ଭୂମିରୁ ଉଠାଇ ଆକାଶରେ ପହଞ୍ଚାଇ ଦେବେ ଶନି ମହାରାଜ, ଏହି ଉପାୟରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ !
Advertisement
Article Detail0/zeeodisha/odisha1842727

ଭୂମିରୁ ଉଠାଇ ଆକାଶରେ ପହଞ୍ଚାଇ ଦେବେ ଶନି ମହାରାଜ, ଏହି ଉପାୟରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ !

: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ମହତ୍ତ୍ଵ ରହିଛି । ଶନି ଦେବଙ୍କୁ ନ୍ୟାୟର ଦେବତା (god of justice) ଭାବରେ ବିବେଚନା କରାଯାଏ । ଶନି ଦେବ ଜଣେ ବ୍ୟକ୍ତିର ଭଲ ଏବଂ ଖରାପ କାର୍ଯ୍ୟର ହିସାବ ରଖନ୍ତି ଏବଂ ସେହି ଅନୁଯାୟୀ ଫଳ ଦିଅନ୍ତି । ଯେଉଁମାନେ ଭଲ କାର୍ଯ୍ୟ କରନ୍ତି ସେମାନେ ଶୁଭ ଫଳାଫଳ ପାଆନ୍ତି ଏବଂ ଯେଉଁମାନେ ଖରାପ କାର୍

ଭୂମିରୁ ଉଠାଇ ଆକାଶରେ ପହଞ୍ଚାଇ ଦେବେ ଶନି ମହାରାଜ, ଏହି ଉପାୟରେ ଶନିଦେବଙ୍କୁ କରନ୍ତୁ ପ୍ରସନ୍ନ !

Saturday Remedies:: ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହର ନିଜସ୍ୱ ମହତ୍ତ୍ଵ ରହିଛି । ଶନି ଦେବଙ୍କୁ ନ୍ୟାୟର ଦେବତା (god of justice) ଭାବରେ ବିବେଚନା କରାଯାଏ । ଶନି ଦେବ ଜଣେ ବ୍ୟକ୍ତିର ଭଲ ଏବଂ ଖରାପ କାର୍ଯ୍ୟର ହିସାବ ରଖନ୍ତି ଏବଂ ସେହି ଅନୁଯାୟୀ ଫଳ ଦିଅନ୍ତି । ଯେଉଁମାନେ ଭଲ କାର୍ଯ୍ୟ କରନ୍ତି ସେମାନେ ଶୁଭ ଫଳାଫଳ ପାଆନ୍ତି ଏବଂ ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି ସେମାନେ ଅଶୁଭ ଫଳାଫଳ (Awkward results) ପାଆନ୍ତି । ଶନିଙ୍କୁ ନେଇ ଏକ ବିଶ୍ୱାସ ରହିଛି ଯେ, ଯେତେବେଳେ ଶନି ଦେବ କାହା ଉପରେ ରାଗି ଯାଆନ୍ତି, ସେତେବେଳେ ସେ ତାଙ୍କୁ ସିଂହାସନରୁ ଚଟାଣକୁ ଆଣିବାକୁ ଟିକେବି ସମୟ ନିଅନ୍ତି ନାହିଁ । ଅନ୍ୟ ପଟେ, ଯେତେବେଳେ ସେ କୌଣସି ବ୍ୟକ୍ତିଙ୍କ ଉପରେ ଖୁସି ଥାଆନ୍ତି ତାଙ୍କ ଉପରେ ଟଙ୍କା ବର୍ଷା କରନ୍ତି। ଏଭଳି ପରିସ୍ଥିତିରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ ଶନି ଦେବଙ୍କ ଶୁଭ ଦୃଷ୍ଟି (Good luck) ତାଙ୍କ ଉପରେ ରହିଥାଉ। ଜ୍ୟୋତିଷ ଶାସ୍ତ୍ରରେ ଶନୀଙ୍କୁ ଶୀଘ୍ର ଖୁସି କରିବାର କିଛି ଗୁରୁତ୍ୱପୂର୍ଣ୍ଣ ଉପାୟ କୁହାଯାଇଛି। 

ଉଦାର ଭାବରେ ଦାନ କରନ୍ତୁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଖୁସି ମନରେ ଦାନ କରୁଥିବା ଲୋକଙ୍କ ଉପରେ ଶନି ସର୍ବଦା ସନ୍ତୁଷ୍ଟ ହୁଅନ୍ତି। ଏଥିପାଇଁ, ଯିଏ ଓଷା ପର୍ବ ପର୍ବାଣୀରେ ଗରିବ ଓ ଅଭାବୀ ଲୋକଙ୍କୁ ଦାନ କରନ୍ତି, ସେମାନଙ୍କୁ ସାହାଯ୍ୟ କରନ୍ତି, ଶନି ଦେବଙ୍କ ବିଶେଷ ଆଶୀର୍ବାଦ ତାଙ୍କ ଉପରେ ରହିଥାଏ। ଆପଣଙ୍କୁ ଜଣାଇବୁ ଯେ, ଶନି ଦେବ ଯେଉଁମାନେ ସହୃଦୟରୁ ଗରିବ ଲୋକଙ୍କୁ କଳା ଚଣା, କଳା ତେଲ, ହରଡ଼ ଡାଲି ଓ ପୋଷାକ ଇତ୍ୟାଦି ଦାନ କରନ୍ତି ସେମାନଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତି ।

ଏହିପରି ଶନି ଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତୁ ।

ବିଶ୍ୱାସ କରାଯାଏ ଯେ, ଶନି ଦେବଙ୍କ ଛତ୍ର ଛାୟା ତଳେ ରହିବାକୁ ଚାହୁଁଥିଲେ, ଅଭାବୀ ଲୋକଙ୍କୁ କଳା ଛତା ଦାନ କରନ୍ତୁ।

କୁକୁରମାନଙ୍କ ସେବା କରନ୍ତୁ 

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କୁକୁର ସେବା କରୁଥିବା ଲୋକଙ୍କ ଉପରେ ଶନି ଦେବ ସର୍ବଦା ସନ୍ତୁଷ୍ଟ ହୁଅନ୍ତି। କୁହାଯାଏ ଯେ ଶନି ଦେବ କୁକୁରମାନଙ୍କୁ ଖାଦ୍ୟ ଦେଉଥିବା ଏବଂ ସେମାନଙ୍କୁ ହଇରାଣ ନ କରୁଥିବା ଲୋକଙ୍କ ଦୁଃଖ ଦୂର କରନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ଶନି ଦେବଙ୍କ କ୍ରୋଧରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ କୁକୁରମାନଙ୍କୁ ଭଲ ପାଆନ୍ତୁ ଏବଂ ସେମାନଙ୍କ ସେବା କରନ୍ତୁ ।

ଅନ୍ଧମାନଙ୍କୁ ସାହାଯ୍ୟ କରନ୍ତୁ 

ଶନି ଦେବଙ୍କୁ ଖୁସି କରିବା ପାଇଁ ଅନ୍ଧମାନଙ୍କୁ ସାହାଯ୍ୟ କରିବା ସ୍ୱତନ୍ତ୍ର ବିବେଚନା କରାଯାଏ । ଯେଉଁମାନେ ଅନ୍ଧ ଲୋକଙ୍କୁ ରାସ୍ତା ଦେଖାନ୍ତି ଓ ଅନ୍ୟ କୌଣସି ଉପାୟରେ ସାହାଯ୍ୟ କରନ୍ତି, ଶନି ଦେବ ସେମାନଙ୍କୁ ସାହାଯ୍ୟ କରନ୍ତି ଏବଂ ସେମାନଙ୍କୁ ଜୀବନରେ ସଫଳତା ଏବଂ ପ୍ରଗତି ପ୍ରଦାନ କରନ୍ତି ସେମାନଙ୍କ ଉପରେ ଖୁସି ରୁହନ୍ତି। 

ଶନିବାର ଦିନ ଉପବାସ

ବିଶ୍ୱାସ କରାଯାଏ ଯେ ଯେଉଁମାନେ ଶନିଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି, ସେମାନଙ୍କର ଅନ୍ନ ଭଣ୍ଡାର ସବୁବେଳେ ଖୋଲା ଥାଏ, ଯେଉଁମାନେ ଶନିବାର ଦିନ ଉପବାସ କରନ୍ତି ଏବଂ ଗରିବ ଲୋକଙ୍କୁ ଖାଦ୍ୟ ଦାନ କରନ୍ତି, ଶନି ସେମାନଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତି । କେବଳ ଏତିକି ନୁହେଁ, ଏହି ଲୋକଙ୍କ ପାଇଁ ଧନର ଅଭାବ ରୁହେ ନାହିଁ।

ମାଛଙ୍କୁ ଖାଇବାକୁ ଦିଅନ୍ତୁ 

ଶନିଙ୍କୁ ଖୁସି କରିବା ପାଇଁ ମାଛଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଶନିଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ କରନ୍ତି।

Also Read- ଜୀ ସାର୍ଥକରେ ଓଡ଼ିଶାର ସବୁଠାରୁ ଲୋକପ୍ରିୟ ଯୋଡ଼ି ଅମ୍ବର ଓ ଧାରାଙ୍କ ଶୁଭ ବିବାହ ଆସନ୍ତା ରବିବାର ସନ୍ଧ୍ୟା ୬ଟାରେ