Budh Gochar 2024: ବୃଷ ରାଶିରେ ବୁଧ ଚଳନ, ଜାଣନ୍ତୁ କାହାର ହେବ ଲାଭ ଏବଂ କିଏ ସହିବ କ୍ଷତି
Advertisement
Article Detail0/zeeodisha/odisha2273537

Budh Gochar 2024: ବୃଷ ରାଶିରେ ବୁଧ ଚଳନ, ଜାଣନ୍ତୁ କାହାର ହେବ ଲାଭ ଏବଂ କିଏ ସହିବ କ୍ଷତି

Budh Gochar 2024:  ବୁଧଙ୍କ ଚଳନ ପରେ ମୋଟ ୫ଟି ଗ୍ରହ ବର୍ତ୍ତମାନ ବୃଷ ରାଶିରେ ବିଦ୍ୟମାନ ଅଛନ୍ତି । ଏହାର ପ୍ରଭାବରୁ କେଉଁ ରାଶି ଉପକୃତ ହେବେ ଏବଂ କାହାକୁ ସାବଧାନ ରହିବାକୁ ପଡିବ ଆସନ୍ତୁ ଜାଣିବା ।

Budh Gochar 2024: ବୃଷ ରାଶିରେ ବୁଧ ଚଳନ, ଜାଣନ୍ତୁ କାହାର ହେବ ଲାଭ ଏବଂ କିଏ ସହିବ କ୍ଷତି

Budh Gochar 2024 ka Rashifal : ବୁଧ ଗ୍ରହଙ୍କ ନବଗ୍ରହଙ୍କ ମଧ୍ୟରେ ରାଜକୁମାର ଭାବରେ ବିବେଚନା କରାଯାଇଥାଏ । ମେ ୩୧ ତାରିଖ ୧୨ଟା ୨୦ ମିନିଟ ସମୟରେ ବୁଧଙ୍କ ପ୍ରବେଶ ବୃଷ ରାଶିରେ ହୋଇଛି । ବୁଧଙ୍କ ଚଳନ ପରେ ମୋଟ ୫ଟି ଗ୍ରହ ବର୍ତ୍ତମାନ ବୃଷ ରାଶିରେ ବିଦ୍ୟମାନ ଅଛନ୍ତି । ଏହାର ପ୍ରଭାବରୁ କେଉଁ ରାଶି ଉପକୃତ ହେବେ ଏବଂ କାହାକୁ ସାବଧାନ ରହିବାକୁ ପଡିବ ଆସନ୍ତୁ ଜାଣିବା ।

ମେଷ ରାଶି
ଆପଣ ବିନିଯୋଗ କରିବା ସହ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟ ଏବଂ ଖାଇବା ଅଭ୍ୟାସର ଯତ୍ନ ନେବାର ଆବଶ୍ୟକତା ରହିଛି । ପାରିବାରିକ ସମସ୍ୟା ଶେଷ ହେବ । ଦୂରଯାତ୍ରାର ଯୋଗ ରହିଛି ।

ବୃଷ ରାଶି
ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ । ସନ୍ତାନ ପାଇବାର ଇଚ୍ଛା ପୂରଣ ହୋଇପାରେ । ପୁରୁଣା ସମସ୍ୟାର ସମାଧାନ କରିବାକୁ ସମର୍ଥ ହେବେ । ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି ।

ମିଥୁନ ରାଶି
ଆପଣଙ୍କର ଖର୍ଚ୍ଚ ବଢିପାରେ । ତେଣୁ ଆର୍ଥିକ ସମସ୍ୟା ରହିବ । ରାତିରେ ଶୋଇବା ସମୟରେ ଅତୀତ କଥା ଚିନ୍ତା କରନ୍ତୁ ନାହିଁ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ପରିବାର ସଦସ୍ୟଙ୍କ ସହ ଦୂରଯାତ୍ରା କରିପାରନ୍ତି ।

କର୍କଟ ରାଶି
ଆପଣଙ୍କ ଜୀବନରେ ଅନେକ ଚ୍ୟାଲେଞ୍ଜ ଆସିପାରେ । ଭାଇଭଉଣୀମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ । କାର୍ଯ୍ୟକ୍ଷେତ୍ରରେ ବନ୍ଧୁଙ୍କ ସହାୟତା ମିଳିବ ।

ସିଂହ ରାଶି
ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ପରିବାର ସହିତ ସମୟ ଭଲରେ କଟିବ । ସହଜରେ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ବୁଝାମଣାରେ ଜଟିଳ ପରିସ୍ଥିତିର ସମାଧାନ ହେବ । ପରିବାର ସଦସ୍ୟ ଆପଣଙ୍କୁ କାର୍ଯ୍ୟକୁ ପ୍ରଶଂସା କରିବା ସହ ସମର୍ଥନ ଦେବେ । ସବୁକିଛି କାର୍ଯ୍ୟ ଭଲ ଭାବରେ ପରିଚାଳନା କରିବାକୁ ସମର୍ଥ ହେବେ ।

କନ୍ୟା ରାଶି
ନୂତନ ଚାକିରି ଖୋଜୁଥିଲେ ଉଦ୍ୟମ ସଫଳ ହେବ । ବିଦେଶରେ କ୍ୟାରିୟର କରିବାକୁ ଚାହୁଁଥିଲେ ଏହା ଉପଯୁକ୍ତ ସମୟ । ଛାତ୍ରମାନେ ଭଲ ଫଳାଫଳ ପାଇବେ । କାର୍ଯ୍ୟ କ୍ଷେତ୍ରରେ ପିତାଙ୍କ ଉପଦେଶ ଆପଣଙ୍କ ପାଇଁ ସହାୟକ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ ।

ତୁଳା ରାଶି
ପୈତୃକ ସମ୍ପତ୍ତିରୁ ଲାଭ ପାଇବେ । ଅତ୍ୟଧିକ ଖର୍ଚ୍ଚ କାରଣରୁ ଆର୍ଥିକ ସ୍ଥିତି ଉପରେ ବିଶେଷ ପ୍ରଭାବ ପକାଇବ । ନୂଆ ବ୍ୟବସାୟ କରିବା ନେଇ ଚିନ୍ତା କରିବେ । ତୀର୍ଥଯାତ୍ରାରେ ଯିବାର ସମ୍ଭାବନା ରହିଛି ।

ବିଛା ରାଶି
ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇପାରେ । ବିଦେଶ ଭ୍ରମଣ କାରଣରୁ ଖର୍ଚ୍ଚ ଅଧିକ ହେବ । ଚାକିରୀ କ୍ଷେତ୍ରରେ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଇଚ୍ଛା କରିପାରନ୍ତି । ଛାତ୍ରମାନେ ନିଜ ଅଧ୍ୟୟନରେ ଧ୍ୟାନ ଦେବା କଷ୍ଟକର ହୋଇପାରେ ।

ଧନୁ ରାଶି
ଆପଣଙ୍କ ସାଥୀଙ୍କ ସହିତ ଆପଣଙ୍କର ମତଭେଦ ହୋଇପାରେ । ସେହି କାରଣରୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ଆପଣ ଚିନ୍ତିତ ହେବେ । ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ନିଜ ବ୍ୟବସାୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଏହି ସମୟ ମଧ୍ୟରେ ଚାକିରି ବଦଳାଇବା ବିଷୟରେ ଚିନ୍ତା କରନ୍ତୁ ନାହିଁ ।

ମକର ରାଶି
ନୂଆ କୌଶଳ ତଥା ଜ୍ଞାନ ଆରୋହଣ ପାଇଁ ମନ ବଳାଇବେ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ଜୀବନସାଥୀଙ୍କ ସହ ସମ୍ପର୍କ ରୋମାଣ୍ଟିକ୍ ହେବ । ଭ୍ରମଣ ମାଧ୍ୟମରେ ଉତ୍ସାହଜନକ ଅନୁଭୂତି ହାସଲ କରିବେ । ଛାତ୍ରମାନେ ଭଲ ଫଳାଫଳ ପାଇବାକୁ ସକ୍ଷମ ହେବେ ।

କୁମ୍ଭ ରାଶି
ମାଆଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଭୁଲ ବୁଝାମଣାରୁ କୌଣସି ଅଘଟଣ ହୋଇଥିଲେ ତାହା ସମାଧାନ ହେବ । ମନୋରଞ୍ଜନର ନୂତନ ଉତ୍ସ ଖୋଜିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ସାଥୀଙ୍କ ସହ ଗୁଣାତ୍ମକ ସମୟ ବିତାଇବେ ।

ମୀନ ରାଶି
ବିନିଯୋଗ କରିବା ସମୟରେ ଆପଣଙ୍କୁ ଟିକେ ସତର୍କ ରହିବାକୁ ପଡିବ । ପ୍ରେମ ବିବାହ କରିବାକୁ ଚାହୁଁଥିଲେ ସ୍ୱପ୍ନ ବାସ୍ତବରେ ପରିଣତ ହୋଇପାରେ । ପରିବାର ସହିତ ବହୁତ ଭଲ ସମ୍ପର୍କ ରହିବ । ଆପଣ ସୁଖର ପ୍ରକୃତ ଅର୍ଥ ଜାଣିପାରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Vastu Tips: ବାସ୍ତୁ ନିୟମ ଅନୁସାରେ ଘରର ଏହି ଦିଗରେ ଟାଙ୍ଗନ୍ତୁନି କ୍ୟାଲେଣ୍ଡର