Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ
Advertisement

Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ

Ketu Nakshatra Gochar 2024: ମାର୍ଚ୍ଚ ୪ରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ କେତୁ । ସେଠାରେ ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଏହାର ପ୍ରଭାବରେ କିଛି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ ।

Ketu Nakshatra Gochar 2024: କେତୁଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ୩ ରାଶିର ଫିଟିବ ଭାଗ୍ୟ

Ketu Nakshatra Gochar 2024: ରାହୁ ଏବଂ କେତୁ ଗ୍ରହ ଚଳନ ବିଷୟରେ ଶୁଣିଲେ କିଛି ବ୍ୟକ୍ତି ଭୟ କରିଥାନ୍ତି । କାରଣ କେତୁଙ୍କ ରାଶି ପରିବର୍ତ୍ତନ ଅନେକ ରାଶି ଉପରେ ବିଭିନ୍ନ ପ୍ରକାରର ପ୍ରଭାବ ପକାଇଥାଏ । କେତୁଙ୍କୁ ଏକ ଛାୟା ଗ୍ରହ ଭାବେ ବିବେଚନା କରାଯାଇଥାଏ । ଯେତେବେଳେ କେତେ ଅନ୍ୟ ଗ୍ରହ ସଂସ୍ପର୍ଶରେ ଆସେ ସେତେବେଳେ ସେହି ପ୍ରଭାବରୁ ଅନେକ ରାଶିକୁ ଲାଭ ମିଳିଥାଏ । କେତୁ ବର୍ତ୍ତମାନ କନ୍ୟା ରାଶିରେ ଥିବା ସମୟରେ ଖୁବ ଶୀଘ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, କେତୁ ୨୦୨୪ ମାର୍ଚ୍ଚ ୪ ତାରିଖରେ ହସ୍ତା ନକ୍ଷତ୍ରରେ ପ୍ରବେଶ କରିବେ । ୨୦୨୪ ନଭେମ୍ୱର ୧୦ ପର୍ଯ୍ୟନ୍ତ ସେଠାରେ ବିଦ୍ୟମାନ କରିବେ । ହସ୍ତା ନକ୍ଷତ୍ରରେ କେତୁଙ୍କ ଚଳନ କାରଣରୁ କେଉଁ ରାଶିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

ମେଷ ରାଶି
ଆପଣଙ୍କ ରାଶିର ଷଷ୍ଠ ଘରେ କେତୁ ଚଳନ କରିବେ । ଏହି ସମୟ ମଧ୍ୟରେ ଆପଣଙ୍କୁ ଅନେକ ପ୍ରକାରର ଲାଭ ମିଳିବ । ଆପଣ ଋଣରୁ ମୁକ୍ତି ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ । ଦୀର୍ଘ ଦିନ ହେବ ବିଚାରାଧୀନ କାର୍ଯ୍ୟରେ ପୂର୍ଣ୍ଣଛେଦ ପଡିବ । ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆପଣ ସକ୍ଷମ ହେବେ । କାର୍ଯ୍ୟକ୍ଷେତ୍ରରେ ଆସୁଥିବା ପ୍ରତିବନ୍ଧକରୁ ଆପଣ ଆରାମ ପାଇବ । ନୂଆ ସୁଯୋଗ ଆପଣଙ୍କୁ ମିଳିବ ।

ସିଂହ ରାଶି
ହସ୍ତା ନକ୍ଷତ୍ରରେ କେତୁଙ୍କ ଚଳନ କାରଣଙ୍କୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଏହି ସମୟ ମଧ୍ୟରେ ନିଜ ପରିଶ୍ରମର ପ୍ରକୃତ ଫଳ ଆପଣଙ୍କୁ ମିଳିବ । ଦୀର୍ଘ ଦିନର ବାଦ ବିବାଦ ଶେଷ ହେବ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇବେ ।

ଧନୁ ରାଶି
କେତୁ ଚଳନ କାରଣରୁ ଧନୁ ରାଶିର ବ୍ୟକ୍ତିବିଶେଷ ମଧ୍ୟ ଉପକୃତ ହେବେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । କ୍ୟାରିଅର କ୍ଷେତ୍ରରେ ଅନେକ ଲାଭ ପାଇବେ । କର୍ମକ୍ଷେତ୍ରରେ ସଫଳତା ମିଳିବା ସହିତ ଆପଣଙ୍କୁ ପଦୋନ୍ନତି ମିଳିପାରେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ସ୍ୱାଦ ଚାଖିବେ । ବ୍ୟବସାୟରେ ଦ୍ୱିଗୁଣ ଲାଭ ହେବାର ସମ୍ଭାବନା ରହିଛି ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ସୂଚନା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

Also Read- Mercury Transit 2024: ମୀନ ରାଶିରେ ବୁଧ ଚଳନ, ମାର୍ଚ୍ଚ ୦୭ରୁ ଫିଟିବ ଏହି ରାଶିର ଭାଗ୍ୟ...

Also Read- Budh Shani Surya Gochar: କୁମ୍ଭରେ ୩ ବଡ଼ ଗ୍ରହଙ୍କ ଚଳନ ପ୍ରଭାବରୁ ଏହି ରାଶି ପାଇଁ ଶୁଭ