Horoscope of 22nd September 2022: ଆଜି ଏହି ତିନି ରାଶିରେ ଘାତବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
Advertisement
Article Detail0/zeeodisha/odisha1361948

Horoscope of 22nd September 2022: ଆଜି ଏହି ତିନି ରାଶିରେ ଘାତବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Horoscope of 22nd September 2022: ଦେହ ଓ ମନ ଭଲ ରହିବ। ପତ୍ନୀଙ୍କ ସହ ସାମାନ୍ୟ ମନମାଳିନ ହୋଇପାରେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ । 

Horoscope of 22nd September 2022: ଆଜି ଏହି ତିନି ରାଶିରେ ଘାତବାର, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

Horoscope of 22nd September 2022: ମେଷ: ଦେହ ଓ ମନ ଭଲ ରହିବ। ଆପଣଙ୍କ ପାଇଁ ଭଲ ଦିନଟିଏ । ବନ୍ଧୁଙ୍କ ସାହାର୍ଯ୍ୟ ମିଳିବ । କୌଣସି ସୁତ୍ରରୁ ଅର୍ଥ ପ୍ରାପ୍ତି ହୋଇପାରେ । ସନ୍ତାନ ସନ୍ତତିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି ।

ବୃଷ: ଆଜି ଆପଣଙ୍କ ଦେହ ଭଲ ରହିବ । ଅର୍ଥପ୍ରାପ୍ତି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ଘରକୁ ବିବାହ ପ୍ରସ୍ତାବ ଆସିପାରେ । ନୂତନ କର୍ମନିଯୁକ୍ତିର ସମ୍ଭାବନା ରହିଛି । 

ମିଥୁନ: ଦେହ ଓ ମନ ଭଲ ରହିବ। ପତ୍ନୀଙ୍କ ସହ ସାମାନ୍ୟ ମନମାଳିନ ହୋଇପାରେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । କର୍ମକ୍ଷେତ୍ରରେ ଚଳଚଞ୍ଚଳ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ । 

କର୍କଟ: ଦେହ ସାମାନ୍ୟ ଅସୁସ୍ଥ ରହିଲେ ମଧ୍ୟ ମନ ଚଳଚଞ୍ଚଳ ରହିବ। ପିତା।ମାତାଙ୍କୁ ଆର୍ଶିବାଦ ନେଇ କାର୍ଯ୍ୟ ଆରମ୍ଭ କଲେ ସଫଳତା ମିଳିବ। ଦୂରଯାତ୍ରା କରିପାରନ୍ତି। ବ୍ୟବସାୟୀ ମାନେ ଲାଭବାନ୍ ହେବେ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମ ଅନୁଯାୟୀ ଫଳ ମିଳିବ ।

Also Read: ନିଜ SEX LIFEକୁ ନେଇ କିଏ ଅଧିକ ସନ୍ତୁଷ୍ଟ? ସର୍ଭେରୁ ମିଳିଲା ସାଙ୍ଘାତିକ ତଥ୍ୟ

 

ସିଂହ: ସ୍ୱାସ୍ଥ୍ୟ ଭଲ ରହିବ। କୌଣସି କାରଣକୁ ନେଇ ମନ ଭାରାକ୍ରାନ୍ତ ହୋଇପାରେ । ବ୍ୟବସାୟରେ ଲାଭ ହେବ। ପାରିବାରିକ କଳହରୁ ମୁକ୍ତି ପାଇବେ । ପୂଜାର୍ଚ୍ଚନା ପ୍ରତି ମନ ବଳିବ ।

କନ୍ୟା: ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।  

ତୁଳା: ସ୍ୱାସ୍ଥ୍ୟ ଭଲ ରହିବ । ନିଷ୍ଠାପର କର୍ମ ଆପଣଙ୍କୁ ସଫଳତା ଆଡ଼କୁ ଅଗ୍ରସର କରିବ । ନିଜକୁ ନିୟନ୍ତ୍ରଣରେ ନରଖିଲେ ବିପଦରେ ପଡିବେ। ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭ ହେବ ।

ବିଛା: ମନ ପ୍ରଫୁଲ ରହିବ। ଦେହ ଭଲ ରହିବ । ପ୍ରେମ ସମ୍ପର୍କରେ ସାମାନ୍ୟ ବିବାଦ ଦେଖାହେବ। ନବ ବିବାହିତାଙ୍କ ପାଇଁ ଦିନଟି ଖୁବ୍ ଭଲ । ଛାତ୍ରଛାତ୍ରୀ ମାନେ କୃତକାର୍ଯ୍ୟ ହେବେ ।

Also Read: ଏସବୁ ରୋଗ ପାଇଁ ରାମବାଣ ହୋଇଥାଏ ଅଁଳା, ଏମିତି କରନ୍ତୁ ବ୍ୟବହାର

ଧନୁ: ମିଷ୍ଟାନ ଭୋଜନର ଯୋଗ ରହିଛି । ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ହେବନାହିଁ । ସୌଖିନ୍ ଦ୍ରବ୍ୟ କିଣାକିଣି ପ୍ରତି ମନ ବଳିବ । ଦୂରଯାତ୍ରା ସଫଳ ହେବ । ପତି।ପତ୍ନୀଙ୍କ ସମ୍ପର୍କରେ ମଧୁରତା ଆସିବ ।

ମକର: ଘାତବାର ହେତୁ କୌଣସି ଅଘଟଣ ଘଟିପାରେ । ସତର୍କତା ଅବଲମ୍ୱନ କରନ୍ତୁ । ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ। କର୍ମକ୍ଷେତ୍ରରେ ବିବାଦ ଉପୁଜିବ । ବ୍ୟବସାୟରେ ଲାଭ କମ୍ ହେବ ।

କୁମ୍ଭ: ଦେହ ଓ ମନ ଭଲ ରହିବ ।  ସତର୍କତାର ସହ ଦିନଟି କାଟନ୍ତୁ । ଦୂରସ୍ଥାନକୁ ଯାତ୍ରାକଲେ ଶୁଭ ହେବ। ପ୍ରେମ ସମ୍ପର୍କରେ ମଧୁରତା ଭରିଯିବ । ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରିବେ ।

 ମୀନ: ନିଜ ପସନ୍ଦର ଦ୍ରବ୍ୟ କ୍ରୟ କରିବେ । ଦେହ ଓ ମନ ଭଲ ରହିବ । ପରିବାରରେ ହସଖୁସିର ଲହରୀ ଖେଳିବ। ଶତୃମାନେ ବିପଦ ସୃଷ୍ଟିପାଇଁ ଚେଷ୍ଟାକଲେ ମଧ୍ୟ ବିଫଳ ହେବେ । ସୁନାମ ଅର୍ଜନ ସହ ପୁରଷ୍କାର ପ୍ରାପ୍ତିର ଯୋଗ ରହିଛି ।