Horoscope for 20th June 2022 : ଦୂରଯାତ୍ରା ବିପଦପୂର୍ଣ୍ଣ ହେବ, ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି
Advertisement
Article Detail0/zeeodisha/odisha1226133

Horoscope for 20th June 2022 : ଦୂରଯାତ୍ରା ବିପଦପୂର୍ଣ୍ଣ ହେବ, ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି


ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । ଆୟ ଓ ବ୍ୟୟ ସମାନ ରହିବ ।

ପ୍ରତିକାତ୍ମକ ଫଟୋ

Horoscope for 20th June 2022 , ମେଷ: ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଧ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ ।

ବୃଷ: ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ । ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ । ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ ।

ମିଥୁନ: ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । ଆୟ ଓ ବ୍ୟୟ ସମାନ ରହିବ ।

କର୍କଟ: ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ । ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ ଡିଲ୍ କରିବେ । ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ । ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ ।  

Also Read: Odisha Weather Update : ରାଜ୍ୟବ୍ୟାପୀ ୟେଲୋ ୱାର୍ଣ୍ଣିଂ ଜାରି, ଏହି ସବୁ ଜିଲ୍ଲାରେ...

ସିଂହ: ଆଜି ଦିନଟି ଭୋଗ, ବିଳାସ ଦିଗକୁ ସ୍ୱତଃ ମନ ଟାଣିହୋଇଯିବ । ଆଜି ବିଭିନ୍ନ ସୁତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ ।

କନ୍ୟା: ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ । ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ । ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

ତୁଳା: ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।

ବିଛା: କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ ।  ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ ।

Also Read: ବର୍ଷ ଶେଷ ସୁଦ୍ଧା ସମଗ୍ର ଦେଶରେ କାର୍ଯ୍ୟକାରୀ ହେବ କେନ୍ଦ୍ର ସରକାରଙ୍କ ଏହି ଯୋଜନା

ଧନୁ: କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର: ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ ।

କୁମ୍ଭ: ଆଜି ସୁସ୍ଥତା ଅକ୍ଷୁର୍ଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ । ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ ।

ମୀନ: କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।