହି ସବୁ ରାଶି
Advertisement
Article Detail0/zeeodisha/odisha2345040

Saturn transit 2024: ୧୩୯ ଦିନ ପରେ ରାଶି ବଦଳାଇବେ ଶନି, ରାଜା ପରି ଜୀବନ ବିତାଇବେ ଏହି ସବୁ ରାଶି

Saturn Transit 2024 ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବକ୍ରି କିମ୍ବା ମାର୍ଗି ହେବା ପ୍ରତ୍ୟେକ ରାଶି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି କି ଶନିଙ୍କ ଚଳନ ରାଶି ଉପରେ ଶୁଭ-ଅଶୁଭର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଅବସ୍ଥାନ କରିଥାଆନ୍ତି। ଏହି ବର୍ଷ ଶ

Saturn transit 2024: ୧୩୯ ଦିନ ପରେ ରାଶି ବଦଳାଇବେ ଶନି, ରାଜା ପରି ଜୀବନ ବିତାଇବେ ଏହି ସବୁ ରାଶି

Saturn Transit 2024 ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ବକ୍ରି କିମ୍ବା ମାର୍ଗି ହେବା ପ୍ରତ୍ୟେକ ରାଶି ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି କି ଶନିଙ୍କ ଚଳନ ରାଶି ଉପରେ ଶୁଭ-ଅଶୁଭର ପ୍ରଭାବ ପକାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିଦେବ ପ୍ରାୟ ଅଢେଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ରାଶିରେ ଅବସ୍ଥାନ କରିଥାଆନ୍ତି। ଏହି ବର୍ଷ ଶନିଦେବ କୁମ୍ଭ ରାଶିରେ ଅବସ୍ଥାନ କରିବେ। ଜୁନ୍ ୩୦ରେ ଶନି କୁମ୍ଭ ରାଶିକୁ ଚଳନ କରିସାରିଛନ୍ତି। ପ୍ରାୟ ୧୩୯ ଦିନ ପରେ ଏହା ନଭେମ୍ବର ୧୫, ୨୦୨୪ରେ ରାତି ୭ଟା ୫୧ରେ କୁମ୍ଭ ରାଶିକୁ ମାର୍ଗି କରିବେ। ପ୍ରାୟ ୫ ମାସ ପରେ, ଶନି ସିଧାସଳଖ ମାର୍ଗି ହେବା ପରେ କର୍ମ ପ୍ରଦାନକାରୀ ଶନିଦେବ କିଛି ରାଶିର ଚିହ୍ନ ଉପରେ ବହୁତ ଶୁଭ ପ୍ରଭାବ ପକାଇବେ। ଆସନ୍ତୁ ଜାଣିବା କେଉଁ ରାଶି ବିଶେଷ ଭାବେ ଲାଭରେ ରହିବେ...

ବୃଷ ରାଶି
କୁମ୍ଭ ରାଶିରେ ଶନି ମାର୍ଗି ହୋଇ ବୃଷ ରାଶିର ବ୍ୟକ୍ତିବିଶେଷଙ୍କୁ ବେଶ ଧନବାନ କରିବେ। ଏହି ରାଶିର ବ୍ୟକ୍ତିବିଶେକଙ୍କ ଶୋଇଥିବା ଭାଗ୍ୟ ପୁନର୍ବାର ଉଦୟ ହେବ। କ୍ୟାରିୟର-ବ୍ୟବସାୟରେ ବେଶ ଲାଭବାନ ହେବେ ଏହି ସବୁ ରାଶିର ବ୍ୟକ୍ତି। ବ୍ୟବସାୟିକ ସ୍ଥିତି ମଜବୁତ ହେବ। ଆପଣଙ୍କର ସମସ୍ତ ସ୍ୱପ୍ନ ସାକାର ହେବ। ସମାଜରେ ପଦ ମର୍ଯ୍ୟାଦା ବୃଦ୍ଧି ପାଇବ। କ୍ୟାରିୟରରେ ସଫଳତାର ପାହାଚ ଚଢିବ। ଧନ ସମ୍ପତ୍ତି ବୃଦ୍ଧି ହେବ। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବ। ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ। 

 

ମିଥୁନ ରାଶି
ଶନିଙ୍କ ମାର୍ଗି ଚଲନରୁ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କୁ ବିଶେଷ ଲାଭ ମିଳିବ। ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବାକୁ ଯାଉଛି। ସନ୍ତାନ ମାନଙ୍କ ପକ୍ଷରୁ ଶୁଭ ଖବର ମିଳିପାରେ। ବୈବାହିକ ଜୀବନ ସୁଖମୟ ହେବ। ସମାଜରେ ପ୍ରତିଷ୍ଠା ଲାଭ କରିବେ। ରୋଗ ଦୋଷରୁ ମୁକ୍ତି ମିଳିବ। ଶନିଦେବଙ୍କ କୃପାରୁ ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ। ଆୟରେ ମଧ୍ୟ ବୃଦ୍ଧି ଘଟିବ। ଆୟର ନୂତନ ପନ୍ଥା ଖୋଜି ପାଇବେ। କ୍ୟାରିୟରରେ ଆସୁଥିବା ବାଧା ସବୁ ଦୂର ହେବ। ଅଟକି ଥିବା ସମସ୍ତ କାର୍ଯ୍ୟ ସମାପ୍ତ ହେବ। 

 

କୁମ୍ଭ ରାଶି
ଶନିଙ୍କର ମାର୍ଗି ଚଳନ ଫଳରେ କୁମ୍ଭ ରାଶିର ଲୋକମାନଙ୍କ ଜୀବନରେ ଖୁସିରେ ଭରିଯିବ। ଏହି ସମୟରେ ଚାକିରି ବ୍ୟବସାୟ କରୁଥିବା ଲୋକମାନଙ୍କ ପାଇଁ ଭଲ ସମୟ ହେବ। କ୍ୟାରିୟରରେ ବିଶେଷ ଉପଲବ୍ଧି ହାସଲ କରିବେ। ସମାଜରେ ଖୁବ ମାନ ସମ୍ମାନ ମିଳିବ। ସମ୍ପର୍କରେ ଥିବା ବିବାଦ ଦୂର ହେବ। ବାପା-ମାଙ୍କ ସହଯୋଗ ମିଳିବ। ଆପଣଙ୍କର ସମସ୍ତ ସ୍ୱପ୍ନ ବାସ୍ତବ ରୂପ ନେବ। ମନ ଖୁସି ରହିବ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ବିବାଦରେ ପୂର୍ଣ୍ଣଛେଦ ପଡ଼ିବ। ଜୀବନରେ କୌଣସି ପ୍ରକାରର ସମସ୍ୟା ଲାଗି ରହିବ ନାହିଁ। ବିଳାସମୟ ଜୀବନ ଅତିବାହିତ କରିବେ। ଚାକିରିଆମାନଙ୍କର ପଦୋନ୍ନତି ସମ୍ଭାବନା ରହିଛି। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)