ସବ୍ୟାର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ! ସୋସିଆଲ ମିଡିଆରେ ଅଭିନେତା କହିଲେ ହୃଦୟର କଷ୍ଟ
Advertisement

ସବ୍ୟାର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ! ସୋସିଆଲ ମିଡିଆରେ ଅଭିନେତା କହିଲେ ହୃଦୟର କଷ୍ଟ

ସବ୍ୟାର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ! ସୋସିଆଲ ମିଡିଆରେ ଅଭିନେତା କହିଲେ ହୃଦୟର ବ୍ୟଥା। ତେବେ ଏହି ଖବରଟି ସମ୍ପୂର୍ଣ୍ଣ ରୂପେ ସତ୍ୟ ନୁହେଁ। ପ୍ରକୃତ କଥା ହେଲା, ବୁଧବାର ସନ୍ଧ୍ୟାରେ ଅଭିନେତା ସବ୍ୟସାଚୀ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଥିଲେ। 

ସୌ- @sabyaactor

ଭୁବନେଶ୍ୱର: ବଲିଉଡ ହେଉ ଅବା, ଓଲିଉଡ କଳାକାର ସମସ୍ତଙ୍କ ଘରେ ହାଣ୍ଡି, କଡେଇ, ଚଟୁ, ଗିନା-ଗ୍ଲାସ ଉଡୁଛି। ଦୀର୍ଘ ଦିନ ହେଲା ଅଭିନେତା ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ମନାନ୍ତର ଲାଗିରହିଛି। ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଛି। କିନ୍ତୁ ତାହାର କୌଣସି ସମାଧାନ ବାହାରି ପାରିନାହିଁ। ଏହାରି ମଧ୍ୟରେ ଅଭିନେତା ସବ୍ୟସାଚୀ ମିଶ୍ର ସମସ୍ତଙ୍କୁ ଚକିତ କରିଛନ୍ତି। ପତ୍ନୀ ଅର୍ଚ୍ଚିତା ତାଙ୍କ ଉପରେ ରାଗିଥିବା ନେଇ ସବ୍ୟ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି।

ସବ୍ୟାର୍ଚ୍ଚିତାଙ୍କ ସମ୍ପର୍କରେ ଫାଟ! ସୋସିଆଲ ମିଡିଆରେ ଅଭିନେତା କହିଲେ ହୃଦୟର ବ୍ୟଥା। ତେବେ ଏହି ଖବରଟି ସମ୍ପୂର୍ଣ୍ଣ ରୂପେ ସତ୍ୟ ନୁହେଁ। ପ୍ରକୃତ କଥା ହେଲା, ବୁଧବାର ସନ୍ଧ୍ୟାରେ ଅଭିନେତା ସବ୍ୟସାଚୀ ତାଙ୍କ ସୋସିଆଲ ମିଡିଆରେ ଦୁଇଟି ଫଟୋ ସେୟାର କରିଥିଲେ। ଫଟୋରେ ତାଙ୍କ ସହ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ମଧ୍ୟ ଅଛନ୍ତି। ଆଉ ଏହି ଫଟୋର କ୍ୟାପସନରେ ସେ ଲେଖିଛନ୍ତି- 'ସ୍ତ୍ରୀ ଟିକେ ରାଗିଚନ୍ତି ବୋଧେ Thinking face କଣ ହେଇଥିବ ଆଉ କେମିତି ବୁଝେଇବି? 
#Sabyarchita'। 

Also Read: ଆଜିଠୁ ଦେବ ଦୀପାବଳି: ମହାପ୍ରଭୁ କରିବେ ପିଣ୍ଡଦାନ, ଉଠିବ ମହାଦୀପ

ସବ୍ୟଙ୍କ ଏହି ପୋଷ୍ଟ ପରେ ଫ୍ୟାନ୍ସଙ୍କ କମେଣ୍ଟର ବର୍ଷା ହୋଇଛି। ଆଶୁତୋଷ ଦାସ ନାମକ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି- ଚିନ୍ତା କରନ୍ତୁ ନାହିଁ, ମୁଁ ଠିକ କରିଦେବି। ଅଭିନେତା ମଧ୍ୟ ଅଶୁତୋଷଙ୍କୁ କ୍ୱିଟ୍ ଇମୋଜି ସହ ରିପ୍ଲାଏ ଦେଇଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ସଂସାର ଭିତରେ ଘର କରିଥିଲେ, ପଥର ପଡିଲେ ସହି। କିଛି ପ୍ରଶଂସକ ଅର୍ଚ୍ଚିତାଙ୍କୁ ବୁଝାଇବା ପାଇଁ 'ମତେ ଆଣିଦେଲ ଲକ୍ଷେ ଫଗୁଣ', 'ସରଗ ପରୀ ଟେ, ସୁନାର ଶାରୀ ଟେ' ଗୀତ ଶୁଣାଇବାକୁ ପରାମର୍ଶ ଦେଇଛନ୍ତି। ସୁମନ୍ତ କହିଛନ୍ତି- ଭାଇ, ଭାଉଜଙ୍କୁ ଆଇସ୍କ୍ରିମ ଦେଇ ବୁଝାଅ।

 

ରିଲରୁ ରିଅଲ ହିରୋ ପାଲଟିଥିବା ସବ୍ୟସାଚି ଓ ଅର୍ଚ୍ଚିତାଙ୍କ ମଧ୍ୟରେ କୌଣସି ମନାନ୍ତର ହୋଇନାହିଁ। ବୁଧବାର ଏଡସ୍ ଦିବସ ଉପଲକ୍ଷେରେ ରାଜଧାନୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଭୟ ପତି-ପତ୍ନୀ ଅତିଥି ହୋଇଯାଇଥିଲେ। ସେଠାରେ ସେମାନେ ପରସ୍ପର ସହ ଲାଗି ବସିଥିଲେ। କିନ୍ତୁ କିଛି ମୂହୁର୍ତ୍ତ ପାଇଁ ଅର୍ଚ୍ଚିତା ତାଙ୍କ ସ୍ୱାମୀ ସବ୍ୟଙ୍କ ଉପରେ ଧ୍ୟାନ ଦେଇନଥିଲେ ଏବଂ ସେ ଗମ୍ଭୀର ହୋଇ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ। ଆଉ ସେତେବେଳର ଫଟୋକୁ ଦେଖିଲେ ଏମିତି ଲାଗୁଛି, ଯେମିତି ଅର୍ଚ୍ଚିତା ଯେମିତି ସବ୍ୟଙ୍କ ଉପରେ ରାଗିଛନ୍ତି।