Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...
Advertisement
Article Detail0/zeeodisha/odisha2310650

Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

Budh Gochar 2024: ଧନ, ସମ୍ପତ୍ତି, ଗୌରବ ଏବଂ ସମ୍ମାନର କାରକ ଗ୍ରହ ବୁଧଙ୍କୁ 'ପ୍ରିନ୍ସ ଅଫ୍ ପ୍ଲାନେଟସ୍' କୁହାଯାଇଥାଏ । ଜୁନ୍ ୨୯, ଦ୍ୱିପହର ୧୨ଟା୧୩ରେ ବୁଧ ମିଥୁନ ଛାଡି କର୍କଟ ରାଶିରେ ଚଳନ କରିବେ । ବୁଧଙ୍କ ଏହି ଚଳନ କିଛି ରାଶିକୁ ସକରାତ୍ମକ ଫଳାଫଳ ପ୍ରଦାନ କରିବା ସହ ଆଉ କିଛି ରାଶିକୁ ନକରାତ୍ମକ ଫଳାଫଳ ପ୍ରଦାନ କରିବ ।

Budh Gochar 2024: ୨ ଦିନ ପରେ ବଦଳିଯିବ ମିଥୁନ ସହ ଏହି ରାଶିର ଭାଗ୍ୟ...

Budh Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହମାନଙ୍କ ରାଶି ପରିବର୍ତ୍ତନ ମନୁଷ୍ୟର ଜୀବନ ଉପରେ ପ୍ରଭାବ ପକାଇଥାଏ । ଯେତେବେଳେ କୌଣସି ଗ୍ରହ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ସମସ୍ତ ରାଶିର ବ୍ୟକ୍ତିବିଶେଷ ପ୍ରଭାବିତ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ରାଶିରେ ସମୁଦାୟ ୯ ଟି ଗ୍ରହ ଅଛି । ସେ ଗ୍ରହ ଗୁଡିକ ମଧ୍ୟରେ ରହିଛନ୍ତି ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ସୂର୍ଯ୍ୟ, ରାହୁ ଏବଂ କେତୁ । ଯେତେବେଳେ କୌଣସି ଗ୍ରହ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରେ ସେତେବେଳେ ଅନ୍ୟ ରାଶିର ବ୍ୟକ୍ତିବିଶେଷ ଏହା ଦ୍ୱାରା ପ୍ରଭାବିତ ହୁଅନ୍ତି ।

ଧନ, ସମ୍ପତ୍ତି, ଗୌରବ ଏବଂ ସମ୍ମାନର କାରକ ଗ୍ରହ ବୁଧଙ୍କୁ 'ପ୍ରିନ୍ସ ଅଫ୍ ପ୍ଲାନେଟସ୍' କୁହାଯାଇଥାଏ । ଜୁନ୍ ୨୯, ଦ୍ୱିପହର ୧୨ଟା୧୩ରେ ବୁଧ ମିଥୁନ ଛାଡି କର୍କଟ ରାଶିରେ ଚଳନ କରିବେ । ବୁଧଙ୍କ ଏହି ଚଳନ କିଛି ରାଶିକୁ ସକରାତ୍ମକ ଫଳାଫଳ ପ୍ରଦାନ କରିବା ସହ ଆଉ କିଛି ରାଶିକୁ ନକରାତ୍ମକ ଫଳାଫଳ ପ୍ରଦାନ କରିବ ।

ମିଥୁନ ରାଶି
ବୁଧଙ୍କ ଚଳନ ଆପଣଙ୍କ ପାଇଁ ବିଶେଷ ଫଳପ୍ରଦ ହେବ । ବିଭିନ୍ନ କ୍ଷେତ୍ରରୁ ଆପଣଙ୍କୁ ଲାଭ ମିଳିବ । ଲାଭ ଅଧିକ ହେବାରୁ ଆପଣ ସଂଚୟ କରିବା ପାଇଁ ବିଭିନ୍ନ ଯୋଜନା କରିବେ । ମିଠା କଥାରେ ଅନ୍ୟର ମନ କିଣିବାରେ ସକ୍ଷମ ହେବେ । ଦୂରଯାତ୍ରା ସଫଳ ହେବ । ଆର୍ଥିକ ସ୍ଥିତି ସୁଦୃଢ ହେବ । ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ରହିବ । ବ୍ୟବସାୟରେ ସଫଳତା ମିଳିବ ।

କନ୍ୟା ରାଶି
ମିଥୁନ ରାଶିରୁ କର୍କଟ ରାଶିକୁ ବୁଧଙ୍କ ଚଳନ ଆପଣଙ୍କୁ ଆର୍ଥିକ କ୍ଷେତ୍ରରେ ଲାଭ ପ୍ରଦାନ କରିବ । ନୂଆ ଯାନବାହନ କିଣିବାର ଇଚ୍ଛା ପୂରଣ ହେବ । ଜମି ସମ୍ବନ୍ଧୀୟ ଚୁକ୍ତି ଅଟକିଥିଲେ ପ୍ରସଙ୍ଗ ଆଗକୁ ବଢିବ । ସମ୍ପତ୍ତି ସମ୍ବନ୍ଧୀୟ ପ୍ରସଙ୍ଗରେ ସେମାନେ ବିଶେଷ ସୁବିଧା ପାଇବେ । ଚାକିରି ପାଇଁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ପ୍ରୟାସ ଫଳପ୍ରଦ ହେବ । ବ୍ୟବସାୟରୁ ଅଧିକ ଲାଭ ମିଳିବ ।

ଧନୁ ରାଶି

ଆପଣଙ୍କ ପାଇଁ ବିଶେଷ ଦିନ ହେବାକୁ ଯାଉଛି । ଇଚ୍ଛା କରୁଥିବା ଜିନିଷ ମିଳିପାରେ । ବ୍ୟବସାୟକୁ ନେଇ କିଛି ନୂଆ ଯୋଜନା କରିବେ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ପାଇବେ । ଆପଣଙ୍କ ପିଲାମାନେ ଆପଣଙ୍କୁ ଗୌରବାନ୍ୱିତ କରିବେ । ଧାର୍ମିକ କାର୍ଯ୍ୟକଳାପରେ ଆଗ୍ରହ ପ୍ରକାଶ କରିବେ । ସନ୍ତାନ ପ୍ରାପ୍ତି ଇଚ୍ଛା ପୂରଣ ହେବ । ପାରିବାରିକ ପରିବେଶ ଭଲ ରହିବ । ନୂଆ ଖାଦ୍ୟ ଉପଭୋଗ କରିବାର ସୁଯୋଗ ମଧ୍ୟ ମିଳିବ । ଭାଗିଦାରୀ ବ୍ୟବସାୟରେ ଅଧିକ ସଫଳତା ମିଳିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Lucky Zodiac Sign: ୨୭ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ