Sri Mandira Ratnabhandara: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନାର ସମ୍ବଲପୁରରେ ଭକ୍ତ ଜାଗରଣ ଯାତ୍ରା
Advertisement
Article Detail0/zeeodisha/odisha1995779

Sri Mandira Ratnabhandara: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନାର ସମ୍ବଲପୁରରେ ଭକ୍ତ ଜାଗରଣ ଯାତ୍ରା

  ଜଗନ୍ନାଥ ସେନା ପକ୍ଷରୁ ସମ୍ବଲପୁରରେ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନା ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ସମ୍ବଲପୁର ଝାଡୁଆପଡ଼ାସ୍ଥିତ ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରିଛି।ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେ

SOCIAL MEDIA

Sri Mandira Ratnabhandara: 

ଜଗନ୍ନାଥ ସେନା ପକ୍ଷରୁ ସମ୍ବଲପୁରରେ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ୪ ଦୁଆର ଓ ରତ୍ନଭଣ୍ଡାର ଖୋଲିବା ଦାବି କରି ଶ୍ରୀଜଗନ୍ନାଥ ସେନା ଭକ୍ତ ଜାଗରଣ ଜନସଂପର୍କ ଯାତ୍ରା ସମ୍ବଲପୁର ଝାଡୁଆପଡ଼ାସ୍ଥିତ ଜଗନ୍ନାଥ ମନ୍ଦିରରୁ ଆରମ୍ଭ କରିଛି।ଗତ ୪ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପରି ନେଇଛି ଯେ ରତ୍ନଭଣ୍ଡାରର କେବଳ ଲେଜର ସ୍କାନିଂ ହେବ। କିନ୍ତୁ ରତ୍ନ ଗଣତି  ହେବ ନାହିଁ। ପରିଚାଳନା କମିଟିର ଏହି ନିଷ୍ପତ୍ତିକୁ ଶ୍ରୀ ଜଗନ୍ନାଥ ସେନା ବିରୋଧ କରୁଛି। ଏହି ନିଷ୍ପତ୍ତିକୁ ସେନା ପ୍ରଶାସନର କୂଟନୀତି ବୋଲି କହିଛି । ଗଞ୍ଜାମ, ଖୋର୍ଦ୍ଧା, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ସେନା ଏହି ଜନସଂପର୍କ କାର୍ଯ୍ୟକ୍ରମ କରିବା ପରେ ଏବେ ସମ୍ବଲପୁରରେ ପହଞ୍ଚିଛି। ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ସମଗ୍ର ରାଜ୍ୟରେ ଜାରି ରହିବ ବୋଲି ଶ୍ରୀଜଗନ୍ନାଥ ସେନାର କେନ୍ଦ୍ରୀୟ ଆବାହକ ଆଇନଜୀବୀ ପ୍ରିୟଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବକୁ ନେଇ ଗତ ଅକ୍ଟୋବର ୩ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା। କିନ୍ତୁ ଚାରି ଦୁଆର ଖୋଲିବା ଓ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ ମାନ୍ୟବର ହାଇକୋର୍ଟ ଓ ରାଜ୍ୟ ସରକାର ହସ୍ତକ୍ଷେପ କରି ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨ ମାସ ମଧ୍ୟରେ ଶେଷ କରି ଚାରି ଦୁଆର ଖୋଲିବାକୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରକଳ୍ପ ଶେଷ ପରେ ଯଦି ଚାରି ଦୁଆର ଖୋଲାନଯାଏ ତେବେ ଓଡ଼ିଶା ବନ୍ଦ ଡାକରା ଦିଆଯିବ।

ସୂଚନାଯୋଗ୍ଯ ଯେ, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ ଅଳଙ୍କାରକୁ ନେଇ ଭକ୍ତ, ସେବାୟତଙ୍କ ମହଲରେ ସନ୍ଦେହ ବଢ଼ିବାରେ ଲାଗିଥିବା ବେଳେ ଆଜିସୁଦ୍ଧା ରତ୍ନଭଣ୍ଡାର ଚାବି ହଜିବା ଉପରୁ ପରଦା ହଟିପାରୁନି। ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୧୭ଜଣିଆ କମିଟି ଶ୍ରୀମନ୍ଦିର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ। ନିର୍ଦ୍ଦେଶ ଥିଲା, ରତ୍ନଭଣ୍ଡାରରେ ଗଚ୍ଛିତ ରତ୍ନ, ଅଳଙ୍କାରର ଗଣତି ଓ ମଣତି। ୨୦୧୮ ଏପ୍ରିଲ ୪ରେ ୧୭ଜଣିଆ ଦଳ ବି ବ୍ୟାପକ ସୁରକ୍ଷା ଭିତରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲେ। କିନ୍ତୁ ଯାଞ୍ଚ ପାଇଁ ଯାଇଥିବା ଦଳ ରତ୍ନଭଣ୍ଡାର ଯାଞ୍ଚ ଆବଶ୍ୟକ ନ ପଡ଼ିବାରୁ ଫେରି ଆସିଥିବା ସଫେଇ ଦେଇଥିଲେ। କିନ୍ତୁ ରତ୍ନଭଣ୍ଡାର ଅବସ୍ଥା ଭଲ ନ ଥିବା ଏବଂ ଏହା ଅସୁରକ୍ଷିତ ଅବସ୍ଥାରେ ଥିବା ୧୭ଜଣିଆ ଦଳ ରିପୋର୍ଟ ଦେଇଥିଲେ। ସେହିଦିନ ସଂଧ୍ୟାରେ ଭୁବନେଶ୍ବରରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଯେଉଁଠି ରତ୍ନଭଣ୍ଡାର ଚାବି ହଜିଥିବା ପ୍ରସଙ୍ଗ ଉଠିଥିଲା। ଏହାର ଦୁଇମାସ ପରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ହଜିଥିବା ଚାବି ମିଳି ଯାଇଥିବା ଗଣମାଧ୍ୟମ ଆଗଗରେ ସଫେଇ ଦେଇଥିଲେ। ଏହା ଜିଲ୍ଲା କୋଷାଗାର ବଦଳରେ ଭୁଲ୍‌ରେ ରେକର୍ଡ ରୁମ୍‌ରେ ରହି ଯାଇଥିଲା ବୋଲି ଦର୍ଶାଇଥିଲେ। ଜିଲ୍ଲା ରେକର୍ଡ ରୁମ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଗଠିତ ଦଳ ରେକର୍ଡ ରୁମ ଖୋଜାଖୋଜି ବେଳେ ଏହି ଚାବି ୨୦୧୮ ଜୁନ ୧୩ ତାରିଖରେ ପାଇଥିଲେ ବୋଲି ସଫେଇ ଦିଆଯାଇଥିଲା। ଏ ସମ୍ପର୍କରେ ବି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ପତ୍ର ଜରିଆରେ ଅବଗତ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଥିଲେ।

ରତ୍ନଭଣ୍ଡାର ଖୋଲିବା ଓ ଚାରିଦ୍ୱାରରୁ ଦର୍ଶନ ସୁବିଧା ପାଇଁ ବିଭିନ୍ନ ମହଲରେ ଅନେକ ଦିନ ହେଲା ଦାବି ହୋଇ ଆସୁଛି । ଅକ୍ଟୋବର ମାସରେ କଂଗ୍ରେସ ଏନେଇ ତୁଳସୀ ଯାତ୍ରା ଆୟୋଜନ କରିଥିଲା । ରତ୍ନଭଣ୍ଡାରର ପ୍ରକୃତ ସତକୁ ସରକାର ପଦାକୁ ଆଣିବାକୁ ଚାହୁଁନାହାନ୍ତି ବୋଲି ଅଭିଯୋଗ ହେଉଛି ।