Advertisement
Photo Details/zeeodisha/odisha2488191
photoDetails0hindi

Weekly Lucky Zodiac Sign: ଅକ୍ଟୋବର ୨୮ରୁ ନଭେମ୍ୱର ୩ ମଧ୍ୟରେ ୫ଟି ରାଶିର ଭାଗ୍ୟ ଉଜ୍ୱଳ

Weekly Lucky Zodiac Sign, 28 October to 3 November 2024: ଦୀପାବଳି ଶେଷ ସପ୍ତାହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଆରମ୍ଭ ହେଉଛି । ବିଛା ରାଶିରେ ବୁଧ ଏବଂ ଶୁକ୍ରଙ୍କ ମିଳନ କାରଣରୁ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେଉଛି ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ସପ୍ତାହର ପ୍ରଥମ ଭାଗରେ ଆପଣ ଘରୋଇ ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ । ରୋଜଗାର ପାଇଁ ଆପଣ କରିଥିବା ପ୍ରୟାସ ସଫଳ ହେବ । ବ୍ୟବସାୟୀମାନେ ହଠାତ୍ ଆର୍ଥିକ ଲାଭ ପାଇପାରନ୍ତି । ପୂର୍ବାପେକ୍ଷା ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଅଧିକ ମଜବୁତ ହେବ । ଚାକିରି କ୍ଷେତ୍ରରେ ଆୟ ବୃଦ୍ଧି ପାଇଁ ଉତ୍ତମ ଦିନ । ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଏହି ସପ୍ତାହରେ କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ଭାଗିଦାରୀରେ କାମ କରୁଥିଲେ ଭଲ ଲାଭ ପାଇବେ । ପ୍ରେମ ଜୀବନରେ ସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ ।

2/6

କର୍କଟ ରାଶି

ଆପଣଙ୍କ ପାଇଁ ସଫଳତାର ଦିନ । ବିଭିନ୍ନ ସୁତ୍ରରୁ ଶୁଭଫଳ ପାଇବେ । ଯୋଜନାବଦ୍ଧ କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଉତ୍ସାହ ରହିବ । କର୍ମକ୍ଷେତ୍ରରେ ସିନିୟରମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ସହକର୍ମୀଙ୍କଠାରୁ ସମସ୍ତ ପ୍ରକାରର ସହାୟତା ପାଇବେ । ରାଜନୀତି ସହିତ ଜଡିତ ବ୍ୟକ୍ତି ଲାଭ ପାଇବେ । ଦୀର୍ଘ ସମୟ ଧରି ଯେଉଁ କଥାକୁ ନେଇ ଆପଣ ଚିନ୍ତିତ ଥିଲେ ସେଥିରୁ ମୁକ୍ତି ପାଇବେ । ଜମି କିମ୍ବା ଯାନ କିଣିବାକୁ ଚାହୁଁଥିଲେ ଆପଣଙ୍କର ଇଚ୍ଛା ଏହି ସପ୍ତାହରେ ପୂରଣ ହୋଇପାରେ । ପ୍ରେମ ଜୀବନ ଆପଣଙ୍କ ପାଇଁ ଅନୁକୂଳ ।

3/6

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ବହୁତ ଭଲ ସାବ୍ୟସ୍ତ ହେବ । ଆପଣଙ୍କ ପାଇଁ ସମୟ ଶୁଭ ବୋଲି ପ୍ରମାଣିତ ହେବ । କ୍ୟାରିୟର କିମ୍ବା ଅଧ୍ୟୟନ ପାଇଁ ବିଦେଶ ଯିବାର ସମ୍ଭାବନା ରହିଛି । ପାରିବାରିକ ଦୃଷ୍ଟିକୋଣରୁ ମଧ୍ୟ ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ । ପାରିବାରିକ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ବରିଷ୍ଠ ଲୋକଙ୍କ ସମର୍ଥନ ପାଇବେ । ବ୍ୟବସାୟୀମାନେ ଟଙ୍କା ବିନିଯୋଗରୁ ବଡ଼ ଲାଭ ପାଇବେ । ସ୍ୱାସ୍ଥ୍ୟକୁ ନେଇ ସତର୍କ ରହିବା ଆବଶ୍ୟକ । ପାଣିପାଗ ପରିବର୍ତ୍ତନ କାରଣରୁ ଆପଣ କିଛି ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡିପାରନ୍ତି ।

4/6

କୁମ୍ଭ ରାଶି

ଆପଣ ପାଇଁ ଅକ୍ଟୋବର ଶେଷ ସପ୍ତାହ ସର୍ବୋତ୍ତମ । ସପ୍ତାହ ଆରମ୍ଭରେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ମିଳିବ । ପାରିବାରିକ ସମସ୍ୟାର ସମାଧାନ ହେବ । କୌଣସି ପ୍ରସଙ୍ଗରେ କୋର୍ଟ କଚେରୀରେ ବିବାଦ ଚାଲିଥିଲେ ସହମତିରେ ତାହାର ସମାଧାନ ହୋଇପାରିବ। ସରକାରୀ କାର୍ଯ୍ୟରେ ଆପଣ ଆବଶ୍ୟକୀୟ ସଫଳତା ପାଇପାରନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି ସପ୍ତାହ ସ୍ୱାଭାବିକ ହେବ । ବିବାହିତ ଜୀବନରେ ସୁଖୀ ହେବେ ।

5/6

ମୀନ ରାଶି

ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଚମତ୍କାର ହେବାକୁ ଯାଉଛି । ଆପଣଙ୍କ ଯୋଜନାବଦ୍ଧ କାର୍ଯ୍ୟ ଶେଷ ହେବ । ବ୍ୟବସାୟରେ ସାମାନ୍ୟ ବାଧା ଆସିଲେ ମଧ୍ୟ ଭଲ ଆର୍ଥିକ ଲାଭ ପାଇବେ । ଆପଣଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଅତିରିକ୍ତ ଆୟର ନୂତନ ଉତ୍ସ ସୃଷ୍ଟି ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଏବଂ ଦକ୍ଷତା ଆଧାରରେ ମତାମତକୁ ସହମତ କରାଇବାରେ ଆପଣ ସଫଳ ହେବେ । ମିଠା କଥା କହି ଅନ୍ୟର ମନ ଜିଣିବାରେ ସଫଳ ହେବେ ।

6/6

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।