ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼
Advertisement
Article Detail0/zeeodisha/odisha2329373

ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼

Rathayatra: ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଆଡ଼ପମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ।

ଶ୍ରୀଜିଉଙ୍କ ଆଡ଼ପ ଦର୍ଶନ ଆରମ୍ଭ, ସକାଳୁ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ: ମହାପ୍ରଭୁଙ୍କ ଆଡ଼ପ ଦର୍ଶନ ଆରମ୍ଭ ହୋଇଛି। ସକାଳ ଆଳତି ପରେ ଏଭଳି ଦିବ୍ୟ ଦର୍ଶନ ଆରମ୍ଭ ହୋଇଛି। ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ଆଡ଼ପ ଦର୍ଶନ କରିବା ଲାଗି ଲକ୍ଷଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ତେବେ ଦର୍ଶନ ସହ ଆଜିଠୁ ଭକ୍ତଙ୍କୁ ଆଡ଼ପ ଅବଢ଼ା ମିଳିବ। ଠାକୁରଙ୍କ ଆଡ଼ପ ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ନିକଟରେ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଅପରାହ୍ନ ୨ଟା ସୁଦ୍ଧା ଆଡ଼ପ ଅବଢ଼ା ବାହାରିବା ପାଇଁ ବ୍ୟବସ୍ଥା ହୋଇଛି ।କୁହାଯାଏ ଏଇ ଆଡ଼ପ ଅବଢା ଖାଇଲେ କୋଟି ଜନ୍ମର ପୂଣ୍ୟଫଳ ମିଳିଥାଏ। ଆଜିଠୁ ୫ ଦିନ ଯାଏ ଆଡ଼ପ ଅବଢ଼ା ମିଳିବ। 

ସେହିପରି ବିଶେଷକରି ଦିନ ଅପେକ୍ଷା ରାତିରେ ଦର୍ଶନ କଲେ ତାର ୧୦ ଗୁଣ ଅଧିକ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। ଆଡ଼ପମଣ୍ଡପରେ ଜଗନ୍ନାଥଙ୍କର ଅବସ୍ଥିତିକୁ ମହାବେଦି ଯୋଗ କୁହାଯାଏ। ଏଥିପାଇଁ ରଥଯାତ୍ରାରେ ଆଡ଼ପମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟେ। ଆଜି ସକାଳୁ ଗୁଣ୍ଡିଚା ମନ୍ଦିରରେ ଉଭୟ ପରିମାଣିକ ଓ ସାହାଣମେଳା ଦର୍ଶନ କରାଯାଉଛି। ଲୋକମାନେ ବ୍ୟାରିକେଡ଼ରେ ଧାଡିରେ ଯାଇ ଠାକୁରଙ୍କୁ ଦର୍ଶନ କରୁଛନ୍ତି। 

ଅନ୍ୟପକ୍ଷରେ ଆସନ୍ତାକାଲି ହେରାପଞ୍ଚମୀ ଯୋଗୁ ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଗୁଣ୍ଡିଚା ମନ୍ଦିରରେ ଆଜି ଦ୍ୱିତୀୟ ଭୋଗମଣ୍ଡପ ନୀତି ପରେ ଦତ୍ତମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ।

ଅନ୍ୟପଟେ ମଙ୍ଗଳବାର ସନ୍ଧ୍ୟାରେ ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ହେବା ସମୟରେ ଘଟିଥିବା ଅଘଟଣ ସାରା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ବଡ଼ବାଡ଼ଗ୍ରାହୀ ବଡ଼ ଠାକୁର ବଳଭଦ୍ରଙ୍କୁ ପହଣ୍ଡି କରି ଆଡ଼ପମଣ୍ଡପକୁ ନେବାବେଳେ ଚାରମାଳରେ ମହାପ୍ରଭୁ ଖସିଯାଇଥିଲେ, ଏପରିକି ଦାରୁବ୍ରହ୍ମ ନଇଁପଡିବା ପରି ମନେ ହୋଇଥିଲା। ହେଲେ ପଛରୁ ଅନ୍ୟ ସେବକମାନେ ଆସି ଠାକୁରଙ୍କୁ ଟାଣି ରଖିଥିଲେ। ତେବେ ଏଥିରେ କିଛି ସେବକ ଆହତ ହୋଇଥିବା ଜଣାପଡ଼ିଛି।