Horoscope of 2nd October 2022: ସପ୍ତମୀରେ ଏଦି ଦୁଇ ରାଶିକୁ ବିପଦ! ବଢିପାରେ ପାରିବାରିକ ଜଞ୍ଜାଳ
Advertisement

Horoscope of 2nd October 2022: ସପ୍ତମୀରେ ଏଦି ଦୁଇ ରାଶିକୁ ବିପଦ! ବଢିପାରେ ପାରିବାରିକ ଜଞ୍ଜାଳ


Horoscope of 2nd October 2022: ସ୍ୱାସ୍ଥ୍ୟ ସଚେତନ ହେବେ । କୌଣସି ଭୋଜି ଭାତରେ ଯୋଗ ଦେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

 

 Horoscope of 2nd October 2022: ସପ୍ତମୀରେ ଏଦି ଦୁଇ ରାଶିକୁ ବିପଦ! ବଢିପାରେ ପାରିବାରିକ ଜଞ୍ଜାଳ

Horoscope of 2nd October 2022, ମେଷ: ସୁଖଶାନ୍ତିରେ ଦିନ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପୂଜା ଅର୍ଚ୍ଚନାରେ ମନନିବେଶ କରିବେ । ମହିଳାମାନେ ଗୃହ ନିପୁଣା ହେବେ ।

ବୃଷ: ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଶାରୀରିକ ଅସୁସ୍ଥତା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗରୁ ବଞ୍ଚିତ ହେବେ । ପାରିବାରିକ ଜଞ୍ଜାଳ ବଢିଯିବ । ବ୍ୟବସାୟ ଲାଭପ୍ରଦ ହେବ ।

ମିଥୁନ: ଅଯଥା ଖର୍ଚ୍ଚାନ୍ତ ହେବେ । ନିନ୍ଦା ଅପବାଦର ଶିକାର ହେବେ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଅଶାନ୍ତି ପ୍ରକଟ କରିବେ ।  

କର୍କଟ: ସ୍ୱାସ୍ଥ୍ୟ ସଚେତନ ହେବେ । କୌଣସି ଭୋଜି ଭାତରେ ଯୋଗ ଦେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

Also Read: Cattle Smuggling: ସୀମାରେ ସୁରକ୍ଷା ଢି଼ଲା, ବଙ୍ଗରେ 'ବଉଳା'କୁ ହତ୍ୟା

ସିଂହ: ଅବସର ସମୟର ସଦ୍‌ଉପଯୋଗ କରିବେ । ଶରୀର ସୁସ୍ଥ ରହିବ । ଅର୍ଥ ଆଗମନର ସୂଚନା ମିଳୁଛି । ଦୂରଯାତ୍ରା ସଫଳ ହେବ ।

କନ୍ୟା: କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । ବନ୍ଧୁ ସହଯୋଗ ମିଳିବ । ବ୍ୟୟ ଭାର ବୃଦ୍ଧି ପାଇବ । ପାରିବାରିକ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ । ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ରରେ ପ୍ରଶଂସା ଅର୍ଜିବେ । ଉଚ୍ଚ ସମ୍ମାନ ଲାଭ କରିବେ । ନୂତନ ବ୍ୟବସାୟ ପାଇଁ ମନ ବଳାଇବେ । ନବ ଦମ୍ପତିମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ।

ବିଛା: ବକେୟା କାର୍ଯ୍ୟ ସଂପାଦନରେ ବାଧା ଉପୁଜିବ । ଅବସାଦ ଗ୍ରସ୍ତ ହେବେ । ଆର୍ଥିକ ଅନାଟନ ଦେଖାଦେବ । ବାଦ ବିବାଦରେ ଛନ୍ଦି ହୋଇପାରନ୍ତି । ବ୍ୟବସାୟରେ ପ୍ରତିଯୋଗିତା ଲାଗି ରହିବ ।

Also Read: Health Tips : ପିରିୟଡ୍ ସମୟରେ ହେଉଛି କି ଶରୀର ପିଡା , ଆପଣାନ୍ତୁ ଏସବୁ ଖାଦ୍ୟ, ମିଳିବ ବଡ ଫାଇଦା

ଧନୁ: ଶରୀର ଆରୋଗ୍ୟ ଓ ମନ ପ୍ରସନ୍ନ ରହିବ । ଯତ୍ନଶୀଳ ଓ ଦାୟିତ୍ୱବାନ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।

ମକର: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । କର୍ମଜୀବନ ମୋଟାମୋଟି ସୁଖମୟ ଅଟେ । ଆୟବୃଦ୍ଧି ପାଇବ । ବ୍ୟବସାୟ ଲାଭଜନକ ହେବ ।

କୁମ୍ଭ: ଖର୍ଚ୍ଚୀ ସ୍ୱଭାବର ହେବେ । ଦେହ ଓ ମନ ଭଲ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପକୁ ନେଇ ଚିନ୍ତିତ ରହିବେ । ବ୍ୟବସାୟ ଆଶାନୁରୂପକ ହେବ ।

ମୀନ: ଉତ୍ତମ ଆୟ ଯୋଗ ରହୁଛି । ସମସ୍ତ ବକେୟା କାର୍ଯ୍ୟ ଆଜି ଆପଣ ସମ୍ପାଦନ କରିବେ । ଉତ୍ତମ ଭୋଜନ ଓ ବନ୍ଧୁ ମିଳନର ଯୋଗ ରହୁଛି । ବ୍ୟବସାୟିକ ସଫଳତା ପ୍ରାପ୍ତି ହେବ ।