Animal film:ଶାହରୁଖଙ୍କ ସହ ବାଙ୍ଗାଙ୍କ ପଙ୍ଗା,ଜାଣନ୍ତୁ କାହିଁକି
Advertisement

Animal film:ଶାହରୁଖଙ୍କ ସହ ବାଙ୍ଗାଙ୍କ ପଙ୍ଗା,ଜାଣନ୍ତୁ କାହିଁକି

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଫିଲ୍ମ ଆନିମଲକୁ ସମାଲୋଚନା ବନ୍ଦ ହେବାର ନାମ ନେଉ ନାହିଁ | ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି, ତଥାପି ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି । ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ବଲିଉଡର ନାମିଦାମୀଙ୍କ ମଧ୍ଯରୁ କି

SOCIAL MEDIA

Animal film:

ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ଫିଲ୍ମ ଆନିମଲକୁ ସମାଲୋଚନା ବନ୍ଦ ହେବାର ନାମ ନେଉ ନାହିଁ | ଯଦିଓ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଛି, ତଥାପି ଏହା ବିରୋଧରେ ସ୍ୱର ଉତ୍ତୋଳନ କରାଯାଉଛି । ରଣବୀର କପୁରଙ୍କ ଅଭିନୀତ ଆନିମଲକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। କିନ୍ତୁ ବଲିଉଡର ନାମିଦାମୀଙ୍କ ମଧ୍ଯରୁ କିଛି  ଏହି ଚଳଚ୍ଚିତ୍ରରେ ଦେଖାଯାଇଥିବା ହିଂସାକୁ ନାପସନ୍ଦ କରିଥିଲେ । ଫିଲ୍ମ ହଲରୁ ଓହ୍ଲାଇ ଓଟିଟିରେ ରିଲିଜ୍ ହେଲାଣି ତଥାପି ଫିଲ୍ମକୁ ନେଇ ବିତର୍କ ଜାରି ରହିଛି । ଜାଭେଦ ଅଖତରଙ୍କ ଠାରୁ ଆରମ୍ଭ କରି ଶାହାରୁଖ ଖାନ ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ବାଙ୍ଗା-ଶାହାରୁଖ ବାକ୍ ଯୁଦ୍ଧ

ନିକଟରେ ଶାହାରୁଖ ଖାନ ଏକ ପୁରସ୍କାର ଶୋ’ରେ ତାଙ୍କ ଚଳଚ୍ଚିତ୍ର ବିଷୟରେ କହିଥିଲେ। ସେ କହିଥିଲେ ଯେ ଯଦି ସେ ଏକ ଫିଲ୍ମରେ ଭିଲେନ୍ ଭୂମିକାରେ ଅଭିନୟ କରନ୍ତି, ତେବେ ସେ ଭିଲେନକୁ କୁକୁର ଭଳି ଯେମିତି ମାରିବେ ତାହା ସୁନିଶ୍ଚିତ କରିବେ। ଶାହାରୁଖଙ୍କ ଏହି ବିବୃତ୍ତି ରଣବୀରଙ୍କ ଆନିମଲ ସଂପର୍କରେ ଥିଲା ବୋଲି ଅନୁମାନ କରାଯାଉଛି ।ଯଦିଓ ସେ କାହାର ନାମ ନେଇ ନଥିଲେ ତଥାପି ତାଙ୍କ ଟିପ୍ପଣୀ ଆନିମଲ ପାଇଁ ଉଦ୍ଧିଷ୍ଟ ଥିଲା  ବୋଲି କିଛି କହୁଛନ୍ତି । ସେପଟେ ଏବେ ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ବିବୃତ୍ତି ଏବେ ଆସିଛି ।

ଗୋଟିଏ ସାକ୍ଷାତକାରରେ ସନ୍ଦୀପ କାହାର ନାମ ନ ନେଇ ଏପରି ବିବୃତ୍ତି ଦେଇଛନ୍ତି। ଯେଉଁଥିପାଇଁ ସେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି । ରଣବୀରଙ୍କ ଚରିତ୍ରର ମହିମାମଣ୍ଡନକୁ ନେଇ ସନ୍ଦୀପଙ୍କୁ ପ୍ରଶ୍ନ କରାଯାଇଥିଲା। ପ୍ରତିକ୍ରିୟାରେ ଆନିମଲ ନିର୍ଦ୍ଦେଶକ କହିଛନ୍ତି ଯେ,“ମହିମାମଣ୍ଡନ କ’ଣ ତାହା ମଧ୍ୟ ଲୋକମାନେ ଜାଣନ୍ତି ନାହିଁ। ଲୋକମାନେ ଭାବନ୍ତି ଯେ ହିରୋ ଫିଲ୍ମ  ଶେଷରେ ଗୋଟିଏ ବଡ଼ ଡାଇଲଗ କୁହେ ।  ଯେଉଁଥିରେ ସେ ସ୍ୱୀକାର କରେ ଯେ ସେ ଏହି ଭୁଲ କାମ କରିଛି । ସେ କୁହେ ଯେ,ଆମ ମାନଙ୍କୁ  କୁକୁର ଭଳି ମରିବା ଉଚିତ । ସେତେବେଲେ ଦର୍ଶକ ଭାବନ୍ତି ଯେ ଏହା ସହିତ ଯାହା ହୋଇଛି ଭଲ ହୋଇଛି ।  ଏହା କରି ଆପଣ ଅନ୍ୟ ଜଣକୁ ସନ୍ତୁଷ୍ଟ କରୁଛନ୍ତି । ସାଧାରଣ ଲୋକଙ୍କୁ ଛାଡନ୍ତୁ, ବଡ ଅଭିନେତାମାନେ ମଧ୍ୟ ଏହି କଥା ବୁଝନ୍ତି ନାହିଁ। ”

ବିଶ୍ୱାସ କରାଯାଉଛି ଯେ, ବାଙ୍ଗାଙ୍କ ଏହି ଟିପ୍ପଣୀ ଶାହାରୁଖଙ୍କୁ ନେଇ । ଏମିତିରେ ବାଙ୍ଗା ନିକଟରେ ତାଙ୍କ ଫିଲ୍ମକୁ ଯେଉଁମାନେ ସମାଲୋଚନା କରିଛନ୍ତି ସମସ୍ତଙ୍କୁ ଗଣି ଗଣି ଉତ୍ତର ଦେଉଥିବା ଦେଖିବାକୁ ମିଳିଛି । ତେଣୁ ବାଙ୍ଗା ଶାହାରୁଖଙ୍କୁ ଉତ୍ତର ଦେଉଥିବା କିଛି ଅସମ୍ଭବ ନୁହେଁ ।