CAG Reportରେ ଦୁର୍ନୀତିର ଗନ୍ଧ, BJP ଆଣିଲା ସାଙ୍ଘାତିକ ଅଭିଯୋଗ
Advertisement
Article Detail0/zeeodisha/odisha878923

CAG Reportରେ ଦୁର୍ନୀତିର ଗନ୍ଧ, BJP ଆଣିଲା ସାଙ୍ଘାତିକ ଅଭିଯୋଗ

୨୨ ବର୍ଷ ଧରି ଶାସନ କଲା ପରେ ମଧ୍ୟ ରାଜ୍ୟ ସରକାର ସୁଧୁରିବା ବଦଳରେ ଆହୁରି ଅଧିକ ଦୁର୍ନୀତିଗ୍ରସ୍ତ (Corruption) ହୋଇଛନ୍ତି। ଓଡିଶାର ପ୍ରାକୃତିକ ସମ୍ପଦକୁ ଖୁଲମଖୁଲା ଲୁଟ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ରାଜ୍ୟ ସରକାର ପୋଷୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

 CAG Reportରେ ଦୁର୍ନୀତିର ଗନ୍ଧ, BJP ଆଣିଲା ସାଙ୍ଘାତିକ ଅଭିଯୋଗ

ଭୁବନେଶ୍ୱର: CAG reportsରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାକୁ ବିରୋଧୀ ସାମ୍ନାକୁ ଆଣିଛନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ଟାର୍ଗେଟ କରିଛି। ୨୨ ବର୍ଷ ଧରି ଶାସନ କଲା ପରେ ମଧ୍ୟ ରାଜ୍ୟ ସରକାର ସୁଧୁରିବା ବଦଳରେ ଆହୁରି ଅଧିକ ଦୁର୍ନୀତିଗ୍ରସ୍ତ (Corruption) ହୋଇଛନ୍ତି। ଓଡିଶାର ପ୍ରାକୃତିକ ସମ୍ପଦକୁ ଖୁଲମଖୁଲା ଲୁଟ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ରାଜ୍ୟ ସରକାର ପୋଷୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି (BJP) ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର (Lekhashree Samanta Singhar) ଅଭିଯୋଗ କରିଛନ୍ତି ଯେ, କିଛି ଲୋକଙ୍କ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ସରକାର ଜଳାଞ୍ଜଳି ଦେଇଛନ୍ତି। ସଦ୍ୟ ପ୍ରକାଶିତ CAG reportsରୁ ଏହା ସ୍ପଷ୍ଟ ହୋଇଛି। ସମ୍ପୂର୍ଣ୍ଣ ଭାବେ ଗଣତାନ୍ତ୍ରିକ ନିୟମ କାନୁନକୁ ମାଟିରେ ମିଶାଇ ଲୁଟ କରାଯାଇଛି।ଫଳରେ ରାଜସ୍ୱ ହାନୀ ହେବା ସହ ରାଜ୍ୟବାସୀଙ୍କୁ ସରକାର ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛନ୍ତି। ବିଜେପି CAG reports ମାଧ୍ୟମରେ ରାଜ୍ୟର ଶକ୍ତି କ୍ଷେତ୍ର (Energy) ସହିତ ଅନେକ ଦୁର୍ନୀତିର ଫର୍ଦ୍ଦ ପଦାକୁ ଆଣିଛି । 

Also Read: ସୀମା ବିବାଦ; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ BJP ସାଂସଦ

ସେହିପରି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ (Panchanan Kanungo) ଙ୍କ କହିବା ଅନୁଯାୟୀ, CAG reportsରେ ଯେଉଁ ସବୁ ଜିନିଷ ଉଲ୍ଲେଖ ରହିଛି ତାହା ଦୁର୍ଭାଗ୍ୟଜନକ। କୃଷିରେ ପ୍ରାୟ ୪୦ ପ୍ରତିଶତ ଲୋକଙ୍କୁ ମିଛ ଋଣ ଦିଆଯାଇଛି। ଚିହ୍ନଟ ହୋଇ ନ ଥିବା ଚାଷୀଙ୍କୁ ଋଣ ମିଳିଛି। କିଷାନ କ୍ରେଡିଟ କାର୍ଡ ମଧ୍ୟ ଫେକ୍ ବୋଲ ଉଲ୍ଲେଖ ରହିଛି। ଶକ୍ତି ବିଭାଗରେ ୧୭୪ କୋଟି ଟଙ୍କାର ହେରଫେର ହୋଇଛି। ଜଳସେଚେନ ବିଭାଗ (Irrigation Department) ରେ ମଧ୍ୟ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଛି। ୨୨୪ କୋଟି ଟଙ୍କା ବକେୟା ମାଇନିଂ ଉପରେ ଆଦାୟ ହୋଇପାରିନି। ଯେତିକି ତଥ୍ୟ ଆସିଛି ଅର୍ଥ ବିଭାଗ ସ୍ପଷ୍ଟୀକରଣ ଦେବା ଦରକାର ବୋଲି କଂଗ୍ରେସର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଦାବି କରିଛନ୍ତି। 

ସେପଟେ ଉଭୟ ବିଜେପି ଓ କଂଗ୍ରେସର ଜବାବ ରଖିଛି ବିଜେଡି। CAG reports ଉପରେ ମନ୍ତବ୍ୟ ଦେବାକୁ ଯାଇ ଲେଖାଶ୍ରୀ ସାମନ୍ତ ସିଂହାର ଅସତ୍ୟ କହିଛନ୍ତି। ଏହା ସମ୍ପୂର୍ଣ୍ଣ କପୋଲ କଳ୍ପିତ ଓ ଭିତିହୀନ। ନିଜର ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବାକୁ ଲେଖଶ୍ରୀ ଉଦ୍ୟମ କରିଛନ୍ତି। CAG reports ବିଧାନସଭାରେ ଗୃହୀତ ହେବା ପରେ PAC କମିଟିକୁ ଯାଏ। କମିଟିରେ ବିରୋଧିଦଳ ନେତା ସଦସ୍ୟ ଅଛନ୍ତି। କମିଟିରେ ତର୍ଜମା ପରେ ଏପରି ମନ୍ତବ୍ୟ ଦେଇଥିଲେ ଗ୍ରହଣ ଯୋଗ୍ୟ ହୋଇଥାନ୍ତା। କେନ୍ଦ୍ର ଓ ଅନ୍ୟାନ୍ୟ ରାଜ୍ୟରେ ବି ଏପରି CAG reports ଦେଇଥାନ୍ତି। କିନ୍ତୁ ରିପୋର୍ଟ ତର୍ଜମା ପୂର୍ବରୁ ତରବରିଆ ଭାବେ ଏପରି ମନ୍ତବ୍ୟ ଦେଇ ନିଜର ରାଜନୈତିକ ସ୍ତରରେ ପ୍ରାସଙ୍ଗିକତା ପାଇଁ ଉଦ୍ୟମ କରାଯାଇଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।