Horoscope for 3rd June 2022 : ଆଜି ତିନି ରାଶିରେ ଘାତବାର, ଦୂରଯାତ୍ରା ଠାରୁ ଦୂରେଇ ରୁହନ୍ତୁ
Advertisement
Article Detail0/zeeodisha/odisha1206160

Horoscope for 3rd June 2022 : ଆଜି ତିନି ରାଶିରେ ଘାତବାର, ଦୂରଯାତ୍ରା ଠାରୁ ଦୂରେଇ ରୁହନ୍ତୁ

ଶୁକ୍ରବାର, ଚନ୍ଦ୍ର:ମିଥୁନ ଓ କର୍କଟ ରାଶିରେ, ନକ୍ଷତ୍ର: ପୁନର୍ବସୁ, ଶୁଭ ସମୟ: ଦିବା ୧୧ଟା୫୫ରୁ ୨ଟା୨୮ ପର୍ଯ୍ୟନ୍ତ
ରାହୁକାଳ: ଦିବା ୯ଟା୫୪ରୁ ୧୧ଟା୩୦ ପର୍ଯ୍ୟନ୍ତ, ଘାତଚନ୍ଦ୍ର: କନ୍ୟା ରାଶିର, ଘାତବାର: ବିଛା, ଧନୁ ଓ ମୀନ ରାଶି ।

 

ପ୍ରତିକାତ୍ମକ ଫଟୋ

Horoscope for 3rd June 2022 , ମେଷ: ଦେହ ଓ ମନ ଭଲ ରହିବ। ଆପଣଙ୍କ ପାଇଁ ଭଲ ଦିନଟିଏ । ବନ୍ଧୁଙ୍କ ସାହାର୍ଯ୍ୟ ମିଳିବ । କୌଣସି ସୁତ୍ରରୁ ଅର୍ଥ ପ୍ରାପ୍ତି ହୋଇପାରେ । ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି ।

ବୃଷ: ଆଜି ଆପଣଙ୍କ ଦେହ ଭଲ ରହିବ । ଅର୍ଥପ୍ରାପ୍ତି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଘରକୁ ବିବାହ ପ୍ରସ୍ତାବ ଆସିପାରେ । ନୂତନ କର୍ମନିଯୁକ୍ତିର ସମ୍ଭାବନା ରହିଛି ।

ମିଥୁନ: ଦେହ ଓ ମନ ଭଲ ରହିବ। ପତ୍ନୀଙ୍କ ସହ ସାମାନ୍ୟ ମନମାଳିନ ହୋଇପାରେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ ।

କର୍କଟ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଚଳଚଞ୍ଚଳ ରହିବ। ପିତା।ମାତାଙ୍କୁ ଆର୍ଶିବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ଦୂରଯାତ୍ରା କରିପାରନ୍ତି। ବ୍ୟବସାୟୀ ମାନେ ଲାଭବାନ୍ ହେବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ ।

Also Read: ହୃଦଘାତ ନା ଅପ୍ରାକୃତିକ ମୃତ୍ୟୁ? କେକେଙ୍କ ମୃତ୍ୟୁକୁ ନେଇ ଉଠିଛି ଏହି ୫ଟି ବଡ଼ ପ୍ରଶ୍ନ

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କୌଣସି କାରଣକୁ ନେଇ ମନ ଭାରାକ୍ରାନ୍ତ ହୋଇପାରେ । ବ୍ୟବସାୟରେ ଲାଭ ହେବ। ପାରିବାରିକ କଳହରୁ ମୁକ୍ତି ପାଇବେ । ପୂଜାର୍ଚ୍ଚନା ପ୍ରତି ମନ ବଳିବ ।

କନ୍ୟା: ଘାତଚନ୍ଦ୍ର ହେତୁ କୌଣସି ଅଘଟଣ ଘଟିପାରେ । ସତର୍କତା ଅବଲମ୍ୱନ କରନ୍ତୁ । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ବିବାଦ ଉପୁଜିବ । ବ୍ୟବସାୟରେ ଲାଭ କମ୍ ହେବ ।

ତୁଳା: ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ । 

ବିଛା: ଆଜି ଆପଣଙ୍କର ଘାତବାର ସତର୍କତାର ସହ ଦିନଟି କାଟନ୍ତୁ । କ୍ରୋଧକୁ ନିୟନ୍ତ୍ରଣରେ ନରଖିଲେ ଅସୁବିଧାରେ ପଡିବେ । କୌଣସି ବସ୍ତୁ ହଜେଇଦେଇ ପାରନ୍ତି । ସମ୍ପର୍କରେ ତିକ୍ତତା ଭାବ ଦେଖାଦେଇପାରେ ।

Also Read: ୧୦୮ ଭରି ସୁନାର ନାଗ ଆବିର୍ଭାବ ଦେଖି ସମସ୍ତେ ଚକିତ, ଶୀତଳ ଷଷ୍ଠିରେ ଦର୍ଶନ କରନ୍ତୁ ବାବାଙ୍କ କୃପା

ଧନୁ: ଜଗିରଖି ଚଳିବାର ଦିନଟିଏ । ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ସୌଖିନ୍ ଦ୍ରବ୍ୟ କିଣାକିଣି ପ୍ରତି ମନ ବଳିବ । ଦୂରଯାତ୍ରା କରନ୍ତୁ ନାହିଁ । ପତି।ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବ ।

ମକର: ସ୍ୱାସ୍ଥ୍ୟ ଭଲ ରହିବ । ନିଷ୍ଠାପର କର୍ମ ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର କରିବ । ନିଜକୁ ନିୟନ୍ତ୍ରଣରେ ନରଖିଲେ ବିପଦରେ ପଡିବେ। ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭ ହେବ ।

କୁମ୍ଭ: ମନ ପ୍ରଫୁଲ ରହିବ। ଦେହ ଭଲ ରହିବ । ପ୍ରେମ ସମ୍ପର୍କରେ ସାମାନ୍ୟ ବିବାଦ ଦେଖାହେବ। ନବ ବିବାହିତାଙ୍କ ପାଇଁ ଦିନଟି ଖୁବ୍ ଭଲ । ଛାତ୍ରଛାତ୍ରୀ ମାନେ କୃତକାର୍ଯ୍ୟ ହେବେ ।

ମୀନ: ଦେହ ସାମାନ୍ୟ ଅସୁସ୍ଥ ହୋଇପାରେ । ନିଜ ପସନ୍ଦର ଦ୍ରବ୍ୟ କ୍ରୟ କରିବେ । ପରିବାରରେ ହସଖୁସିର ଲହରୀ ଖେଳିବ। ଶତୃମାନେ ବିପଦ ସୃଷ୍ଟିପାଇଁ ଚେଷ୍ଟାକଲେ ମଧ୍ୟ ବିଫଳ ହେବେ । ସୁନାମ ଅର୍ଜନ ସହ ପୁରଷ୍କାର ପ୍ରାପ୍ତିର ଯୋଗ ରହିଛି ।