ପାରାସିଟାମୋଲରୁ ପ୍ରେମ!
Advertisement
Article Detail0/zeeodisha/odisha1060257

ପାରାସିଟାମୋଲରୁ ପ୍ରେମ!

କଥାଟି ପ୍ରାୟ ୧୯୯୦ ମସିହାର। ଯେତେବେଳେ ଏହି ଯୋଡି ଦୁହେଁ ଦୁହିଁଙ୍କୁ ଜାଣିନଥଲେ,  ବାସ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ। ଅଭିନେତ୍ରୀଙ୍କର ମୁହଁ ଶୁଖିଯାଇଥାଏ, କିନ୍ତୁ  ସେତେ ପ୍ରସିଦ୍ଧ ହୋଇ ନଥିବାରୁ ଏବଂ ଏକ ପାର୍ଶ୍ଵ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କ ଉପରେ କାହା ନଜର ପଡ଼ିନଥିଲା।

ପ୍ରତିକାତ୍ମକ ଫଟୋ

ପ୍ରେମ ବି ବଡ  ଅଜବ ଗଜବ ଖେଳ ଦେଖେଇଥାଏ, କୋଉଁଠି ପ୍ରେମ ହେବା ପାଇଁ କିଛି କ୍ଷଣର ଆଖିର ମିଳନ ଯଥେଷ୍ଟ ହୋଇଥାଏ ତ କେଉଁଠି ବର୍ଷ ବର୍ଷର ମନମିଳନରେ ବି ପ୍ରେମ ହୋଇନଥାଏ। ତେବେ  ଚଳଚ୍ଚିତ୍ର ଜଗତର ତାରକାମାନଙ୍କର ପ୍ରେମରେ କୌଣସି ନିର୍ଦ୍ଧିଷ୍ଟ ଧାରା ଥାଏ ବୋଲି ବଡ ବଡ ସମୀକ୍ଷକ କୁହନ୍ତି, ଆଉ ଯୋଗକୁ ଶହସ୍ର ଉଦାହରଣ ଏମିତି ଦେଖିବାକୁ ମିଳିଥାଏ ଯେଉଁଠି କାହାକୁ, କୋଉଁଠି, କେତେବେଳେ ପ୍ରେମ ହେଇଯାଏ ତାହା ବିଶ୍ଵାସ କରି ନ ହେଉଥିଲେ ବି ସତ ବୋଲି ଜଣା ପଡେ। ଏହି କାହାଣୀ ବି ଚଳଚ୍ଚିତ୍ର ଜଗତର ଗୋଟିଏ ସଫଳ ଯୋଡିର, ଯାହାଙ୍କର ପ୍ରେମ ସୁଟିଂ ସେଟରେ ଗୋଟିଏ ପାରାସିଟାମୋଲ ବଟିକା ଦିଆରୁ  ଆରମ୍ଭ ହୋଇଥିଲା।

କଥାଟି ପ୍ରାୟ ୧୯୯୦ ମସିହାର। ଯେତେବେଳେ ଏହି ଯୋଡି ଦୁହେଁ ଦୁହିଁଙ୍କୁ ଜାଣିନଥଲେ,  ବାସ ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରୁଥିଲେ। ଅଭିନେତ୍ରୀଙ୍କର ମୁହଁ ଶୁଖିଯାଇଥାଏ, କିନ୍ତୁ  ସେତେ ପ୍ରସିଦ୍ଧ ହୋଇ ନଥିବାରୁ ଏବଂ ଏକ ପାର୍ଶ୍ଵ ଚରିତ୍ରରେ ଅଭିନୟ କରୁଥିବାରୁ ତାଙ୍କ ଉପରେ କାହା ନଜର ପଡ଼ିନଥିଲା। କେହି ଆସି ତାଙ୍କ ବିଷୟରେ ପଚାରୁବି ନ ଥାନ୍ତି। କିନ୍ତୁ ସେ ଟେକ୍ ଦେଇସାରି ଚୁପଚାପ ଆସି ଡ୍ରେସିଂ ରୁମରେ ମୁହଁ ଶୁଖେଇ ବସିଯିବାର ଦୃଶ୍ୟ ଅଭିନେତାଙ୍କୁ ବିଚଳିତ କରିଦେଉଥିଲା। ସେ ବି ନିଜର ଅଭିନୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇପାରୁ ନ ଥିଲେ। 

Also Read: ଭାଙ୍ଗିଗଲା ସବୁ ଜିଦ୍ ! ଶେଷରେ ବରଯାତ୍ରୀରେ ନାଚିଲେ ନସିରୁଦ୍ଦିନ୍

ପ୍ରାୟ ୫ ଘଣ୍ଟା ପରେ  ଅଭିନେତା ଏହି ଅଭିନେତ୍ରୀଙ୍କ ମେକଅପ ରୁମ ପାଖକୁ ଅତି ଭଦ୍ରାମି ଓ ଶାଳୀନତାର ସହ ଆସି ପଚାରିଥିଲେ, "Are  You  OK  ?"  ଅଭିନେତ୍ରୀ ଜଣକ  ଆଶ୍ଚର୍ଯ୍ୟ ଓ ବ୍ୟସ୍ତ ବିବ୍ରତ ଭରା କଣ୍ଠରେ କହିଲେ "ପ୍ରବଳ ମୁଣ୍ଡ ବ୍ୟଥା ହେଉଛି, କିନ୍ତୁ ମେଡ଼ିସିନଟେ ପାଇଁ କେହି ଶୁଣୁ ନାହାନ୍ତି।"  ଅଭିନେତା ଜଣକ  କହିଲେ, 'Let  me try।" ବାସ୍ କିଛି ସମୟ ଭିତରେ ସେ ପାରାସିଟାମୋଲ ବଟିକା ସହ ଆସିଥିଲେ। ଆଉ ଅଭିନେତ୍ରୀ ଜଣଙ୍କ ଉଲ୍ଲସିତ ହେଲେ, ବଟିକା ଖାଇ କିଛି ସମୟ ଭିତରେ ସୁସ୍ଥ ହେଇଗଲେ ଓ  କାମରେ ଲାଗିଗଲେ। କିନ୍ତୁ  ମନ ଭିତରେ ସୃଷ୍ଟି ହୋଇଗଲା ଗୋଟିଏ ଛାପ, ଗୋଟିଏ ଭଲ ମଣିଷ ର ଛାପ। ସେଇ କିଛି ଦିନର ବଳକା ସୁଟିଂ ସାରି ପ୍ୟାକଅପ୍ ହୋଇଯାଇଥିଲ। କିନ୍ତୁ ସେତେବେଳକୁ ଦୁହିଁଙ୍କ ହୃଦୟ ଭିତରେ ପ୍ରେମର ଏକ ବୀଜ ଅଙ୍କୁରିତ ହୋଇସାରିଥିଲା।

fallback

କିଛି  ଦିନ ପରେ ଅଭିନେତା ଜଣକ ବିଦେଶ ଟ୍ରିପରୁ ଫେରିଲା ବେଳେ ଆସି ଏହି ଅଭିନେତ୍ରୀଙ୍କ ଘରେ ପହଂଚିଥିଲେ। ଅଭିନେତାଙ୍କ ହାତରେ ଉପହାର ଥିଲା, ହାତ ଘଣ୍ଟାର ଗୋଟିଏ ଯୋଡି। ଉପହାର ଦେଉ ଦେଉ ବିବାହର ପ୍ରସ୍ତାବ ଦେଇଦେଲେ। କଥାରେ ଅଛି ନାଁ ,"ମିଆଁ  ବିବି ରାଜି ତୋ କ୍ୟା କରେଗା କାଜୀ"। ଠିକ୍ ସେମିତି ଉଭୟଙ୍କ ମଧ୍ୟରେ କିଛି ଦ୍ବିମତ ନଥିଲା। ୧୯୯୨ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେଇଗଲେ ଓ ଆଜି ଯାଏ ଏକ ଖୁସିର ଜୀବନ ବିତାଉଛନ୍ତି। ତେବେ ପାରାସିଟାମୋଲରୁ ସୃଷ୍ଟି ହୋଇଥିବା ସେହି ସଫଳ ଦାମ୍ପତ୍ୟ ଯୋଡି ହେଉଛନ୍ତି ଆପଣଙ୍କ ପ୍ରିୟ  ଅଭିନେତା, ମୋହନୀଶ ଭେଲ (Mohnish  Bahl) ଓ ତାଙ୍କ ପତ୍ନୀ ଆରତୀ ଶର୍ମା। ଆରତୀ ପରବର୍ତ୍ତୀ ସମୟରେ ନିଜ ନାମ ବଦଳାଇ ଏକତା ସୋନି (Ekta Sohni) ରଖିଥିଲେ। 

Also Read: ବିବାଦୀୟ ବଲିଉଡ୍; ଦେଖନ୍ତୁ ୨୦୨୧ର ଚର୍ଚ୍ଚିତ ଚେହେରା, ଜାଣନ୍ତୁ ପୁରା ଘଟଣା

ମୋହନୀଶ ଓ ଏକତାଙ୍କର ଦୁଇଟି କନ୍ୟା ସନ୍ତାନ ଅଛନ୍ତି। ଜଣଙ୍କର ନାମ ପ୍ରନୁତନ ଓ ଅନ୍ୟ ଜଣଙ୍କ ନାମ କ୍ରିଷ୍ଣା। ପ୍ରନୁତନ ଅଭିନୟ ଦୁନିଆରେ ପାଦ ରଖିଥିବା ବେଳେ କ୍ରିଷ୍ଣା ଏବେ ଅଧ୍ୟୟନରେ ବ୍ୟସ୍ତ ଅଛନ୍ତି। ଷାଠିଏ ବର୍ଷିୟ ମୋହନୀଶ ଶହେରୁ ଊର୍ଦ୍ଧ୍ୱ ଫିଲ୍ମରେ କାମ କରିଛନ୍ତି। ପ୍ରଥମେ ମୋହନୀଶଙ୍କ ଏକାଧିକ ଫିଲ୍ମ ଫ୍ଲପ୍ ହୋଇଥିଲା କିନ୍ତୁ ହମ୍ ସାଥ୍ ସାଥ ହେ ଓ ପୁରାନା ମନ୍ଦିର ପରି ଫିଲ୍ମ ତାଙ୍କୁ ନୂତନ ପରିଚୟ ଦେଇଥିଲା। ଏକତା, ଗ୍ୟାଙ୍ଗ, ଭାସ୍ତଭ୍, ତେହେଲ୍କା, ସାଜନ ଓ ସୋଲା ସତରା ପରି ଫିଲ୍ମରେ କାମ କରିଛନ୍ତି। ସେତେବେଳେ ଆଦିତ୍ୟ ପାଞ୍ଚୋଲି, ସଞ୍ଜୟ ନାଗପାଲ, ସନିଲ ଖୋସ୍ଲା ଓ ଅତୁଲ ଅଗ୍ନିହୋତ୍ରୀଙ୍କ ସହ ଏକତାଙ୍କର ଆଫେୟାର ଥିବେ ନେଇ ଚର୍ଚ୍ଚା ହେଉଥିଲା।

fallback