H1. ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ଏକନମ୍ବର
ପ୍ରବାସୀ ହେବାରେ ଭାରତୀୟ ହେଉଛନ୍ତି ବିଶ୍ୱର ଏକନମ୍ବର। ବିଶେଷକରି ନିଜ ଶିକ୍ଷା ଅନୁସାରେ ବୃତ୍ତି ତଥା ଅଧିକ ରୋଜଗାର ଆଶାରେ ୨୦୨୨ ମସିହାରେ ଆମ ଦେଶରୁ ପ୍ରାୟ ୧ କୋଟି ୮୦ ଲକ୍ଷ ଲୋକ ବିଦେଶ ଯାଇଛନ୍ତି। ସେମାନେ ଏହି ବର୍ଷ ଦେଶକୁ ୧୧୦ ବିଲିୟନ୍ ଡଲାର ବା ୯ ଲକ୍ଷ ୧୮ ହଜାର ୨୮୦ କୋଟି ଟଙ୍କା ପଠାଇଛନ୍ତି। ଜାତିସଂଘ ଦ୍ୱାରା ମୁକ୍ତିଲାଭ କରିଥିବା ବିଶ୍ୱ ପ୍ରବାସୀ ରିପୋର୍ଟ-୨୦୨୪ରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି।
H2. ବ୍ୟବସାୟୀଙ୍କ ଘରୁ ୨ କୋଟି ଜବତ
ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟବସାୟୀ ରଞ୍ଜିତ ଜୈନଙ୍କଠାରୁ ୨ େକାଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଏହି ଅର୍ଥ ଜବତ ହୋଇଥିବା ସଳଚନା ମିଳିଛି। ରାଜନୀତିକ କାର୍ଯ୍ୟରେ ଏହି ଅର୍ଥ ବ୍ୟବହାର ପାଇଁ ଜମା ହୋଇଥିବା ନେଇ ସନ୍ଦେହ କରାଯାଉଛି। ପୁଲିସ ଏହାର ପଚରା ଉଚୁରା କରୁଛି।
H3. ଟିକା ଫେରାଇ ନେଲା ଆଷ୍ଟ୍ରୋଜେନେକା
ପ୍ରବଳ ପାର୍ଶ୍ୱ ପ୍ରତିକ୍ରିୟା ଅଭିଯୋଗ ପରେ ବଜାରରେ ଉନ୍ନତ ବିକଶିତ ଟିକା ମିଳୁଥିବା ଦର୍ଶାଇ ବ୍ରିଟେନର ଟିକା କମ୍ପାନୀ ଆଷତ୍ଟ୍ରାଜେନେକା ନିଜର କୋଭିଡ ଟିକାକୁ ଫେରାଇ ନେଇଛି। ଭାରତରେ ସିରମ ଇନ୍ଷ୍ଟିଚ୍ୟୁଟ୍ ଦ୍ୱାରା ଏହି ଫର୍ମୁଲାକୁ କୋଭିସିଲ୍ଡ ଟିକା ନାମରେ ପ୍ରସ୍ତୁତ କରାଯାଇ ବିତରଣ କରାଯାଉଥିଲା।
H4. ରୂପାରେ ଛାଉଣୀ ହେବ ତିନି ଦ୍ୱାର
ରଥଯାତ୍ରା ପୂର୍ବରୁ ଶ୍ରମନ୍ଦିରର ଅନ୍ୟ ତିନି ଦ୍ୱାର ରୂପା ଛାଉଣୀ ହେବ। ସିଂହଦ୍ୱାର ଭଳି କାରୁ କାର୍ଯ୍ୟ ସମ୍ପନ୍ନ କରାଯାଇ ନୂଆ ଦ୍ୱାର ପ୍ରସ୍ତୁତ ହେବ। ବର୍ମା ଟିକ୍ କାଠରେ ଏହା ପ୍ରସ୍ତୁତ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟରେ ସମୁଦାୟ ୧୫ଶହ କିଲୋ ରୂପା ଲାଗିବ ବୋଲି ଆକଳନ କରାଯାଇଛି। ପ୍ରତିଦ୍ୱାରରେ ୫ଶହ କିଲୋ ବା ୫ କ୍ୱିଣ୍ଟାଲ୍ ରୂପା ଛାଉଣୀ କରାଯିବ। ଏହି କାର୍ଯ୍ୟ ଲାଗି ରିଲାଏନ୍ସ ଅର୍ଥ ଓ କାରିଗର ଦାନ କରିବ।
H5. ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ତିନି ଦିନ ପ୍ରଚାର
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ଆଉ ତିନିଦିନ ସମୟ ରହିଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାରେ ପ୍ରଚାର କରିବେ। ଗୋପାଳପୁର ଓ ଆସିକାରେ ପ୍ରଚାର ସଭାକୁ ଉଦବୋଧନ ଦେବା ପରେ ସେ କନ୍ଧମାଳର ଫୁଲବାଣୀଠାରେ ଜନସଭାକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ପୂର୍ବରୁ ବିଜେଡିର ଦ୍ୱିତୀୟ ଷ୍ଟାର ପ୍ରଚାରକ ଗଞ୍ଜାମର ବିଭିନ୍ନ ସ୍ଥାନରେ ରୋଡ ଶୋ’ ଓ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
H6. ଆଜି ନିତିନ ଗଡକରୀ ଓ ହିମନ୍ତ ବିଶ୍ୱଶର୍ମାଙ୍କ ପ୍ରଚାର
ବିଜେପି ପକ୍ଷରୁ ଆଜି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ବାଚନ ପ୍ରଚାର କରିବେ। ଶ୍ରୀ ଗଡ଼କରୀ ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ ଏବଂ ପିପିଲିଠାରେ ଜନସଭାକୁ ସମ୍ବୋଧନ କରିବା କର୍ଯ୍ୟକ୍ରମ ରହିଛି। ସେହିପରି ହିମନ୍ତ ମାଲକାନଗିରି ଜିଲ୍ଲାରେ ତିନୋଟି ଜନସଭାକୁ ସମ୍ବୋଧନ କରିବା କାର୍ଯ୍ରକ୍ରମ ରହିଛି।
H7. ଘୋଡ଼ାକୁ ନେଇ ପୁଣି ଚର୍ଚ୍ଚା
ଭୁବନେଶ୍ୱର ରେଳଷ୍ଟେସନ ତଥା ମାଷ୍ଟରକ୍ୟାଣ୍ଟିନ୍ ଠାରେ ଘୋଡ଼ାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବେ ରାସ୍ତା ପ୍ରଶସ୍ତୀକରଣ ନାଁରେ ଏହି ଘୋଡ଼ାକୁ ହଟାଇବା ନେଇ ଅନେକ ବିବାଦ ସୃଷ୍ଟି ହୋଇଥିଲା। ପରେ ଖୋଦ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ରାସ୍ତାର ଦିଗ ବଦଳାଇଥିଲେ। ଏବେ ମେଟ୍ରୋ ନିର୍ମାଣକୁ ଆଖିରେ ରଖି ଏହି ଘୋଡ଼ାକୁ ଘୁଞ୍ଚାଇବା ଲାଗି ପ୍ରସ୍ତାବ ଆସିଛି। ଏଠାରେ ମେଟ୍ରୋ ପିଲାର ତିଆରି ହେବାକୁ ଥିବାରୁ ଘୋଡ଼ାକୁ ଅନ୍ୟତ୍ର ସ୍ଥାନାନ୍ତରଣ ଲାଗି ମସୁଧା ଚାଲିଥିବା ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି।
H8. ଦୁଇ ଶିଶୁଙ୍କୁ ରୁବେଲା
ନବରଙ୍ଗପୁରରେ ଦୁଇ ଶିଶୁଙ୍କୁ ରୁବେଲା ହୋଇଥିବା ଜଣାପଡ଼ିଛି। ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଏହି ଦୁଇ ଶିଶୁଙ୍କୁ ସଂଗରୋଧରେ ରଖାଯାଇଛି। ଏମାନେ ନନ୍ଦା ହାଣ୍ଡି ବ୍ଲକର ପଡାଲଗୁଣ୍ଡା ଗାଁରବ। ଏମାନଙ୍କୁ ପ୍ରଥମେ ଜ୍ୱର ହେବା ପରେ ଦେହସାରା ଘିମିରି ଭଳି ଫଳି ଯାଇଥିଲା। ପରେ ସିଡିଏମ୍ଓଙ୍କ ନେତୃତ୍ୱରେ ଏକ ଟିମ୍ ଏହାର ପରୀକ୍ଷା କରାଇ ରୁବେଲା ଭୁତାଣୁଥିବା ଜାଣିବାକୁ ପାଇଥିଲେ।
H9. ରାହୁଲଙ୍କ ଗସ୍ତ ପରେ ପ୍ରିୟଙ୍କାଙ୍କ ଗସ୍ତ ବି ବାତିଲ ସମ୍ଭାବନା
ରାହୁଲଙ୍କ ଗସ୍ତ ବାତିଲ ହେବା ପରେ ଓଡ଼ିଶା ଗସ୍ତରେ ପ୍ରିୟଙ୍କା ଗାନ୍ଧି ଭଦ୍ରା ନ ଆସିପାରନ୍ତି।-ଆଜି ତାଙକ୍ ଗସ୍ତ କାର୍ଯ୍ୟକ୍ରମ ନିର୍ଘଣ୍ଟ ହୋଇଥିଲା। ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଥିବାରୁ କଂଗ୍ରେସ ପ୍ରାର୍ଥୀଙ୍କ ନିମନ୍ତେ ପ୍ରଚାର ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡଗେ ବି ନଆସିବା ଆଶଙ୍କା ରହିଛି। ସେ ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ପିସିସି ପକ୍ଷରୁ ସୂଚନା ମିଳିଛି।
H10. ସାମ ପିତ୍ରୋଡ଼ାଙ୍କ ଇସ୍ତଫା
କଂଗ୍ରେସ ପ୍ରବାସୀ ଭାରତୀୟ ସେଲରୁ ସାମ ପିଟ୍ରୋଡ଼ାଙ୍କ ଇସ୍ତଫାକୁ ଗ୍ରହଣ କରିଛି କଂଗ୍ରେସ। ଭାରତୀୟଙ୍କ ଭିତରେ ବର୍ଣ୍ଣ ବୈଷମ୍ୟକୁ ନେଇ ସେ ଦେଇଥିବା ବୟାନ ସମାଲୋଚନା ହେବା ପରେ ସେ ଇସ୍ତଫା ଦେଇଛନ୍ତି। ସେ କହିଥିଲେ ଭାରତର ଉତ୍ତର ପୂର୍ବ ଅଧିବାସୀ ଚୀନ ନାଗରିକଙ୍କ ଭଳି, ପଶ୍ଚିମ ଭାରତୀୟମାନେ ଆରବୀୟଙ୍କ ଭଳି ଏବଂ ଦକ୍ଷିଣ ଭାରତୀୟମାନେ ଆଫ୍ରିକୀୟଙ୍କ ଭଳି ଦେଖାଯାଆନ୍ତି ତଥାପି ସମସ୍ତ ଭରତୀୟ। ପ୍ରଧାନମନ୍ତ୍ରୀ ପିଟ୍ରୋଡ଼ା ଏହାକୁ ସମାଲୋଚନା କରିଥିଲେ।