Anti Valentine's day:ଆରମ୍ଭ ହେଲାଣି ଆଣ୍ଟି-ଭାଲେଣ୍ଟାଇନ୍ ୱିକ୍,ମୁଣ୍ଡ ଖରାପ କରୁଥିବା ଲୋକଙ୍କୁ କିକ୍ ଡେ’ରେ କିକ୍ ମାରି କରନ୍ତୁ ଜୀବନରୁ ଆଉଟ୍
Advertisement
Article Detail0/zeeodisha/odisha2112581

Anti Valentine's day:ଆରମ୍ଭ ହେଲାଣି ଆଣ୍ଟି-ଭାଲେଣ୍ଟାଇନ୍ ୱିକ୍,ମୁଣ୍ଡ ଖରାପ କରୁଥିବା ଲୋକଙ୍କୁ କିକ୍ ଡେ’ରେ କିକ୍ ମାରି କରନ୍ତୁ ଜୀବନରୁ ଆଉଟ୍

ଆରମ୍ଭ ହେଲାଣି ଆଣ୍ଟି-ଭାଲେଣ୍ଟାଇନ୍ ୱିକ୍,ମୁଣ୍ଡ ଖରାପ କରୁଥିବା ଲୋକଙ୍କୁ କିକ୍ ଡେ’ରେ କିକ୍ ମାରି କରନ୍ତୁ ଜୀବନରୁ ଆଉଟ୍ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅର୍ଥାତ୍ 7 ରୁ 14 ଫେବୃଆରୀ ପର୍ଯ୍ୟନ୍ତ, ଲୋକମାନେ ପ୍ରେମର ଉତ୍ସବରେ ବୁଡି ରହିଥିବାର ଦେଖାଯାଏ ଏବଂ କୁହାଯାଏ ଯେ ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପରୀକ୍ଷାର ସପ୍ତାହ ।  କ

SOCIAL MEDIA

Anti valentine days:

ଆରମ୍ଭ ହେଲାଣି ଆଣ୍ଟି-ଭାଲେଣ୍ଟାଇନ୍ ୱିକ୍,ମୁଣ୍ଡ ଖରାପ କରୁଥିବା ଲୋକଙ୍କୁ କିକ୍ ଡେ’ରେ କିକ୍ ମାରି କରନ୍ତୁ ଜୀବନରୁ ଆଉଟ୍

ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଅର୍ଥାତ୍ 7 ରୁ 14 ଫେବୃଆରୀ ପର୍ଯ୍ୟନ୍ତ, ଲୋକମାନେ ପ୍ରେମର ଉତ୍ସବରେ ବୁଡି ରହିଥିବାର ଦେଖାଯାଏ ଏବଂ କୁହାଯାଏ ଯେ ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପରୀକ୍ଷାର ସପ୍ତାହ ।  କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ, କାରଣ ବାସ୍ତବରେ ପରୀକ୍ଷା ଏହା ପରଠାରୁ ଆରମ୍ଭ ହୁଏ । ଭାଲେଣ୍ଟାଇନ୍ସ ଡେ ର ଦ୍ୱିତୀୟ ଦିନ ଅର୍ଥାତ 15 ଫେବୃଆରୀରୁ ଆଣ୍ଟି-ଭାଲେଣ୍ଟାଇନ୍ ସପ୍ତାହ ପାଳନ କରାଯାଏ, ଯେଉଁଥିରେ ଅନେକ ଅନନ୍ୟ ଟ୍ରେଣ୍ଡ୍ ବା ଧାରାକୁ ଅନୁସରଣ କରାଯାଏ ।ଆଜିଠାରୁ ଅର୍ଥାତ ଗୁରୁବାରଠାରୁ ଆଣ୍ଟି ଭାଲେଣ୍ଟାଇନ୍ ୱିକ୍ ଆରମ୍ଭ ହୋଇଛି ।ଏମିତିରେ ଯଦି ଆପଣ ଆଣ୍ଟି ଭାଲେଣ୍ଟାଇନ୍ ଡେ’ କ’ଣ ଜାଣି ନାହାନ୍ତି ଓ ପ୍ରତିଦିନକୁ କେମିତି ପାଳନ କରିବେ ଜାଣିନାହାନ୍ତି ତେବେ ଏହି ରିପୋର୍ଟ୍ ଆପଣଙ୍କ ପାଇଁ..

ସ୍ଲାପ୍ ଡେ’

15 ଫେବୃଆରୀରୁ ଆଣ୍ଟି ଭାଲେଣ୍ଟାଇନ୍ ସପ୍ତାହରେ ପଡୁଥିବା ଦିନଗୁଡିକ ଅତ୍ୟନ୍ତ ମଜାଦାର ଏବଂ ଏହି ସପ୍ତାହର ପ୍ରଥମ ଦିନ ହେଉଛି ସ୍ଲାପ୍ ଡେ’ । ବାସ୍ତବରେ,ଏହି ଦିନକୁ ଥଟ୍ଟା ଭାବରେ ନିଆଯାଇଥାଏ ।  କୁହାଯାଏ ଯେ 15 ଫେବୃଆରୀରେ ଚାପୁଡ଼ା ମାରିବା ପରମ୍ପରା ଅଛି । ଯଦି ଆପଣ କାହାକୁ ଚାପୁଡ଼ା ମାରିବାକୁ ଚାହାନ୍ତି ତେବେ ଥଟ୍ଟାରେ ହେଉ ପଛେ ଏହି ଦିନରେ ମାରି ପାରିବେ ।

କିକ୍ ଡେ’

16 ଫେବୃଆରୀ ଅର୍ଥାତ୍ ଆଣ୍ଟି-ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନ ସେହି ଲୋକମାନଙ୍କ ପାଇଁ, ଯେଉଁମାନଙ୍କ ପାଇଁ କାହାର ଜୀବନରେ ଜୀବନରେ ତିକ୍ତତା ଆସିଥାଏ । ଅର୍ଥାତ ଯଦି ଆପଣଙ୍କ ଜୀବନରେ କିଏ ତିକ୍ତତା  ସୃଷ୍ଟି କରିଛନ୍ତି ବା କରୁଛନ୍ତି,ଯିଏ ଆପଙ୍କ ଜୀବନରେ କଣ୍ଟା ସାଜିଛନ୍ତି, ତେବେ ଫେବ୍ରୁଆରି ୧୬ ତାରିଖ ଦିନ ଆପଣ ସେମାନଙ୍କୁ କିକ୍ ମାରି ନିଜ ଜୀବନର ଆଉଟ୍ କରିପାରିବେ । ତେବେ, ଡେରି କାହିଁକି,ଆପଣଙ୍କ ଜୀବନକୁ ଯିଏ ବା ଯେଉଁମାନେ ତିକ୍ତତାରେ ଭରି ଦେଇଛନ୍ତି,ସେହିମାନଙ୍କୁ ନିଜ ମୁଣ୍ଡରୁ କିକ୍ ମାରି ଆଉଟ୍ କରି ଦିଅନ୍ତୁ । ଦେଖିବେ ଆପଣ ବେସ ମାନସିକ ଶାନ୍ତି ପାଇବେ । ଡିଜିଟାଲ ଦୁନିଆରେ ଏବେ ଆପଣ ଡିଜିଟାଲି ମଧ୍ୟ କିକ୍ ମାରି ପାରିବେ । କିକ୍ ମାରିବାକୁ ଫିଜିକାଲୀ ଆପଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କ ସାମ୍ନାରେ ଉପସ୍ଥିତ ହେବାକୁ ପଡିବ ନାହିଁ । ଡିଜିଟାଲ ଦୁନିଆରେ ଥିବା ସେମାନଙ୍କ ଫୁଟ୍ ପ୍ରିଣ୍ଟକୁ କିକ୍ ମାରି ଆଉଟ୍ କରି ଦିଅନ୍ତୁ । ଫେବୃଆରୀ ୧୬ ତାରିଖ ପାଇଁ କିକ୍ ତାଲିକା ତିଆରି କରନ୍ତୁ ଏବଂ ହ୍ୱାଟସଆପଠାରୁ ଫେସବୁକ ଯେତେ କିସମର ସୋସିଆଲ ସାଇଟ୍ ଅଛି ସେଠାରୁ ସେହି ବ୍ୟକ୍ତିଙ୍କୁ କିକ୍ କରି ଆଉଟ୍ କରନ୍ତୁ । ଏମିତି କିକ୍ ମାରନ୍ତୁ ଯେମିତି ସେମାନେ ଆଉ କେବେ ଫେରିବେ ନାହିଁ ।

ପରଫ୍ୟୁମ୍ ଡେ’

17 ଫେବୃଆରୀ ଦିନ ପରଫ୍ୟୁମ୍ ଡେ’ ଭାବେ  ପାଳନ କରାଯାଏ । ଏହା ଏକ ରକମର ଆତ୍ମ-ପ୍ରେମ । ଏଥିରେ ଆପଣ ନିଜେ ନିଜକୁ ପ୍ରେମ କରନ୍ତି । ପ୍ରେମ ପାଇଁ କାହାରି ଆବଶ୍ୟକତା ପଡେ ନାହିଁ । ଏଥିପାଇଁ ଆପଣ ନିଜକୁ ନିଜେ ଗୋଟିଏ ଅତର ଉପହାର ଦେଇପାରିବେ କିମ୍ବା ଏମିତି କିଛି କରିପାରିବେ ଯାହା ଆପଣଙ୍କ ଜୀବନକୁ ସୁଖର ସୁଗନ୍ଧରେ  ଭରପୁର କରିଦେବ । ପରଫ୍ୟୁମ୍ ଡେ’ର ମୂଳ ଲକ୍ଷ୍ୟ ହେଉଛି ନିଜ ଜୀବନରୁ ନେଗେଟିଭ୍ ଓ ଟକ୍ସିକ୍ ଲୋକଙ୍କୁ ବାହାର କରି ଜୀବନକୁ ସୁଗନ୍ଧିତ କରିବା ।

 

ଫ୍ଲର୍ଟ ଡେ’

18 ଫେବୃଆରୀ ହେଉଛି ଆଣ୍ଟି-ଭାଲେଣ୍ଟାଇନ୍ ସପ୍ତାହର ଚତୁର୍ଥ ଦିନ ଏବଂ ଏହି ଦିନ ଲୋକମାନେ ଫ୍ଲର୍ଟ ଡେ ପାଳନ କରନ୍ତି  । ଫ୍ଲର୍ଟ୍ ଡେ’ରେ ଆପଣ କାହା ପ୍ରତି ବନ୍ଧୁତ୍ୱର ହାତ ବଢାଇ ପାରିବେ କିମ୍ବା ଏକ ନୂତନ ସାଥୀ ଖୋଜିବେ । ଏହି ଡେ’ର ମହତ୍ୱ ହେଉଛି ପୁରୁଣା ହ୍ୟାଙ୍ଗଓଭରରୁ ଦୁରେଇ ନୂଆକୁ ସ୍ୱାଗତ କରିବା ।

କନଫେସନ୍ ଡେ’

19 ଫେବୃଆରୀରେ କନଫେସନ୍ ଡେ’ ବା ସ୍ୱୀକାରୋକ୍ତିର ଦିନ । ଏହି ଦିନ ଆପଣ ନିଜ ଘନିଷ୍ଠ କିମ୍ବା ସାଥୀ ସାମ୍ନାରେ ନିଜ ଭୁଲକୁ ସ୍ୱୀକାର କରିପାରିବେ କିମ୍ବା ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ନିଜ ହୃଦୟରେ ଲୁଚାଇ ରଖିଥିବା କୌଣସି କଥାକୁ ସ୍ୱୀକାର କରିପାରିବେ ।

ମିସିଂ ଡେ’

ଏହି ଦିନର ନାମ ହିଁ କହୁଛି ଏହାର କଥା । ମିସିଂ ଡେ’ ହେଉଛି କାହାକୁ ମିସ୍ କରିବା । ଯଦି ଆପଣଙ୍କ ସାଥୀ ଦୂରରେ ରୁହନ୍ତି କିମ୍ବା ଆପଣ କୌଣସି ଲଙ୍ଗ୍ ଡିଷ୍ଟାନ୍ସ ରିଲେସନସିପରେ ଅଛନ୍ତି ତେବେ ଏହି ଦିନ ଆପଣ ନିଜ ସାଥିଙ୍କ ସାମ୍ନାରେ ତାଙ୍କୁ କେତେ ମିସ୍ କରୁଛ ତାହା କହିପାରିବେ ।

ବ୍ରେକଅପ୍ ଡେ’

ଭାଲେଣ୍ଟାଇନ୍ସ ଡେ, ହେଉଛି ଭାଲେଣ୍ଟାଇନ୍ ସପ୍ତାହର ଶେଷ ଦିନ । ଏହି ଦିନରେ ଦୁଇଟି ହୃଦୟର ମିଳନ ହୁଏ ।ସେହିଭଳି ଆଣ୍ଟି ଭାଲେଣ୍ଟାଇନ୍ ୱିକର ଶେଷ ଦିନ ହେଉଛି ବ୍ରେକ୍ ଅପ୍ ଡେ’ । ଯେମିତି କି ନାମରୁ ଜଣା ପଡୁଛି ଏହି ଦିନ ଯୋଡିଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଥାଏ । ଏହି ଦିନ ଆପଣ ସେହି ସମ୍ପର୍କରୁ ନିଜକୁ ଅଲଗା କରି ପାରିବେ ଯେଉଁଥିରେ ଆପଣ ଖୁସି ନୁହଁନ୍ତି  ।