BDO-DM fight:କଲେକ୍ଟରଙ୍କୁ ମୁଥ ମାରିଲେ ବିଡିଓ,କିଏ ପାଇବ ଦଣ୍ଡ ?
Advertisement
Article Detail0/zeeodisha/odisha2105723

BDO-DM fight:କଲେକ୍ଟରଙ୍କୁ ମୁଥ ମାରିଲେ ବିଡିଓ,କିଏ ପାଇବ ଦଣ୍ଡ ?

ଉତ୍ତରପ୍ରଦେଶର ଆଗ୍ରାରେ ଜିଲ୍ଲାପାଳ ଓ ବିଡିଓଙ୍କ ମଧ୍ୟରେ ଗଣ୍ଡୋଗଳ ଘଟଣା ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି। ଏକ ମିଟିଂରେ ଜିଲ୍ଲାପାଳ ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଗରମ ହୋଇଥିଲା ଯେ, ଜିଲ୍ଲାପାଳ ଭାନୁ ଚନ୍ଦ୍ର ଗୋସ୍ୱାମୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅନିରୁଦ୍ଧ ସିଂହ ଚୌହାନଙ୍କ ଉପରକୁ ପେପରୱେଟ୍ ଫିଙ୍ଗିଥିବା ଅଭିଯୋଗ ହ

SOCIAL MEDIA

BDO-DM fight:

ଉତ୍ତରପ୍ରଦେଶର ଆଗ୍ରାରେ ଜିଲ୍ଲାପାଳ ଓ ବିଡିଓଙ୍କ ମଧ୍ୟରେ ଗଣ୍ଡୋଗଳ ଘଟଣା ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି। ଏକ ମିଟିଂରେ ଜିଲ୍ଲାପାଳ ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ ଏତେ ଗରମ ହୋଇଥିଲା ଯେ, ଜିଲ୍ଲାପାଳ ଭାନୁ ଚନ୍ଦ୍ର ଗୋସ୍ୱାମୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଅନିରୁଦ୍ଧ ସିଂହ ଚୌହାନଙ୍କ ଉପରକୁ ପେପରୱେଟ୍ ଫିଙ୍ଗିଥିବା ଅଭିଯୋଗ ହୋଇଛି। ଏହାପରେ ଉତ୍ତ୍ୟକ୍ତ ବିଡିଓ ଡିଏମ୍ (ଆଗ୍ରା ଡିଏମ୍)ଙ୍କୁ ମାଡ଼ ମାରିଥିଲେ। ଏବେ ବିଡିଓଙ୍କ ବିରୋଧରେ ଦଫା ୩୨୩, ୫୦୪, ୫୦୬ ଓ ୩୩୨ରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୁକ୍ତ ବିଡିଓଙ୍କୁ ଖୋଜୁଛି।

 ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଜଣେ ସରକାରୀ କର୍ମଚାରୀ ନିଜ ଉପରିସ୍ଥ ଅଧିକାରୀଙ୍କୁ ମାଡ଼ ମାରନ୍ତି ତେବେ ତାଙ୍କ ପାଇଁ କ'ଣ ଦଣ୍ଡର ବ୍ୟବସ୍ଥା ରହିଛି ?ସେ ନିଜ  ଚାକିରି ହରାଇବେ ନା ତାଙ୍କୁ  ଜେଲ୍ ଯିବାକୁ ପଡ଼ିବ ? ଯଦି ଜଣେ ସାଧାରଣ ଲୋକ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରନ୍ତି ତେବେ ଏହି ମାମଲାରେ ଆଇନ କଣ କହୁଛି ? ଆସନ୍ତୁ ଜାଣିବା ...

ଜେଲ୍ ହେଉ କି ଚାକିରି, କେମିତି ସ୍ଥିର ହେବ?

ଯଦି କୌଣସି ସରକାରୀ କର୍ମଚାରୀ ନିଜ ଉପରିସ୍ଥ ଅଧିକାରୀଙ୍କୁ ଅସଦାଚରଣ କରନ୍ତି, ଗାଳିଗୁଲଜ କରନ୍ତି କିମ୍ବା ଆକ୍ରମଣ କରନ୍ତି, ତେବେ ଆଇନଗତ ଭାଷାରେ ଏହାକୁ "ଅସଦାଚରଣ" କୁହାଯାଏ । ବ୍ରିଟିଶ ଯୁଗରୁ ଏହା ଚାଲି ଆସୁଛି। ବେସାମରିକ ପ୍ରଶାସନ ଏବଂ ସେନା, ବାୟୁସେନା କିମ୍ବା ନୌସେନାରେ 'ଅବମାନନା' ବିରୋଧରେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ସୁପ୍ରିମ୍ କୋର୍ଟର ଓକିଲ ଆଦର୍ଶ ତିୱାରୀ ଙ୍କ ଅନୁସାରେ  ଯଦି ଆମେ ବେସାମରିକ ପ୍ରଶାସନ ବିଷୟରେ କହିବା ତେବେ ଏଭଳି ମାମଲାରେ ଦୁଇ ପ୍ରକାର କାର୍ଯ୍ୟାନୁଷ୍ଠାନ ହୋଇଥାଏ। ପ୍ରଥମ – ଅପରାଧିକ କାର୍ଯ୍ୟାନୁଷ୍ଠାନ ,ଏଥିରେ ଭାରତୀୟ ନ୍ୟାୟ କୋଡ୍ ର ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ଏବଂ ଦ୍ୱିତୀୟ - ସିଭିଲ ଆକ୍ସନ,ଯେଉଁଥିରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ।

ଅଭିଯୁକ୍ତ ବିଡିଓଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଅପରାଧିକ କାର୍ଯ୍ୟାନୁଷ୍ଠାନ: ଆଇପିସିର ଦଫା ୧୬୬, ୧୬୬ଏ, ୧୮୬, ୩୫୩ ଇତ୍ୟାଦି ରେ ମାମଲା ରୁଜୁ କରାଯାଇପାରିବ। ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ୨ ବର୍ଷ ଜେଲ୍ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି।

ବିଭାଗୀୟ କାର୍ଯ୍ୟାନୁଷ୍ଠାନ: ବିଭାଗୀୟ ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ଦୁଇଟି ଉପାୟରେ ଦଣ୍ଡିତ କରାଯାଇପାରିବ। ପ୍ରଥମ ଗମ୍ଭୀର ଓ ଦ୍ୱିତୀୟ ହେଉଛି ସାମାନ୍ୟ  । ଗମ୍ଭୀର ମାମଲା ହୋଇଥିଲେ ନିଲମ୍ବନ କିମ୍ବା ବହିଷ୍କାର କିମ୍ବା ପଦୋନ୍ନତି ରୋକାଯାଇଥାଏ। ମାମଲା ସେତେ ଗମ୍ଭୀର ହୋଇନଥିଲେ ବାଧ୍ୟତାମୂଳକ ଛୁଟି, ଦରମା କାଟିବା ଭଳି ଦଣ୍ଡରେ ଦଣ୍ଡିତ କରାଯାଇପାରେ। ଏହାବ୍ୟତୀତ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆକ୍ରମଣ, ଗାଳିଗୁଲଜ, ଅଶ୍ଳୀଳତା କିମ୍ବା ଅଭିଯୋଗ ଯାହା କିଛି ଅଛି ସେ ସଂକ୍ରାନ୍ତ ସାଧାରଣ ଧାରାରେ ମାମଲା ରୁଜୁ କରାଯାଇପାରିବ ଏବଂ ସେହି ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ।

ଜଣେ ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିବାର ଦଣ୍ଡ କ'ଣ?

ପୁଲିସ କର୍ମଚାରୀଙ୍କୁ ମାଡ଼ ମାରିଲେ କଠୋର ଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି। ଆଇପିସିର ଧାରା ୫୦୬ ଅନୁଯାୟୀ ୨ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ କିମ୍ବା ୩୩୦ ଅନୁଯାୟୀ ୧ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ରହିଛି। ଆର୍ଥିକ ଜରିମାନା ମଧ୍ୟ ଦେବାକୁ ପଡ଼ିପାରେ।

ସ୍ଥଳସେନା, ବାୟୁସେନା ଓ ନୌସେନାରେ କ'ଣ ରହିଛି ନିୟମ ?

ଭାରତୀୟ ସେନା, ବାୟୁସେନା ଏବଂ ନୌସେନା ଅଧିକାରୀଙ୍କ ଉପରେ ଆକ୍ରମଣ ପାଇଁ ଭାରତୀୟ ଦଣ୍ଡ ବିଧାନ ସଂହିତାରେ ମଧ୍ୟ ବ୍ୟବସ୍ଥା ରହିଛି। ଆଇପିସିର ଧାରା ୧୩୪ରେ ଏହା ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଏହି ଧାରାରେ କୁହାଯାଇଛି ଯେ ଯଦି ସେନା, ବାୟୁସେନା କିମ୍ବା ନୌସେନାର କୌଣସି କର୍ମଚାରୀ କିମ୍ବା ଅଧିକାରୀ କର୍ତ୍ତବ୍ୟ ସମୟରେ ତାଙ୍କ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ କରନ୍ତି, ତେବେ ତାଙ୍କୁ ଅପରାଧୀ ଭାବେ ବିବେଚନା କରାଯିବ। ଏବଂ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ସର୍ବନିମ୍ନ ୧ ବର୍ଷ ଅର୍ଥାତ୍ ୭ ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ କରାଯାଇପାରେ । ଏହା ବ୍ୟତୀତ ତାଙ୍କ ଉପରେ ଆର୍ଥିକ ଜରିମାନା ମଧ୍ୟ ଲଗାଯାଇପାରେ ।

 

ଧାରା ୧୩୪ ରେ କୁହାଯାଇଛି ଯେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଆକ୍ରମଣ ଏକ ଜାମିନ ବିହୀନ ଅପରାଧ ହେବ । ଏହି ଅପରାଧ ସହ କୌଣସି ବୁଝାମଣା ହେବ ନାହିଁ। ଏଭଳି ମାମଲାକୁ କେବଳ ପ୍ରଥମ ଶ୍ରେଣୀ ବିଚାରପତି ବିଚାର କରିପାରିବେ। ଏହାବ୍ୟତୀତ ସେନା, ବାୟୁସେନା ଓ ନୌସେନା ମାମଲାରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ସେନା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଥାଏ। କୋର୍ଟ ଅଫ୍ ଇନକ୍ୱାରି ପରେ କୋର୍ଟ ମାର୍ଶାଲ କରାଯାଇପାରିବ।

ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଓ ଗାଳିଗୁଲଜ କରିବା ର ଦଣ୍ଡ କ'ଣ?

ସାଧାରଣ ନାଗରିକଙ୍କ ପାଇଁ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା, ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ କର୍ତ୍ତବ୍ୟରୁ ବାରଣ କରିବା କିମ୍ବା ଯୁକ୍ତିତର୍କ କିମ୍ବା ଲଢ଼େଇ କରିବା ବିରୋଧରେ ଏକ କଠୋର ଆଇନ ରହିଛି। ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କଲେ ଧାରା ୩୫୪ ଅନୁଯାୟୀ ୨ ବର୍ଷ ପାଇଁ ଦଣ୍ଡିତ କରାଯାଇପାରିବ। ସେହିପରି ସରକାରୀ କର୍ମଚାରୀଙ୍କ ସହ ଝଗଡ଼ା କଲେ ଧାରା ୫୦୪ ଅନୁଯାୟୀ ୨ ବର୍ଷ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି। ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ କରିବା, ଅଶ୍ଳୀଳ ଭାଷା ବ୍ୟବହାର କରିବା ପାଇଁ ମଧ୍ୟ ୨ ବର୍ଷ ପାଇଁ ଦଣ୍ଡିତ କରାଯାଇପାରେ। ସେହିପରି ସରକାରୀ କର୍ମଚାରୀଙ୍କୁ ଧମକ ଦେବା ପାଇଁ ଧାରା ୫୦୬ ଅନୁଯାୟୀ ୩ରୁ ୭ ବର୍ଷ ଜେଲ୍ ଦଣ୍ଡର ନିୟମ ରହିଛି।

ଧାରା ୩୩୨ ଅନୁଯାୟୀ ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ୩ରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ସେହିପରି ଧାରା ୩୮୩, ୩୮୪, ୩୮୬ ଅନୁଯାୟୀ ବ୍ଲାକମେଲ୍ କଲେ ୩ରୁ ୧୦ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ସରକାରୀ କାର୍ଯ୍ୟାଳୟରେ ଜବରଦସ୍ତ ପ୍ରବେଶ ପାଇଁ ଧାରା ୩୭୮ ଅନୁଯାୟୀ ୨ ବର୍ଷ ଜେଲ ଦଣ୍ଡ, ସରକାରୀ ସମ୍ପତ୍ତି କ୍ଷୟକ୍ଷତି ପାଇଁ ଧାରା ୩୭୮ ଅନୁଯାୟୀ ୩ ବର୍ଷ, ସରକାରୀ ଦସ୍ତାବିଜ ଚୋରି ପାଇଁ ଧାରା ୩୭୮, ୩୭୯ ଅନୁଯାୟୀ ୩ ବର୍ଷ କାରାଦଣ୍ଡ ଏବଂ ସରକାରୀ ଦସ୍ତାବିଜ ନଷ୍ଟ ପାଇଁ ଧାରା ୩୭୮, ୩୭୯ ଅନୁଯାୟୀ ୩ ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି।