Angarak Yog: ରାହୁ ମଙ୍ଗଳଙ୍କ ମିଳନରୁ ସ୍ୱତନ୍ତ୍ର ଯୋଗ, ୩ ରାଶିକୁ ମିଳିବ ଲାଭ
Advertisement
Article Detail0/zeeodisha/odisha2276597

Angarak Yog: ରାହୁ ମଙ୍ଗଳଙ୍କ ମିଳନରୁ ସ୍ୱତନ୍ତ୍ର ଯୋଗ, ୩ ରାଶିକୁ ମିଳିବ ଲାଭ

Mangal Gochar 2024: ବର୍ତ୍ତମାନ ଜୁନ୍ ୦୧ ରେ ମଙ୍ଗଳ ଗ୍ରହ ମୀନରୁ ମେଷ ରାଶିକୁ ଚଳନ କରିଛନ୍ତି । ଫଳରେ ମଙ୍ଗଳ ଏବଂ ରାହୁଙ୍କ ମିଳନରୁ ସୃଷ୍ଟି ହୋଇଥିବା ଅଙ୍ଗାରକ ଯୋଗ ଶେଷ ହୋଇଛି । ଅଙ୍ଗାରକ ଯୋଗରେ କିଛି ରାଶିମାନଙ୍କୁ କ୍ଷତି ସହିବାକୁ ପଡିଥାଏ ।

Angarak Yog: ରାହୁ ମଙ୍ଗଳଙ୍କ ମିଳନରୁ ସ୍ୱତନ୍ତ୍ର ଯୋଗ, ୩ ରାଶିକୁ ମିଳିବ ଲାଭ

Mangal Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିଥାନ୍ତି । ଯେଉଁଥିପାଇଁ ଅନେକ ପ୍ରକାରର ଶୁଭ ଯୋଗ ସୃଷ୍ଟି ହୋଇଥାଏ । ଜୁନ୍ ୦୧ ମଙ୍ଗଳ ଗ୍ରହ ମୀନ ରାଶିରୁ ମେଷକୁ ଚଳନ କରିଛନ୍ତି । ମଙ୍ଗଳ ଏହାର ରାଶି ପରିବର୍ତ୍ତନ କରିବା ଦ୍ୱାରା ସ୍ୱତନ୍ତ୍ର ଯୋଗ ସୃଷ୍ଟି ହୋଇଛି । ମଙ୍ଗଳ ୧୨ ଜୁଲାଇ ପର୍ଯ୍ୟନ୍ତ ମେଷ ରାଶିରେ ରହିବେ ଏବଂ ତା’ପରେ ପୁଣି ରାଶି ପରିବର୍ତ୍ତନ କରିବେ । ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ରାହୁଙ୍କ ସହ ମିଶି ମଙ୍ଗଳ ମୀନରେ ଥିବାବେଳେ ଅଙ୍ଗାର୍କ ଯୋଗ ସୃଷ୍ଟି ହୋଇଥିଲା । ବାସ୍ତବରେ, ରାହୁ ଏବଂ ମଙ୍ଗଳଙ୍କ ସଂଯୋଗ ଅଙ୍ଗାର୍କ ଯୋଗ ସୃଷ୍ଟି କରିଥାଏ ଯାହା ଜ୍ୟୋତିଷ ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଏ ନାହିଁ । ରାହୁ ମୀନରେ ଉପସ୍ଥିତ ଅଛନ୍ତି ଯେଉଁଥିପାଇଁ ମଙ୍ଗଳ ମୀନରେ ଚଳନ କରିବା ସମୟରେ ଅଙ୍ଗରକ ଯୋଗ ସୃଷ୍ଟି ହୋଇଥିଲା । ଅଙ୍ଗାର୍କ ପ୍ରଭାବରୁ କିଛି ରାଶି ପାଇଁ ନକରାତ୍ମକ ପ୍ରଭାବ ରହିଥିଲା । ବର୍ତ୍ତମାନ ଜୁନ୍ ୦୧ ରେ ମଙ୍ଗଳ ଗ୍ରହ ମୀନରୁ ମେଷ ରାଶିକୁ ଚଳନ କରିଛନ୍ତି । ଫଳରେ ମଙ୍ଗଳ ଏବଂ ରାହୁଙ୍କ ମିଳନରୁ ସୃଷ୍ଟି ହୋଇଥିବା ଅଙ୍ଗାରକ ଯୋଗ ଶେଷ ହୋଇଛି । ଅଙ୍ଗାରକ ଯୋଗରେ କିଛି ରାଶିମାନଙ୍କୁ କ୍ଷତି ସହିବାକୁ ପଡିଥାଏ । ପ୍ରଭାବରୁ କିଛି ବ୍ୟକ୍ତି ଅଧିକ କ୍ରୋଧିତ ହୋଇଥାନ୍ତି । ବର୍ତ୍ତମାନ ମଙ୍ଗଳଙ୍କ ରାଶି ପରିବର୍ତ୍ତନ କିଛି ରାଶି ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ଆଣିପାରେ । ତେବେ କେଉଁ ରାଶିର ଲୋକ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ଜ୍ୟତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

ମେଷ ରାଶି
ମଙ୍ଗଳଙ୍କ ନିଜ ରାଶିରେ ପ୍ରବେଶ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଜୁନ ୦୧ରୁ ଆପଣଙ୍କ ରାଶିରେ ମଙ୍ଗଳ ଚଳନ ହୋଇଛନ୍ତି । ଯେଉଁ କାରଣରୁ ଆପଣ ବର୍ତ୍ତମାନ ସମ୍ମୁଖୀନ ହେଉଥିବା ଚ୍ୟାଲେଞ୍ଜଗୁଡ଼ିକ ପୂର୍ବ ଅପେକ୍ଷା ବହୁତ କମ୍ ରହିବ । ବର୍ତ୍ତମାନ ଆପଣଙ୍କ କ୍ୟାରିୟରରେ ଇଚ୍ଛାକୃତ ଲାଭ ପାଇବାର ସମ୍ଭାବନା ରହିଛି । ଆର୍ଥିକ ଦିଗ ସୁଦୃଢ ହେବ । ଅଧିକ ଟଙ୍କା ଲାଭର ସୁଯୋଗ ପାଇବେ । ସହଭାଗୀତା କାର୍ଯ୍ୟରେ ଆପଣ ସଫଳତା ସହ ଭଲ ଲାଭ ପାଇବେ । ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ସହିତ ରହିବ ।

ସିଂହ ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଏବଂ ଅଙ୍ଗରାକ ଯୋଗର ସମାପ୍ତି ହେତୁ ଆପଣ ଅନୁକୂଳ ଲାଭ ପାଇବେ । ମଙ୍ଗଳ ଆପଣଙ୍କ ରାଶିର ନବମ ଘରେ ଚଳନ କରିଛନ୍ତି । ରାଶିଫଳର ନବମ ଘର ହେଉଛି ଭାଗ୍ୟର ଘର । ଯାହା ଆପଣଙ୍କ ଭାଗ୍ୟରେ ଭଲ ଅଭିବୃଦ୍ଧିକୁ ସୂଚାଇଥାଏ । ବିଚାରାଧୀନ କାର୍ଯ୍ୟ ଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି । କାର୍ଯ୍ୟରେ ଭଲ ସଫଳତା ପାଇବାର ସମ୍ଭାବନା ଅଛି । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ପାରିବାରିକ ଜୀବନ ସୁଖରେ କଟିବ ।

କର୍କଟ ରାଶି
ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ । କ୍ୟାରିୟର ଏବଂ ବ୍ୟବସାୟରେ ଆପଣ ବଡ଼ ସଫଳତା ପାଇବେ । ବ୍ୟବସାୟୀମାନେ ଭଲ ଲାଭ ପାଇବେ । ନିଯୁକ୍ତ ବ୍ୟକ୍ତିମାନେ ନୂଆ ଚାକିରୀ ପାଇଁ ଅଫର ପାଇବେ । ଜମି ଏବଂ ସମ୍ପତ୍ତି ସହ ଜଡିତ ସମସ୍ତ ପ୍ରକାର ଯୋଜନା ସଫଳ ହେବାର ସମ୍ଭାବନା ରହିଛି ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

Also Read- Heat Wave: କାଲି ଏହିସବୁ ଜିଲ୍ଲାରେ ୪୦ ପାର୍ କରିବ ତାପମାତ୍ରା

Also Read- Grah Gochar June 2024: ଶୁକ୍ରଙ୍କ ସମେତ ୩ ବଡ଼ ଗ୍ରହଙ୍କ ରାଶି ପରିବର୍ତ୍ତନ, ୩ ରାଶି ଭାଗ୍ୟରେ ଲଟେରୀ