Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ
Advertisement

Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ

Rahu-Ketu Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାହୁ ଏବଂ କେତୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିଜର ରାଶି ପରିବର୍ତ୍ତନ କରନ୍ତି । ଏହି ଦୁଇଟି ଗ୍ରହ ରାଶି ପରିବର୍ତ୍ତନ କରୁଥିବା କାରଣରୁ କିଛି ରାଶିର ବ୍ୟକ୍ତିବିଶେଷ ସାବଧାନ ହେବା ନିହାତି ଆବଶ୍ୟକ । ରାହୁ-କେତୁ ଉଭୟ ଗ୍ରହଙ୍କୁ ପାପୀ ଗ୍ରହ ବୋଲି ବିବେଚନା କରାଯାଇଥାଏ । ତେଣୁ ଆଜି ଆମେ ଜାଣିବା ରାହୁ-କେତୁଙ୍କ ପ୍ରଭାବରୁ କେଉଁ ରାଶି ସତର୍କ ରହିବେ ।

Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ

Rahu-Ketu Gochar 2024: ଶାସ୍ତ୍ର ଅନୁଯାୟୀ, ରାହୁ ଏବଂ କେତୁଙ୍କୁ ପାପୀ ଗ୍ରହ ଭାବେ ବିବେଚନା କରାଯାଇଥାଏ । ଜ୍ୟୋତିଷଙ୍କ ମତ ଅନୁଯାୟୀ, ରାହୁ ଏବଂ କେତୁ ଏକ ନିର୍ଦ୍ଦିଷ୍ଟ ସମୟରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ବିଶ୍ୱାସ କରାଯାଏ ଯେ, ଯେତେବେଳେ ରାହୁ ଏବଂ କେତୁ ରାଶି କିମ୍ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ସେତେବେଳେ ରାଶିଚକ୍ରର ସମସ୍ତ ୧୨ଟି ରାଶି ଉପରେ ଏହାର ପ୍ରଭାବ ପଡିଥାଏ । କିଛି ରାଶିର ବ୍ୟକ୍ତିଙ୍କୁ ଶୁଭ ଫଳ ମିଳୁଥିବା ସମୟରେ କିଛି ରାଶିଙ୍କ ପାଇଁ ନକରାତ୍ମକ ପ୍ରଭାବ ମଧ୍ୟ ରହିଥାଏ । ଗତ ବର୍ଷ ଅର୍ଥାତ୍ ୨୦୨୩, ୩୦ ଅକ୍ଟୋବରରେ ଉଭୟ ରାହୁ ଏବଂ କେତୁ ସେମାନଙ୍କର ରାଶି ନକ୍ଷତ୍ର ପରିବର୍ତ୍ତନ କରିଥିଲେ। ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରାହୁ ମୀନରେ ଏବଂ କେତୁ କନ୍ୟା ରାଶିରେ ଅବସ୍ଥିତ ଅଛନ୍ତି । ଉଭୟ ରାହୁ ଏବଂ କେତୁ ପ୍ରାୟ ୨୦୨୫ ପର୍ଯ୍ୟନ୍ତ ସେମାନଙ୍କର ରାଶିରେ ଅବସ୍ଥାନ କରିବେ । ବର୍ତ୍ତମାନ, ରାହୁ ଏବଂ କେତୁ ରାଶି ପରିବର୍ତ୍ତନ କରିବା କାରଣରୁ କିଛି ବ୍ୟକ୍ତି ସତର୍କ ରହିବା ନିହାତି ଆବଶ୍ୟକ ।

ସିଂହ ରାଶି
ଜ୍ୟୋତିଷଙ୍କ ଅନୁଯାୟୀ, ମୀନ ରାଶିରେ ରାହୁ ଏବଂ କନ୍ୟା ରାଶିରେ କେତୁଙ୍କ ଉପସ୍ଥିତି ସିଂହ ରାଶିର ଲୋକଙ୍କ ପାଇଁ କିଛି ସମସ୍ୟା ସୃଷ୍ଟି କରିପାରେ। ଆପଣଙ୍କଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ ଟିକେ ଯତ୍ନବାନ ହେବାକୁ ପଡିବ । ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ରହିପାରନ୍ତି । ବ୍ୟବସାୟରେ କ୍ଷତି ହେବାର ସମ୍ଭାବନା ରହିଛି । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ ନାହିଁ । ପ୍ରତ୍ୟେକ କାର୍ଯ୍ୟରେ ବିଫଳତାର ଯୋଗ ରହିଛି । ଅର୍ଥହାନୀ ହେବାର ସମ୍ଭାବନା ଅଛି ।

କୁମ୍ଭ ରାଶି
କେତୁ ଏବଂ ରାହୁଙ୍କ ଚଳନ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନକରାତ୍ମକ ସାବ୍ୟସ୍ତ ହେବ । ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ପରିବାରରେ ମତଭେଦ ଦେଖାଦେଇପାରେ । ଋଣ କାରଣରୁ ସମସ୍ୟାରେ ପଡିପାରନ୍ତି । କିଛି ବନ୍ଧୁ ବିଶ୍ୱାସଘାତକତା କରିପାରନ୍ତି । ଦୁର୍ଘଟଣାର ସମ୍ଭାବନା ଥିବାରୁ ଦୂରଯାତ୍ରା ନକରିବା ଭଲ । ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଦେଇପାରେ ।

ମୀନ ରାଶି
ରାହୁ ଏବଂ କେତୁଙ୍କ ଚଳନ ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ବିଶେଷକରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିପାରନ୍ତି । ଆର୍ଥିକ ସଙ୍କଟ ଦେଖାଦେବ । କୌଣସି ବିଷୟକୁ ନେଇ ପରିବାର ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ । ମିଠା କଥା କହିବାକୁ ଚେଷ୍ଟା କରନ୍ତୁ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- ଉତ୍କଳ ସିନେ ଚାମ୍ବର ଅଫ କମର୍ସର ରକ୍ତଦାନ ଶିବିର

Also Read- Crime News: ଫନି ଟଙ୍କା ହଡପ ମାମଲାରେ ବନ୍ଧାହେଲେ ଠକ