Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା
Advertisement

Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା

Guru Gochar Phala 2024: ବୃହସ୍ପତି ତୁଳା ରାଶିରେ ଏକାଦଶ ଘରକୁ ଚଳନ କରିବେ । ବୃଷ ରାଶିର ତୃତୀୟ, ପଞ୍ଚମ ଏବଂ ସପ୍ତମ ଘରେ ବୃହସ୍ପତିଙ୍କ ଚଳନ ହେବ । ବୃହସ୍ପତିଙ୍କ ଚଳନ ପ୍ରଭାବରୁ ବୃତ୍ତିଗତ ସଫଳତା ସହିତ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ । ଏହି ବର୍ଷ ବୃହସ୍ପତିଙ୍କ ଚଳନ ଆପଣଙ୍କୁ କିପରି ପ୍ରଭାବିତ କରିବାକୁ ଯାଉଛି ଆସନ୍ତୁ ଜାଣିବା

Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା

Guru Gochar Phala 2024: କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ କିଛି ଖାସ୍ ହେବାକୁ ଯାଉଛି । ବୃହସ୍ପତି ଆପଣଙ୍କ ରାଶିରେ ମେ ୧, ୨୦୨୪ରୁ ମେ ୧୩, ୨୦୨୫ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ବୃହସ୍ପତି ତୁଳା ରାଶିରେ ଏକାଦଶ ଘରକୁ ଚଳନ କରିବେ । ବୃଷ ରାଶିର ତୃତୀୟ, ପଞ୍ଚମ ଏବଂ ସପ୍ତମ ଘରେ ବୃହସ୍ପତିଙ୍କ ଚଳନ ହେବ । ବୃହସ୍ପତିଙ୍କ ଚଳନ ପ୍ରଭାବରୁ ବୃତ୍ତିଗତ ସଫଳତା ସହିତ ଆପଣଙ୍କ ଇଚ୍ଛା ପୂରଣ ହୋଇପାରେ । ଏହି ବର୍ଷ ବୃହସ୍ପତିଙ୍କ ଚଳନ ଆପଣଙ୍କୁ କିପରି ପ୍ରଭାବିତ କରିବାକୁ ଯାଉଛି ଆସନ୍ତୁ ଜାଣିବା

ପାରିବାରିକ ଜୀବନ

ଯଦି ଆପଣ ବିବାହିତ ତେବେ ସାଥୀଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । ବେଳେବେଳେ, ଆମେ ନିଜ ସାଥୀଙ୍କଠାରୁ ଅଧିକ ଆଶା କରିଥାଉ ଯାହା ଦ୍ୱାରା ଦ୍ୱନ୍ଦ ସୃଷ୍ଟି କରିପାରେ । ଆପଣଙ୍କ ସପ୍ତମ ଘର ଉପରେ ବୃହସ୍ପତିର ସକରାତ୍ମକ ପ୍ରଭାବ ସୂଚାଇଥାଏ ଯେ, ଆପଣଙ୍କ ବିବାହିତ ଜୀବନରେ କୌଣସି ବଡ଼ ସମସ୍ୟା ସୃଷ୍ଟି ହେବ ନାହିଁ । ଯଦି ଆପଣ ନୂଆ ଜୀବନ ତଥା ବିବାହ କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ସମୟ ଏକ ଭଲ ସମୟ । ପାରିବାରିକ ସଦସ୍ୟଙ୍କଠାରୁ ଆପଣ ଭଲ ଖବର ପାଇପାରନ୍ତି । ଆପଣଙ୍କୁ ବ୍ୟବସାୟ ସଫଳତା ମିଳିପାରେ।

ସ୍ୱାସ୍ଥ୍ୟ
ବର୍ଷର ଅଧିକାଂଶ ସମୟ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା କାରଣରୁ ଆପଣ ରୋଗକୁ ରୋକିବାରେ ସକ୍ଷମ ହୋଇପାରିବେ । ଜଳବାୟୁ ପରିବର୍ତ୍ତନ କାରଣରୁ ଆପଣ ସାମାନ୍ୟ ସାବଧାନ ରହିବା ଉଚିତ । ପୁଷ୍ଟିକର ଖାଦ୍ୟ ଖାଇବା ସହ ଠିକ୍ ସମୟରେ ଖାଇବା ଉପରେ ଧ୍ୟାନ ଦେବା ଉଚିତ୍ । ଏହି ସମୟ ମଧ୍ୟରେ ବୃହସ୍ପତିଙ୍କ ଚଳନ ଆପଣଙ୍କ ପ୍ରତିଟି କ୍ଷେତ୍ରକୁ ଅନୁକୂଳ କରିବ । 

ପ୍ରେମ ଏବଂ ବିବାହ

ଯଦି ଆପଣ ଅବିବାହିତ ଏବଂ ଜୀବନସାଥୀ ଖୋଜୁଛନ୍ତି ତେବେ ଆପଣଙ୍କୁ ଆଉ ବେଶି ସମୟ ଅପେକ୍ଷା କରିବାକୁ ପଡିବ ନାହିଁ । ଏହି ସମୟ ପ୍ରେମ ପାଇଁ ଅତ୍ୟନ୍ତ ଉପଯୁକ୍ତ ବୋଲି କୁହାଯାଇଛି । ଯଦି ଆପଣ ପ୍ରେମ ସମ୍ପର୍କରେ ପୂର୍ବରୁ ଅଛନ୍ତି ତେବେ ଶୀଘ୍ର ତାହା ବିବାହର ରୂପ ନେଇପାରେ । କିଛି ବ୍ୟକ୍ତିଙ୍କ ପାଇଁ ଅନେକ ଗୁଡିଏ ବିବାହ ପ୍ରସ୍ତାବ ଆସିପାରେ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ।)