Horoscope of 13th October 2022: ଗୁରୁବାର, ରାହୁକାଳ- ଦିବା ୧ଟା୧ରୁ ୨ଟା୩୪ ପର୍ଯ୍ୟନ୍ତ, ଶୁଭ ସମୟ- ଦିବା ୧୦ଟା୧୨ରୁ ୧୨ଟା୪୨ ପର୍ଯ୍ୟନ୍ତ, ଘାତଚନ୍ଦ୍ର- ବୃଷ ରାଶିର, ଘାତବାର- ତୁଳା ଓ କୁମ୍ଭ ରାଶିର।
Trending Photos
Horoscope of 13th October 2022, ମେଷ: ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।
ବୃଷ: ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ ଽ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।
ମିଥୁନ: ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।
କର୍କଟ: ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।
Also Read: ପନ୍ତ-ଉର୍ବଶୀ ମାମଲାରେ ଏବେ ଏହି ଯୁବତୀଙ୍କ ଏଣ୍ଟ୍ରି, ସୋସିଆଲ ମିଡିଆରେ ଟ୍ରୋଲ ହେଲେ ଅଭିନେତ୍ରୀ
ସିଂହ: ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।
କନ୍ୟା: ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତ୍ଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।
ତୁଳା: ଘାତବାର ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ । ଦୂରଯାତ୍ରା କଷ୍ଟପ୍ରଦ ହୋଇପାରେ ।
ବିଛା: ଦେହ ସୁସ୍ଥ ଓ ମନ ଭଲ ରହିବ । କୌଣସି ବାଦ ବିବାଦରେ ଜଡିତ ହେବେ । ପୂର୍ବର ଧାର କରଜ ସୁଝିବେ । ବ୍ୟବସାୟ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ସାମାନ୍ୟ ଅଶାନ୍ତି ଦେଖାଦେବ ।
Also Read: ଉଦଘାଟନ ପୂର୍ବରୁ ଛିଙ୍କିଲା ବିଲେଇ: ମୋଦିଙ୍କ ପାଇଁ ପୂଜାରୀଙ୍କ ଅଶୁଭ ବାଣୀ
ଧନୁ: ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।
ମକର: ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।
କୁମ୍ଭ: ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ । ଦୂରଯାତ୍ରା କରନ୍ତୁ ନାହିଁ ।
ମୀନ: ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।