Lunar Eclipse 2022: ଆସୁଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଓ ସମୟ
Advertisement

Lunar Eclipse 2022: ଆସୁଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଓ ସମୟ

Lunar Eclipse 2022: ଦୀପାବଳିର ୧୫ ଦିନ ପରେ ହେବ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଗତ ମେ'୨୦୨୨ ରେ ହୋଇଥିବାବେଳେ, ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ଦୀପାବଳିର ୧୫ ଦିନ ପରେ ଅର୍ଥାତ୍ ନଭେମ୍ୱର ମାସରେ ସଂଗଠିତ ହେବାକୁ ଯାଉଛି । ଆସନ୍ତୁ ଜାଣିବା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ କେବେ ହେବ ଏବଂ ଏହାର ଅବଧି କେତେ ?

 

Lunar Eclipse 2022: ଆସୁଛି ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ତାରିଖ ଓ ସମୟ

ଚନ୍ଦ୍ର ଗ୍ରହଣ ୨୦୨୨ (Lunar Eclipse 2022) : ଚଳିତବର୍ଷର ଶେଷ ଅର୍ଥାତ୍ ଦ୍ୱିତୀୟ ଚନ୍ଦ୍ର ଗ୍ରହଣ (last lunar eclipse) ଦୀପାବଳି (Diwali)ର ୧୫ ଦିନ ପରେ ଅର୍ଥାତ୍ ନଭେମ୍ୱର ମାସରେ ସଂଗଠିତ ହେବାକୁ ଯାଉଛି । ପ୍ରଥମ ଚନ୍ଦ୍ର ଗ୍ରହଣ ଗତ ମେ ମାସରେ ସଂଗଠିତ ହୋଇଥିବାବେଳେ ଆସନ୍ତା ମାସରେ ଦେଖିବାକୁ ମିଳିବ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ । ତେବେ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ର ଗ୍ରହଣର ବିଶେଷ ମହତ୍ତ୍ୱ ରହିଛି । ଚନ୍ଦ୍ର ଗ୍ରହଣ ସମ୍ବନ୍ଧରେ ହିନ୍ଦୁ ଧର୍ମରେ ଅନେକ ନିୟମ ରହିଥିବାବେଳେ ଶାସ୍ତ୍ର ଅନୁଯାୟୀ, ଏହା ଏକ ଅଶୁଭ ଘଟଣା ଭାବେ ବିବେଚନା କରାଯାଏ ଏବଂ ଏହି ସମୟ ମଧ୍ୟରେ କୌଣସି ପ୍ରକାରର ପୂଜା ଓ ଶୁଭ କାର୍ଯ୍ୟ ନିଷେଧ ରହିଥାଏ । ଚଳିତ ବର୍ଷ ସମୁଦାୟ ୪ ଟି ଗ୍ରହଣ(4 eclipses this year) ରହିଥିବାବେଳେ ଦୁଇଟି ଚନ୍ଦ୍ର ଗ୍ରହଣ ଏବଂ ଦୁଇଟି ସୂର୍ଯ୍ୟ ପରାଗ ରହିଛି । ତେବେ ଏପର୍ଯ୍ୟନ୍ତ ଗୋଟିଏ ସୂର୍ଯ୍ୟ ପରାଗ ଏବଂ ଗୋଟିଏ ଚନ୍ଦ୍ର ଗ୍ରହଣ ଲାଗିସାରିଛି । ଆଉ ଗୋଟିଏ ସୂର୍ଯ୍ୟ ପରାଗ ଏବଂ ଗୋଟିଏ ଚନ୍ଦ୍ର ଗ୍ରହଣ ଏପର୍ଯ୍ୟନ୍ତ ପଡିନାହିଁ । ଆପଣଙ୍କୁ ଏଠାରେ ଜଣାଇଦେବାକୁ ଚାହିଁବୁ, ସୂର୍ଯ୍ୟ ପରାଗର ଠିକ୍ ୧୫ ଦିନ ପରେ ଏକ ଚନ୍ଦ୍ର ଗ୍ରହଣ ସଂଗଠିତ ହୋଇଥାଏ । ସେହିକ୍ରମରେ ଏଥର ଦୀପାବଳିରେ ସୂର୍ଯ୍ୟ ପରାଗ ଏବଂ ଦୀପାବଳିର ଠିକ୍ ୧୫ ଦିନ ପରେ ଦେବ ଦୀପାବଳି (Dev Deepawali)ରେ ଚନ୍ଦ୍ର ଗ୍ରହଣ ଲାଗିବ ।

ଏଥର ଦୀପାବଳି ଅକ୍ଟୋବର ୨୫ରେ ପଡୁଛି ଏବଂ ଏହାର ଠିକ୍ ୧୫ ଦିନ ପରେ ଦେବ ଦୀପାବଳୀ ଦିନ ଚନ୍ଦ୍ର ଗ୍ରହଣ ପଡ଼ିବ । ସୂର୍ଯ୍ୟ ପରାଗ ସର୍ବଦା ଅମାବାସ୍ୟା ଦିନ ପଡେ ଏବଂ ଚନ୍ଦ୍ର ଗ୍ରହଣ ସର୍ବଦା ପୂର୍ଣ୍ଣିମା ଦିନ ପଡ଼ିଥାଏ । ଚଳିତ ବର୍ଷ ଦେବ ଦୀପାବଳି ନଭେମ୍ବର ୮ ତାରିଖରେ ପଡୁଛି । ମାତ୍ର ଦୀପାବଳି ଚନ୍ଦ୍ର ଗ୍ରହଣର ସୂତକ ସମୟର ପୂର୍ବରୁ  ପାଳନ କରାଯିବ, ତେଣୁ ପଣ୍ଡିତମାନଙ୍କ ମତ ଅନୁଯାୟୀ, ଚଳିତଥର ନଭେମ୍ବର ୭ରେ ଦେବ ଦିପାବଳୀ ପାଳନ କରାଯିବ। 

ସେହିପରି ୨୦୨୨ ବର୍ଷର ଦ୍ୱିତୀୟ ସୂର୍ଯ୍ୟ ପରାଗ ୨୫ ଅକ୍ଟୋବର ମଙ୍ଗଳବାର ଦିନ ହେବ। ଏହି ସୂର୍ଯ୍ୟ ପରାଗ ୨୫ ଅକ୍ଟୋବରରୁ ରାତି ୪:୨୯ରେ ଆରମ୍ଭ ହେବ। ଏହା ସନ୍ଧ୍ୟା ୫:୪୨ରେ ଶେଷ ହେବ। ଏହି ସୂର୍ଯ୍ୟ ପରାଗ ଏସିଆ (Asia), ୟୁରୋପର ଦକ୍ଷିଣ-ପଶ୍ଚିମ ଭାଗରେ (Southern / Eastern Europe), ଆଟଲାଣ୍ଟିକ୍ ଏବଂ ଆଫ୍ରିକା ମହାଦେଶର ଉତ୍ତର-ପୂର୍ବ ଭାଗରେ ଦୃଶ୍ୟମାନ ହେବ। ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଏହି ସୂର୍ଯ୍ୟ ପରାଗ ଭାରତର କିଛି ଅଞ୍ଚଳରେ ଦେଖାଯାଇପାରେ, ତେଣୁ ଏହି ସୂର୍ଯ୍ୟ ପରାଗ ଓ ସୂତକ ସମୟର ପ୍ରଭାବ ବୈଧ ହେବ।

ଆପଣଙ୍କୁ ଏଠାରେ ଦେବ ଦୀପାବଳୀ ବିଷୟରେ ସମ୍ୟକ ଧାରଣା ଦେବାକୁ ଚାହିଁବୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ମନୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରିଥାନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ , ଅମାବାସ୍ୟା ଦିନ ଦଶରଥ କୌଶଲ୍ୟାଙ୍କ ଉଦ୍ଦେଶ୍ୟରେ,ପ୍ରତିପଦା ଦିନ ବସୁଦେବ,ଦେବକୀ, ନନ୍ଦ, ଯଶୋଦା, ଇନ୍ଦ୍ରଦ୍ୟୁମ୍ନ ଓ ଗୁଣ୍ଡିଚା ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଦୀପ ଉତ୍ସର୍ଗ କରିଥାନ୍ତି । ପ୍ରଥମ ଦିନରୁ ଦୀପାବଳି ଉତ୍ସବ ଆରମ୍ଭ ହୋଇ ତୃତୀୟ ଓ ଶେଷ ଦିନରେ ଶେଷ ଦୀପାବଳି ଉତ୍ସବ ପାଳନ କରାଯାଏ । ଏହି ଦିନମାନଙ୍କରେ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରୁଥିବାରୁ ଏହାକୁ ଦେବ ଦୀପାବଳି କୁହାଯାଏ । 

ଶ୍ରୀଜଗନ୍ନାଥଙ୍କ ପିତାମାତା ଯଥା ଦଶରଥ, ନନ୍ଦ, ବସୁଦେବଙ୍କ ଉଦ୍ଦେଶ୍ୟରେ ଦୀପଦାନ ପୂର୍ବକ ସେ ଶ୍ରାଦ୍ଧୋତ୍ସବ ପାଳନ କରିଥାନ୍ତି । ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଏହି ଦିନ ମହାପ୍ରଭୁ ଦୀପଦାନ ଦେଇଥାନ୍ତି । ଅଦିତି ଦକ୍ଷ ପ୍ରଜାପତିଙ୍କ କନ୍ୟା । ମହର୍ଷି କଶ୍ୟପ ହେଉଛନ୍ତି ଅଦିତି ସ୍ୱାମୀ । ଇନ୍ଦ୍ରାଦି ଦେବତାମାନେ ଓ ବାମନ ଅବତାରରେ ବିଷ୍ଣୁ ଅଦିତି ଗର୍ଭରୁ ଜନ୍ମ ହୋଇଥିବାରୁ ଅଦିତି-କଶ୍ୟପ ଭଗବାନଙ୍କ ପିତାମାତା । ତେଣୁ ପ୍ରଭୂ ଜଗନ୍ନାଥ ଏମାନଙ୍କୁ ଶ୍ରାଦ୍ଧ ଦିଅନ୍ତି । ନିର୍ବଂଶ ହୋଇଯିବା ପାଇଁ ବରମାଗିଥିବା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ମଧ୍ୟ ଜଗନ୍ନାଥ ନିଜେ ଶ୍ରାଦ୍ଧ ଦେଉଥିବା ମତ ରହିଛି ।

ଜାଣିନେବା ଚନ୍ଦ୍ର ଗ୍ରହଣ ସମୟ (lunar eclipse time):-

୨୦୨୨ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ । ଏହାର ସମୟ ନଭେମ୍ବର ୮ ରାତି ୧:୩୨ ରୁ ସନ୍ଧ୍ୟା ୭ : ୨୭ ପର୍ଯ୍ୟନ୍ତ ରହିବ ।

ଜାଣନ୍ତୁ କେଉଁ କେଉଁ ସ୍ଥାନରେ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ  :-

ବୈଜ୍ଞାନିକଙ୍କ ଅନୁଯାୟୀ (According to scientists) ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ର ଗ୍ରହଣ ଦକ୍ଷିଣ / ପୂର୍ବ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ (Australia), ଉତ୍ତର ଆମେରିକା (North America), ଦକ୍ଷିଣ ଆମେରିକା (South America), ପ୍ରଶାନ୍ତ (Pacific), ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗର (Atlantic and Indian Ocean including India)ରେ ଦେଖିବାକୁ ମିଳିବ ।

ଚନ୍ଦ୍ର ଗ୍ରହଣର ସୂତକ ଅବଧି (Sutak period):-

ଆପଣଙ୍କୁ ଜଣାଇଦେବାକୁ ଚାହିଁବୁ ଯେ,ଚନ୍ଦ୍ର ଗ୍ରହଣର ସୂତକ ଅବଧି ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥାଏ । ଏଭଳି ପରିସ୍ଥିତିରେ ସୂତକ ଆରମ୍ଭ ହେବା ପୂର୍ବରୁ ଦେବ ଦୀପାବଳି ପାଳନ କରାଯିବ।

ଧ୍ୟାନ ଦିଅନ୍ତୁ,ଚନ୍ଦ୍ର ଗ୍ରହଣ ସହିତ ଜଡିତ ବିଶେଷ କଥା  :-

ବୈଜ୍ଞାନିକଙ୍କ ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ପୃଥିବୀ ସମାନ କ୍ରମରେ ରହୁଥିବାରୁ (Sun, Moon and Earth are in the same order), ଚନ୍ଦ୍ର ଗ୍ରହଣ ସଂଗଠିତ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ର ଗ୍ରହଣ ସମୟରେ ନିମ୍ନଲିଖିତ ସତର୍କତା ଅବଲମ୍ବନ କରାଯିବା ଉଚିତ୍।

ଚନ୍ଦ୍ର ଗ୍ରହଣ ପରେ ହିନ୍ଦୁ ଧର୍ମରେ ଦାନ ଏବଂ ସ୍ନାନକୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୁହାଯାଏ ଯେ ଚନ୍ଦ୍ର ଗ୍ରହଣର ସୂତକ ଅବଧି ଅତ୍ୟନ୍ତ ଅଶୁଭ ଅଟେ। ଏଥିରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା କାର୍ଯ୍ୟ କରାଯିବା ଉଚିତ୍ ନୁହେଁ । ଚନ୍ଦ୍ର ଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ସୂତକ ଅବଧି ରହିଥାଏ । ଗର୍ଭବତୀ ମହିଳାମାନେ ବିଶେଷ ଭାବରେ ଚନ୍ଦ୍ର ଗ୍ରହଣ ସମୟରେ ନିଜର ଯତ୍ନ ନେବା ଜରୁରୀ । ଏହି ସମୟରେ ଇଶ୍ବରଙ୍କ ନାମ ସ୍ମରଣ କରିବା ସହିତ କୌଣସି ପ୍ରକାର ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ଏହି ସମୟରେ ଭ୍ରମଣ ଏବଂ ଶୋଇବା ମଧ୍ୟ ନିଷେଧ ରହିଛି । ଚନ୍ଦ୍ର ଗ୍ରହଣ ସମୟରେ କୌଣସି ତୀକ୍ଷ୍ଣ ବସ୍ତୁ ବ୍ୟବହାର କରନ୍ତୁ ନାହିଁ । ଗ୍ରହଣ ସମୟରେ ଦେବପୂଜା ନିଷେଦ୍ଧ କରାଯାଇଥିବାରୁ ଗ୍ରହଣ ସମୟରେ ମନ୍ଦିରର କବାଟ ବନ୍ଦ କରାଯାଇଥାଏ । କିନ୍ତୁ ଏହି ସମୟରେ ଆପଣ ଶିବଲିଙ୍ଗର ପୂଜା କରିପାରନ୍ତି । ତେବେ ଆଉକିଛି ଗୁରୂତ୍ୱପୁର୍ଣ୍ଣ କଥା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ।

–  ଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ୍ ନୁହେଁ । କୁହାଯାଏ କି, ଗ୍ରହଣ ସମୟରେ କରାଯାଇଥିବା ଶୁଭ କାମର ବିପରୀତ ଫଳ ହୋଇଥାଏ ।

–  ଚନ୍ଦ୍ର ଗ୍ରହଣ ସମୟରେ ପ୍ରକୃତି ଅଧିକ ସମ୍ବେଦନଶୀଳ ହୋଇଥାଏ । ଏହି କାରଣରୁ ଗ୍ରହଣ ସମୟରେ ଗଛ, ଫୁଲ ଓ ପତ୍ରକୁ ତୋଳିବା ବା ଓପାଡିବା କଥା ନୁହେଁ ।

–  ଜ୍ୟୋତିଷଶାସ୍ତ୍ର ଅନୁସାରେ, ଚନ୍ଦ୍ର ଗ୍ରହଣ ସମୟରେ ନଖ ଓ କେଶ କାଟିବାକୁ ଅଶୁଭ କୁହାଯାଏ ।

–  ଚନ୍ଦ୍ର ଗ୍ରହଣ ସମୟରେ ଭୋଜନରେ ତୁଳସୀ ଜଳ ମିଶାନ୍ତୁ ଓ ପରେ ଖାଦ୍ୟ ଗ୍ରହଣ କରନ୍ତୁ ।

–  ଗ୍ରହଣ ପରେ ସ୍ନାନ କରି ସଫା ଓ ପବିତ୍ର ବସ୍ତ୍ର ପିନ୍ଧିବା ଜରୁରୀ । ଏହା ପରେ ଦାନ ଓ ପୁଣ୍ୟର କାମ କରିବା ଦରକାର ।

–  ଧାର୍ମିକ ମାନ୍ୟତା ଅନୁସାରେ, ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଗରୀବ ବା ଅସହାୟ ବ୍ୟକ୍ତିଙ୍କୁ ଅପମାନ କରନ୍ତୁ ନାହିଁ । କାହିଁକି ନା ଏପରି କରିବା ଦ୍ୱାରା ଶନିଦେବ ରାଗିଥାନ୍ତି ।

–  ଜ୍ୟୋତିଷ ମାନ୍ୟତା ଅନୁସାରେ, ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳା ଗ୍ରହଣର ଛାୟାଠାରୁ ଦୂରେଇ ରହିବା ଭଲ । ଗ୍ରହଣର ଛାୟା ଗର୍ଭରେ ଥିଲା ଶିଶୁକୁ କ୍ଷତି ପହଞ୍ଚାଇଥାଏ ।