Horoscope of 10th July 2022: ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ , ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ
Advertisement

Horoscope of 10th July 2022: ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ , ବୁଦ୍ଧି ବିଚାରି କାର୍ଯ୍ୟ କରନ୍ତୁ

ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।

ପ୍ରତିକାତ୍ମକ ଫଟୋ

Horoscope of 10th July 2022, ମେଷ: ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିବେ । ବ୍ୟୟ ଅଧିକ ହେବ । ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।

ବୃଷ: ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ବ୍ୟବସାୟିକ ଭିତ୍ତିଭୂମି ସୁଦୃଢ ହେବ ।

ମିଥୁନ: ମନ ଭଲ ରହିଲେ ମଧ୍ୟ ଶାରିରୀକ ଅସୁସ୍ଥତା ଦେଖାଦେବ ।  ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ । ଦୂରଯାତ୍ରା ନକରିବା ଭଲ

କର୍କଟ: ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ ।

Also Read: ପୁଣି ଏକ ଲଘୁଚାପ ସୃଷ୍ଟି; ପାଞ୍ଚ ଦିନ ରାଜ୍ୟରେ ପ୍ରବଳ ବର୍ଷିବ, ଆଜି ୭ ଜିଲ୍ଲାରୁ ଅରେଞ୍ଜ ୱାର୍ଣ୍ଣ

ସିଂହ: ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

କନ୍ୟା: ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ତୁଳା: ମନ ପ୍ରସନ୍ନ ରହିବ । ତୀର୍ଥଯାତ୍ରାର ଯୋଗ ରହିଛି । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ

ବିଛା: ମନରେ ପ୍ରସନ୍ନତା ଭାବ ରହିବ । ତୀର୍ଥଯାତ୍ରା ପାଇଁ ମନ ବଳିବ । ସୁସମ୍ବାଦ ହସ୍ତଗତ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ବସ୍ତ୍ର କିମ୍ବା ଦ୍ରବ୍ୟ କ୍ରୟ କରିବେ ।

Also Read: PS-I Teaser: ବହୁ ବର୍ଷ ପରେ ବଧୂ ବେଶରେ ଐଶ୍ୱର୍ଯ୍ୟା, ଏହି ଦିନ ରିଲିଜ ହେବ ବିଗ୍ ବଜେଟ ଫିଲ୍ମ

ଧନୁ: ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକୁଳିବେ । ଦୂରଯାତ୍ରା ଶୁଭପ୍ରଦ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ । କ୍ରୀଡାବିତ୍ ସଫଳତା ପାଇବେ ।

ମକର: ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟରେ ଦୂରଯାତ୍ରା କରିବେ ।

କୁମ୍ଭ: ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

ମୀନ: ଜଗିରଖି ଚଳିବାର ଦିନଟିଏ । ଶାରିରୀକ ସମସ୍ୟା ଦେଖାଦେବ । ଧର୍ମ କାର୍ଯ୍ୟରେ ଦିନ ବିତାଇବେ । ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ଆୟ ଅବ୍ୟାହତ ରହିବ । ନୂତନ ବସ୍ତ୍ରାଦି କ୍ରୟ କରିବେ । ଅପରାହ୍ନରେ ବନ୍ଧୁମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହୁଛି ।