କୋର୍ଟରେ ହାଜର ହେଲେ ଅନୁଭବ : ବର୍ଷାଙ୍କୁ ଶାନ୍ତ ରହିବାକୁ ଦେଲେ ଏହି ଟିପ୍ସ
Advertisement
Article Detail0/zeeodisha/odisha1244320

କୋର୍ଟରେ ହାଜର ହେଲେ ଅନୁଭବ : ବର୍ଷାଙ୍କୁ ଶାନ୍ତ ରହିବାକୁ ଦେଲେ ଏହି ଟିପ୍ସ

ବର୍ଷା-ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ଆରମ୍ଭ ହେଲା ଶୁଣାଣି । କଟକ ଫ୍ୟାମିଲି କୋର୍ଟରେ ବ୍ୟକ୍ତିଗତ ହାଜିରା ଦେଇ ଜେରାର ସମ୍ମୁଖିନ ହେଲେ ଅନୁଭବ । ବର୍ଷାଙ୍କୁ ଶାନ୍ତ ରହିବାକୁ ଦେଲେ ଶ୍ରୀମଦ୍ ଭଗବତ ଗୀତା  ।

 

କୋର୍ଟରେ ହାଜର ହେଲେ ଅନୁଭବ : ବର୍ଷାଙ୍କୁ ଶାନ୍ତ ରହିବାକୁ ଦେଲେ ଏହି ଟିପ୍ସ

କଟକ : ଓଲିଉଡ଼ର ଜଗତର ଚର୍ଚ୍ଚିତ ଯୋଡ଼ି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ଫ୍ୟାମିଲି କୋର୍ଟ ଆଜି ବର୍ଷା -ଅନୁଭବ ବିବାହ ବିଚ୍ଛେଦ ମାମଲା ଉପରେ ଶୁଣାଣି କରିଛନ୍ତି  । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଆଜି ହାଜର ହୋଇଥିଲେ ଫ୍ୟାମିଲି କୋର୍ଟରେ । ଅନୁଭବଙ୍କ ପକ୍ଷରୁ ଦାୟର ହୋଇଥିବା ଛାଡପତ୍ର ଆବେଦନ ଉପରେ କୋର୍ଟରେ ମାମଲା ଚାଲିଥିବାବେଳେ ଆଜି ସେ ନିଜେ କୋର୍ଟରେ ବ୍ୟକ୍ତିଗତ ଭାବରେ ହାଜର ହୋଇଥିଲେ।

ଦୁଇଦିନ ଧରି ଚାଲିବାକୁ ଥିବା ସାକ୍ଷ ଗ୍ରହଣ ପ୍ରକ୍ରିୟାରେ ଅନୁଭବ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ପ୍ରତିପକ୍ଷ ଓକିଲ ଅନୁଭବଙ୍କୁ ଜେରା ମଧ୍ୟ କରିଛନ୍ତି । ତେବେ ଅନେକ ସମୟ ଧରି ଅନୁଭବଙ୍କୁ ବର୍ଷାଙ୍କ ଓକିଲ ଗୁଡ଼େଇ ତୁଡ଼େଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ । ଆଉ ଅନୁଭବ ମଧ୍ୟ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେ । ଏହି ପ୍ରକ୍ରିୟା ଆହୁରି ଦୁଇଦିନ ଧରି ଚାଲିବ ବୋଲି ଜଣାପଡ଼ିଛି । ତେବେ ଜେରା ସରିବା ପରେ ବର୍ଷାଙ୍କ ଉଦ୍ଦେଶ୍ୟରେ ତାଙ୍କ ଓକିଲଙ୍କ ଜରିଆରେ ଅନୁଭବ ଶ୍ରୀମଦ୍ ଭଗବତ ଗୀତା ପୁସ୍ତକ ପ୍ରଦାନ କରିଥିବା ସୂଚନା ମିଳିଛି ।  ଶ୍ରୀମଦ୍ ଭଗବତ ଗୀତା ପଢ଼ି ବର୍ଷାଙ୍କୁ ଅନୁଭବ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି  । ଏହା ସହିତ ନିଜେ ଶାନ୍ତିରେ ରହିବା ସହ ତାଙ୍କ ପରିବାରକୁ ଶାନ୍ତି ଦେବାପାଇଁ ଅନୁରୋଧ କରିଛନ୍ତି ।  ଅଭିନେତ୍ରୀ ବର୍ଷା ମଧ୍ୟ ଅନେକ ବାର ଥାନାର ଦ୍ୱାରସ୍ତ ହୋଇସାରିଛନ୍ତି ।  କୋର୍ଟର ଦ୍ୱାରସ୍ତ ମଧ୍ୟ ହୋଇସାରିଛନ୍ତି । ଅନୁଭବଙ୍କ ପରିବାର ଲୋକଙ୍କୁ ବାରମ୍ୱାର ଅସୁବିଧାରେ ପକାଉଥିବା ଅନୁଭବ ଅଭିଯୋଗ କରୁଛନ୍ତି । ଅନ୍ୟପଟେ ଆଇନଗତ କାର୍ଡ଼ ଖେଳି ବର୍ଷା ଘର ଛାଡ଼ି ଯିବାକୁ ନାରାଜ । ତେବେ ୬୦ ବର୍ଷ ପୁରୁଣା ଘରର ମରାମତି ହୋଇପାରୁନଥିବାବେଳେ ଅନୁଭବ ଏବଂ ତାଙ୍କ ପରିବାର ଲୋକେ ଏବେ ଘରଭଡା ନେଇ ବାହାରେ ରହୁଥିବା ଜଣାପଡ଼ିଛି ।

ଆପଣଙ୍କୁ କହି ରଖିବାକୁ ଚାହିଁବୁ,ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ପ୍ରଥମେ ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ଯାହା ପରବର୍ତ୍ତୀ ସମୟରେ କଟକ ସ୍ଥାନାନ୍ତର ହୋଇଛି । ଏହି ମାମଲାର ଶୁଣାଣୀ ଆସନ୍ତା କାଲି ମଧ୍ୟ କରାଯିବ ।